ହେଡଲାଇନସ୍:

ଜିଲ୍ଲା ବାହାରୁ ଆସି  ମାତିଛନ୍ତି ଲୁଟେରା : ଡିକିଭାଙ୍ଗି ୯୮ ହଜାର ଚୋରୀ ଘଟଣାରେ ଜଣେ ଅଟକ-ଜିଲ୍ଲା ବାହାରକୁ ଗଲେ ପୋଲିସର ସ୍ୱତନ୍ତ୍ର ଟିମ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର(ନୀଳ ଦୀପ) - ଗତ ତା ୨୭.୦୯ରିଖ ଦିନ ପଦ୍ମପୁର ସ୍ତିତ ପୁରୁଣାବସ୍ତି ରୋଡରେ ଥିବା ଶର୍ମା ମେଡିକାଲ ସମ୍ମୁଖରୁ ଖଇରପାଲି ଗ୍ରାମର ରଣଜିତ୍ ସିଂ ବରିହା ଓ ମାନଭଂଜନ ସିଂ ବରିହା ପଦ୍ମପୁର ସମବାୟ ବ୍ୟାଙ୍କରୁ ୯୮ ହଜାର ଉଠାଇ ଡିକିରେ ରଖି ଔଷଧ କିଣୁଥିବା ସମୟରେ କେହି ଜଣେ ଅଜଣା ବ୍ୟକ୍ତି ଡିକି ଭାଙ୍ଗି ଟଙ୍କା ଲୁଟିନେବା ଅଭିଯୋଗ ହୋଇଥିଲା । ଏ ନେଇ ପଦ୍ମପୁର ପୋଲିସ ଘଟଣାର ତଦନ୍ତ କରିବା ସହ ଔଷଧାଳୟର ମାଲିକ ଡବୁ ଶର୍ମା ଏକ ସିସିଟିଭି ଫୁଟେଜ୍ ପୋଲିସକୁ ଦେଇଥିଲେ । ଏହାର ସହାୟତାରେ ପଦ୍ମପୁର ପୋଲିସ ସୋହେଲାରୁ ଏକ ଅଜଣା ବ୍ୟକ୍ତିକୁ ଆଣି ଅଟକ ରଖି ପଚରାଉଚରା କରିବ ବେଳେ ମୁଖ୍ୟ ଆସାମୀ ଫେରାର ଥିବା ଜଣାପଡିଛି । ତଦନ୍ତରୁ ଜହା ଜଣାପଡୁଛି ମୁଖ୍ୟ ଅସାମୀ ଏକ ଟିମସହ ଏହି ପ୍ରକାର ଚୋରୀ କରି ଆସୁଛି । ଏହି ଚୋର ଗୋଷ୍ଠୀ ଗଂଜାମ ଜିଲ୍ଲା  ଆସିକା ସହରରୁ ଆସି ନୃସିଂହନାଥ ଠାରେ ଆଶ୍ରୟ ନେଇ ନୂଆପଡା, ଲାଠୋର, ସୋହେଲା ଆଦି ସ୍ଥାନକୁ ଟାର୍ଗେଟ କରୁଥିବା ଅନୁମାନ କରି ଥାନା ଅଧିକାରୀ କେ. ପ୍ରିୟଙ୍କା ରାଉତରାୟ ପ୍ରକାଶ କରିଛନ୍ତି । ପୋଲିସ ତରଫରୁ ଏକ ସ୍ୱତନ୍ତ୍ର ଟିମ କରି ଜିଲ୍ଲା ବାହାରକୁ ପଠାଯାଇଛି ଏବଂ ତଦନ୍ତରେ ବାଧାନ ହେଉ ବୋଲି ଅଧିକ ସୂଚନା ପରବର୍ତି ସମୟରେ ଦେବେ ବୋଲି ଥାନାଧିକାରୀ କହିଛନ୍ତି ।

0
0
0
s2sdefault