ପାଇକମାଲ/ଗୌରାଙ୍ଗ ଚରଣ ଦାଶ :- ପାଇକମାଲ ନୃସିଂହନାଥ ରାସ୍ତାରେ ତହସିଲ ଛକରୁ ମାତ୍ର 200ମିଟର ଦୂରରେ ଏକ ପିଜୁଳି ଗଛରେ ଜଣେ ଯୁବଜ ଦଉଡି ଦେଇ ଝୁଲୁଥିବା ଅବସ୍ଥାରେ ସକାଳୁ କିଛି ଲୋକ ଦେଖିଥିଲେ । ମୁଖ୍ୟ ରାସ୍ତାରୁ ମାତ୍ର 30ରୁ40 ମିଟର ଦୂର ରେ ଏହି ଘଟଣା କିଛି ସମୟ ଭିତରେ ପ୍ରଚାର ହେଇ ଯାଇଥିଲା। ଜର୍ଜଗଡ଼ ଗ୍ରାମର ଶ୍ରୀ ସୁଦୀପ୍ତ ମହାନନ୍ଦ (35)ନାମକ ଏହି ବ୍ୟକ୍ତି ଜଣକ ଗତ 5 ବର୍ଷ ରୁ ଉର୍ଦ୍ଧ୍ବ ସମୟ ଧରି ଶିକ୍ଷକତା କରୁଥିଲେ । ପରିବାର ରେ ବାପା ,ମାଁ ,1 ଝିଅ , 2 ପୁଅ ଓ ସ୍ତ୍ରୀ । ଘଟଣାର ଖବର ପାଇବା ପରେ ପାଇକମାଲ ଥାନା ଅଧିକାରୀ ଶ୍ରୀ ବିଶ୍ୱଜିତ ମନବୋଧ ଓ ତାଙ୍କର ସହକର୍ମୀ ମାନେ ପହଂଚି ପ୍ରଥମେ ଝୁଲନ୍ତା ଶବକୁ ତଳକୁ ଆଣିବା ପରେ ଅନୁସନ୍ଧାନ କରିବା ସହିତ ଶବ କୁ ବ୍ୟବଛେଦ ପାଇଁ ପଦ୍ମପୁର ଡାକ୍ତରଖାନା କୁ ପଠାଇଛନ୍ତି। ଥାନା ଅଧିକାରୀ ଶ୍ରୀ ମନବୋଧଙ୍କର କହିବା ଅନୁସାରେ ମୃତକଙ୍କର ନିକଟରୁ ସୁଇସାଇଡ଼ ନୋଟ ମିଳିଛି । ଏହି ନୋଟର ଯାଞ୍ଚ ହେବା ସହିତ ପୋଷ୍ଟ ମୋର୍ଟାମ ରିପୋର୍ଟ ଆସିଲା ପରେ ମୃତ୍ୟୁ ର ପ୍ରକୃତ କାରଣ ଜଣା ପଡିବ । ପାଇକମାଲ ଥାନାରେ ଅପମୃତ୍ୟୁ ମାମଲା 17/2018 ରୁଜୁ ହେଇ ଘଟଣାର ତଦନ୍ତ ଜାରି ରହିଛି ବୋଲି ଥାନା ଅଧିକାରୀ ଶ୍ରୀ ମନବୋଧ ଜଣାଇଛନ୍ତି ।
ଅଘଟଣ
ପିଜୁଲି ଗଛରେ ଝୁଲିଲେ ଶିକ୍ଷକ : କାରଣ କଣ ସୂଈସାଇଡ ନୋଟରୁ ଜଣ ପଡିବ
- Hits: 1709
