ହେଡଲାଇନସ୍:

 ପୋଲିସ କୁ ଧକ୍କା ଦେଇ ହାର୍ଡକୋର ମାଓବାଦୀ କୋର୍ଟ ପରିସରରୁ ଛୁ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 7 ଜଣ ପୋଲିସ କର୍ମଚାରୀ ଙ୍କୁ ନିଲମ୍ବନ କଲେ SP ନୂଆପଡା

  ଭୁବନେଶ୍ୱର / ନୂଆପଡା :- ପୋଲିସ ର ସୁରକ୍ଷା ବଳୟରେ SDJM କୋର୍ଟ କୁ ଆସିଥିଲା ହାର୍ଡକୋର ମାଓବାଦୀ ମନୋଜ ମାଡକାମୀ । 2 ଜଣ ଅଧିକାରୀ ଓ 5 ଜଣ ଅନ୍ୟ ରେଙ୍କ ର ପୋଲିସ କର୍ମଚାରୀ ଙ୍କର କଡା ସୁରକ୍ଷା ବଳୟ । ହେଲେ ସବୁ ସୁରକ୍ଷା ବ୍ୟବସ୍ଥା କୁ ଆଖି ଠାରି ଫେରାର ହେଇଗଲା ମନୋଜ । ଆଶ୍ଚର୍ଯ ଲାଗିଲେ ବି ସତ।ଏହି ଘଟଣା ନୂଆପଡା ଅଞ୍ଚଳରେ ଜୋରଦାର ଚର୍ଚ୍ଚା ର ବିଷୟ ରେ ପରିଣତ ହେଇଛି। ବାଟେ ଘାଟେ ସବୁ ଆଡେ କେବଳ ଏହି ଚର୍ଚ୍ଚା।  ପୋଲିସ ର ଅବହେଳା ବା ଅପାରଗତା କାରଣ ଜାହାଭି ହେଉ ଏହା ଏକ ସମ୍ବେଦନଶୀଳ ଘଟଣା । 

          ମାଓବାଦୀ ମନୋଜ ଫେରାର ହେବା ପରେ ନୂଆପଡା ଏସ,ପି ଶ୍ରୀ ସ୍ମିଥ ପି ପରମାର 2 ଜଣ ପୋଲିସ ଅଫିସର ସମେତ ଅନ୍ୟ 5 ଜଣ ଙ୍କୁ ନିଲମ୍ବିତ କରିଥିବାର ସୂଚନା ରହିଛି । ତେବେ ବିରାଟ ପ୍ରଶ୍ନ ଯେ ଯେତେ ବେଳେ ଜଣେ ମାଓବାଦୀ କୁ ଜେଲ ବାହାରକୁ ନିଆଯାଉଛି ସେତେବେଳେ ଯେଭଳି ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବା କଥା ତାହା କରାଯାଇଥିଲା କି ? ଗତ ମେ ମାସର 30 ତାରିଖ ରେ ଏହି ଦୁର୍ଦାନ୍ତ ମାଓବାଦୀ କୁ ଧରା ଯାଇଥିଲା ।ୟା ଉପରେ ସରକାର 4 ଲକ୍ଷ ଟଙ୍କା ର ପୁରସ୍କାର ମଧ୍ୟ ଘୋଷଣା କରାଯାଇଥିଲା ହେଲେ ଅବହେଳା ବା ଅପାରଗତା କାରଣରୁ ପୋଲିସ କୁ ଧକ୍କା ମାରି କୋର୍ଟ ପାଚେରୀ ଡେଇଁ ମନୋଜ ଫେରାର ହେଇଯିବା ଘଟଣା ବେଶ ଚର୍ଚ୍ଚାର ବିଷୟ । ବର୍ତମାନ ନୂଆପଡା ପୋଲିସ ବିଭିନ୍ନ ସ୍ଥାନରେ କମ୍ଭିଙ୍ଗ ଜାରି ରଖିଛି  । ଦେଖାଯାଉ ଆଗକୁ ଏହି ଘଟଣା କି ମୋଡ଼ ନେଉଛି ।

0
0
0
s2sdefault