ରେଢ଼ାଖୋଲ ରୁ ରିପୋର୍ଟ ଯଶୋବନ୍ତ ସାହୁ: ଭାଲିଆକଟାରୁ ବଡ଼ମାଳ ଦେଇ ରେଢ଼ାଖୋଲ ଅଭିମୁଖେ ଆସୁଥିବା ଏକ ଘରୋଇ ବସ୍ ର କର୍ମଚାରୀଙ୍କ ଅସାବଧାନତା ଯୋଗୁଁ ରେଡ଼ିଏଟରରୁ ଗରମ ପାଣି ପଡ଼ି 4ଜଣ ଯାତ୍ରୀ ଆହତ ହୋଇଛନ୍ତି ଲ ଆହତଙ୍କୁ ରେଢ଼ାଖୋଲ ଡ଼ାକ୍ତରଖାନାରେ ଚିକିସା ପରେ ଛାଡ଼ି ଦିଆଯାଇଛି l ଆହତ ମାନେ ହେଲେ ବସ୍ କଣ୍ଡକ୍ଟର ରଞ୍ଜିତ ସିଂ,ରମେଶ ବେହେରା,ଶିବାନୀ ଦେହୁରୀ,ତିନି ମାସର ଶିଶୁ ଏଲିନା ପ୍ରଧାନ ବୋଲି ଜଣାପଡ଼ିଛି l ସୂଚନା ମତେ ଓଆର15 କ୍ୟୁ 6991 ନଂ ବିଶିଷ୍ଟ ଏକ ଘରୋଇ ବସ୍ ଆଜି ଭାଲିଆକଟାରୁ ରେଢ଼ାଖୋଲ ଅଭିମୁଖେ ଆସୁଥିବା ବେଳେ ପୋଡ଼ାବଲଣ୍ଡା ନିକଟରେ ବସ୍ ଟି ଅଚଳ ହୋଇଥିଲା l ସଜାଡ଼ିବା ପରେ ବସ୍ ଟି ରେଢ଼ାଖୋଲ ଅଭିମୁଖେ ଆସୁଥିବା ବେଳେ ଗ୍ରାମ ନିକଟ ଖେଳ ପଡ଼ିଆ ନିକଟରେ ଯାନ୍ରିକ ତ୍ରୁଟି ଦେଖା ଦେଇଥିଲା l ଗାଡ଼ି ଚାଳକ କଣ୍ଡକ୍ଟରଙ୍କୁ ଡ଼ାକି ରେଡ଼ିଏଟର ଢ଼ାଙ୍କୁଣୀ ଖୋଲି ପାଣି ଢ଼ଳିବା ପାଇଁ କହିଥିଲେ l ହେଲେ ରେଡ଼ିଏଟର ଢ଼ାଙ୍କୁଣି ଖୋଲିବା ମାତ୍ରେ ସେଥିରୁ ଗରମ ପାଣି ବାହାରି ବସ ଭିତରେ ଥିବା ଯାତ୍ରୀଙ୍କ ଉପରେ ପଡ଼ିଥିଲା l
ଅଘଟଣ
ରେଡ଼ିଏଟରରୁ ଗରମ ପାଣି ପଡ଼ି 4 ଆହତ
- Hits: 630