ହେଡଲାଇନସ୍:

ମହଙ୍ଗା ପଡିଲା ଥାନା ଘେରାଓ , ଜେଲ ଗଲେ ୭ ମହିଳା ସମେତ ସମୁଦାୟ ୧୭ ଗ୍ରାମବାସୀ : ଗାଁ ରେ କୋକୁଆ ଭୟ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର,(ନୀଳ ଦୀପ) – ପଦ୍ମପୁର ଥାନା ଅନ୍ତର୍ଗତ ପୁରେନା ପଂ•ୟତ ମୁର୍ହାପାଲି ଗ୍ରାମର ଜଣେ ନବମ ଶ୍ରେଣୀର ଛାତ୍ର ନିଖୋଜ ଘଟଣାକୁ ନେଇ ଗ୍ରାମର ଦୁଇ ଗୋଷ୍ଠୀ ମଧ୍ୟରେ କନ୍ଦଳ ଘଟି ଉଭୟ ଗୋଷ୍ଠୀ  ପଦ୍ମପୁର ଥାନାର ଦ୍ୱାରସ୍ଥ ହୋଇଥିବା ସହ ନିଖୋଜ ଥିବା ଛାତ୍ର ବାଲକୃଷ୍ଣ ବାଗକୁ ପୋଲିସ ବରଗଡ ସହରରୁ ଉଦ୍ଧାର କରିବା ସହ ତାଙ୍କ ଘର ଲୋକଙ୍କୁ ହସ୍ତାନ୍ତର କରିଥିଲା । ନିଖୋଜ ଥିବା ବାଳକୃଷ୍ଣ ପାଇଁ ଗାଁର ବହୁ ସଂଖ୍ୟକ ଲୋକେ ପଦ୍ମପୁର ଥାନା ଘୋରାଓ କରିଥିଲେ । ଏହି ମୈାକାର ଫାଇଦା ଉଠାଇ କିଛି ଅସାମାଜିକ ବ୍ୟକ୍ତି ଗ୍ରାମବାସୀଙ୍କ ଆଳରେ ରହି ମଡେଲ   ଥାନା ହେବାକୁ ଯାଉଥିବା ପଦ୍ମପୁର ଥାନାର ସୋ ଗଛ ଭାଙ୍ଗିବା ସହ ଥାନା ଅଧିକାରୀଙ୍କୁ  ଅସଭ୍ୟ ଭାଷାରେ ଗାଳି ଦେବା ସଂଗେ ସଂଗେ ଚୁଡି ପିନ୍ଧିବା, ପୋଲିସ ପଇସା ଖାଇ ଚୁପ ରହୁଛି ଭଳି କଥା କହି ଗ୍ରାମ ବାସୀଙ୍କୁ ପ୍ରୋତ୍ସାହିତ  କରି ଥାନରେ ଆନେ୍ଦାଳନର ପରିସ୍ଥିତି ସୃଷ୍ଟି କରିଥିଲେ।

ଏ ନେଇ ପଦ୍ମପୁର ପୋଲିସ ନିଜ ତରଫରୁ ଏକ ମାମଲା ରୁଜୁ କରି ଆଜି ଭୋର ସକାଳ ୪ଟାରୁ ଗାଁକୁ ଯାଇ ଚଢାଉ କରି ଗିରଫ  କରି ଥାନାକୁ ଆଣିଥିଲା । ଥାନାର ସିସିଟିଭି ଫୁଟେଜ ସହାୟତା ନେଇ ୭ମହିଳା ସମେତ ସମୁଦାୟ ୧୭ ଜଣଙ୍କୁ କୋର୍ଟ ଚାଳନ କରିଥିବା ଏସଡିପିଓ ଶ୍ରୀ ଲକ୍ଷ୍ମୀ ନାରାୟଣ ପଣ୍ଡା ପ୍ରକାଶ କରିଛନ୍ତି । କୋର୍ଟ ଚାଳନ ହୋଇଥିବା ଗ୍ରାମବାସୀଙ୍କ ନାମ ହେଲା- ଅନୁସୟା ସାହୁ(୫୫), ଇନ୍ଦ୍ରିରା ବାଗ୍(୪୦), ବେଲାମତୀ ମିର୍ଦ୍ଧା(୩୮), ମଲ୍ସା ମିର୍ଧା(୩୦), ଲ୍ଲାଇବନି ଧରୁଆ(୪୫), କନକ ସିଦାର(୪୫), ବେକମତୀ ଧରୁଆ(୫୫) , ଧନଂଜୟ ବାଗ(୨୦), ଲୋକନାଥ ସାହୁ(୩୦), ଅଭିମନୂ୍ୟ ବାରିକ (୩୪), ବିଜୟ ସଦାର(୨୩), ଭୋଜରାଜ ନାୟକ(୨୪), ତିର୍ଥ ସାହୁ(୫୦), ସୁଦାମ ମିର୍ଦ୍ଧା(୨୦), ବେଲାର ସିଂ ବରିହା(୫୫) ଏବଂ ଦର୍ବେକେଲା ଗ୍ରାନର କୁଳମଣୀ କୁମ୍ଭାର । ଏପରି ଏକ ଅଭାବନୀୟ ପରିସ୍ତିତିକୁ ନେଇ  ମୁର୍ହାପାଲି ଗ୍ରାମବାସୀ ଆତଙ୍କିତ ହୋଇପଡିଛନ୍ତି । ଏତେ ସଂଖ୍ୟାରେ ଗିରଫ ହେବା ଏବଂ ଆଗକୁ ଆହୁରି ଗିରଫଦାରୀ ହୋଇପାରେ,  ଆସଙ୍କା ଏବେ ଗ୍ରାମବାସୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି କରିଛି ।

0
0
0
s2sdefault