ବରଗଡ଼/ଶାସକପ୍ରଶାସକ-ଢେଙ୍କାନାଳ ଜିଲା ବେଲଟିକିରିସ୍ଥିତ ଗୁଡ୍ ନ୍ୟୁଜ୍ ଇଣ୍ଡିଆ ଶେଲଟର୍ ହୋମରେ ଅନ୍ତେବାସିନୀଙ୍କୁ ଯୌନ ଶୋଷଣ ଘଟଣା ପଦାକୁ ଆସିବା ପରେ ଏହି ସଂସ୍ଥାର ଶାଖା ଗୁଡ଼ିକରେ ଛାନଭିନ୍ କରାଯାଉଛି। ଏହି କ୍ରମରେ ଶୁକ୍ରବାର ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ(ଏନ୍ସିପିସିଆର୍) ଏବଂ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ(ଓଏସ୍ସିପିସିଆର୍)ର ୨ଜଣିଆ ପ୍ରତିନିଧି ବରଗଡ଼ ସହର ଉପକଣ୍ଠ ତୋରା ଛକ ନିକଟରେ ରହିଥିବା ଗୁଡ୍ ନ୍ୟୁଜ ଇଣ୍ଡିଆର ଶେଲଟର୍ ହୋମକୁ ପହଞ୍ଚି ତନାଘନା ଚଲାଇଛନ୍ତି । ଏହି ଚଢ଼ାଉକାରୀ ଦଳରେ ଏନସିପିସିଆର୍ର ଅରୁଣ କୁମାର ଏବଂ ଓଏସ୍ସିପିସିଆର୍ର ଗୀତାଞ୍ଜଳୀ ବସ୍ତିଆ ପ୍ରମୁଖ ରହିଛନ୍ତି । ଏହି ଟିମ୍ ଉକ୍ତ ଶେଲଟର୍ ହୋମ୍ର ଅନ୍ତେବାସିନୀ, ଅନ୍ତେବାସୀ ଏବଂ ସଂସ୍ଥା କର୍ତ୍ତୃପକ୍ଷଙ୍କୁ ପଚରାଉଚୁରା କରିବା ସହିତ ଏଠାରେ ସରକାରଙ୍କ ଗାଇଡ୍ଲାଇନ୍ ପାଳନ କରାଯାଇଛି କି ନାହିଁ ସେ ନେଇ ମଧ୍ୟ ଅନୁଧ୍ୟାନ କରୁଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଜିଲା ଶିଶୁ କଲ୍ୟାଣ ସମିତି(ସିଡବ୍ଲସି)ର ଚେୟାରମ୍ୟାନ ସୁଜିତ ଦାଶ, ସଭ୍ୟ ବିରେନ୍ଦ୍ର ମେହେର, ଜିଲା ଶିଶୁ ସୁରକ୍ଷା ଅଧିକାରୀ(ଡିସିପିଓ) ହେମସାଗର ନାୟକ, କାଉନସେଲର ସରୋଜ ପ୍ରଧାନ, ସାମାଜିକ କର୍ମୀ ସୁରେନ୍ଦ୍ର ଦାଶ ଏବଂ ଟାଉନ ଥାନା ଆଇଆଇସି ବିଭୁତି ଭୂଷଣ ଭୋଇ ମଧ୍ୟ ଉପସ୍ଥିତ ଅଛନ୍ତି । ପ୍ରକାଶଥାଉକି, କିଛିଦିନ ତଳେ ସିଡବ୍ଲୁସି ଏବଂ ଡିସିପିୟୁର ଏକ ଟିମ୍ ଏଠାରେ ଚଢ଼ାଉ କରି କାଗଜପତ୍ର ଯାଞ୍ଚ କରିଥିଲେ ।
ଅଘଟଣ
ବରଗଡ଼ରେ ଏନ୍ସିପିସିଆର୍ ଟିମ୍, ଗୁଡ୍ ନ୍ୟୁଜ୍ ଇଣ୍ଡିଆ ଶେଲ୍ଟର୍ ହୋମ୍ରେ ତନାଘନା ।
- Hits: 807
