ହେଡଲାଇନସ୍:

ବରପଦା ଇଞ୍ଜିନିୟରିଂ କଲେଜରେ ରାଜନୈତିକ ବ୍ୟକ୍ତିିମାନଙ୍କ ଦ୍ୱାରା କୋଟି କୋଟି ଟଙ୍କା ଦୁର୍ନୀତି : ତଦନ୍ତରେ ପୋଲିସର ଅହେତୁକ ଅନୁକମ୍ପା  !

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭଦ୍ରକ(SATYABHUSAN SWAMI)

ଭଦ୍ରକର ବରପଦା ଇଞ୍ଜିନିୟରିଂ କଲେଜରୁ ବର୍ତ୍ତମାନର ମନ୍ତ୍ରୀ  ପ୍ରଫୁଲ୍ଲ ସାମଲଙ୍କ ପୁତ୍ର ପ୍ରୟାସକାନ୍ତି ସାମଲ ଏବଂ ତାଙ୍କର ରାଜନୈତିକ ସହଯୋଗୀମାନଙ୍କ ଦ୍ୱାରା ସୋସାଇଟି ରେଜିଷ୍ଟେ୍ରସନ ଆକ୍ଟ-୧୮୬୦ର ବିଭିନ୍ନ ଧାରାକୁ ଖୋଲାଖୋଲି ଉଲଘଂନ କରି  ପ୍ରାୟ ୧୦୦ କୋଟି ଟଙ୍କାର ମୂଲ୍ୟବାନ ଜମି, କୋଠାବାଡ଼ି, ଏ.ସି.,ମୂଲ୍ୟବାନ ସୌଖିନ ଗାଡ଼ି , କମ୍ପ୍ୟୁଟର , ଜେନେରେଟର ଇତ୍ୟାଦି ବିକ୍ରି କରାଯାଇଛି । ସେହି ଟଙ୍କା କଲେଜର ତହବିଲକୁ ନଆସିବା ଦ୍ୱାରା ଏବଂ କର୍ମଚାରୀମାନେ ମାସ ମାସ ଧରି ବେତନ ନପାଇବା ଦ୍ୱାରା ଏହା ଏକ ଜନ ଆନ୍ଦୋଳନ  ରୂପ ନେଇଥିଲା । ୨୦୧୫ ମସିହାରେ ଓଡ଼ିଶା ସରକାର ପରିସ୍ଥିତିକୁ ହୃଦୟଙ୍ଗମ କରି ଏକ ତିନିଜଣିଆ ମଧ୍ୟବର୍ତ୍ତୀ କାଳୀନ ପରି·ଳନା କମିଟି ଗଠନ କରି କମିଟିର ଚେୟାରମ୍ୟାନ ଭାବରେ ଭଦ୍ରକ ଜିଲ୍ଲାପାଳଙ୍କୁ ଅନୁଷ୍ଠାନର ପରିଚାଳନାଭାର ନ୍ୟସ୍ତ କରିଅଛନ୍ତି । ୨୦୦୮ ମସିହାରୁ ୨୦୧୫ ମସିହା ମଧ୍ୟରେ ଶ୍ରୀ ପ୍ରଫୁଲ୍ଲ ସାମଲଙ୍କର ପରୋକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠାନରୁ ଲୁଟ୍ କରିଥିବା ଆସାମୀମାନଙ୍କ ବିରୁଦ୍ଧରେ ଭଦ୍ରକର ସମାଜସେବୀ ବିକାଶ ରଞ୍ଜନ ଜେନା କୋର୍ଟରେ କେଶ କରିଥିଲେ ମଧ୍ୟ ଆସାମୀମାନେ ସରକାରୀ ରାଜନୈତିକ ଦଳର ପୃଷ୍ଠପୋଷକ  ହୋଇଥିବାରୁ ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ଆସାମୀମାନଙ୍କ ପ୍ରତି ଅହେତୁକ ଅନୁକମ୍ପା ପ୍ରଦର୍ଶନ କରୁଅଛି । ବରପଦା ଇଞ୍ଜିନିୟରିଂ କଲେଜରୁ ଦୁର୍ନୀତି ସମ୍ପର୍କିତ ପ୍ରାୟ ୪୮୬ ପୃଷ୍ଠାର କାଗଜପତ୍ର ପୋଲିସ ନିକଟରେ କଲେଜ ତରଫରୁ ଦାଖଲ କରାଯାଇଥିଲେ ମଧ୍ୟ ପୋଲିସ ତଦନ୍ତରେ କୌଣସି ଆଗ୍ରହ ପ୍ରକାଶ କରୁନାହିଁ କିମ୍ବା ଚାର୍ଜସିଟ୍ ଦାଖଲ କରୁନାହିଁ । ଲୁଟ୍ ହୋଇଥିବା ସଂପତ୍ତିର ପୁନରୁଦ୍ଧାର ନହୋଇପାରିବା ଫଳରେ କଲେଜର ପରି·ଳନା ଏବଂ ଉନ୍ନତିମୂଳକ କାର୍ଯ୍ୟରେ ଘୋର ବାଧା ସୃଷ୍ଟି ହେଉଛି । ମନ୍ତ୍ରୀଙ୍କ ପ୍ରରୋଚନାରେ ହେଉ ବା ସରକାରୀ ଦଳର ହାତବାରିସ ସାଜି ପୋଲିସ ଆସାମୀମାନଙ୍କୁ ଅହେତୁକ ଅନୁକମ୍ପା ପ୍ରଦର୍ଶନ କରୁଛି ବୋଲି ଶ୍ରୀ ଜେନା ଗଣମାଧ୍ୟମ ସାମନାରେ ପ୍ରକାଶ କରିଛନ୍ତି । ଆଜି ଶ୍ରୀ ଜେନା ଭଦ୍ରକ ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ହାଜର ହୋଇ ସେ କରିଥିବା କେଶ୍ ର ତଦନ୍ତ ଯଥାଶିଘ୍ର  ପୋଲିସ ଦ୍ୱାରା କରି ଅନୁଷ୍ଠାନର  ଲୁଟ୍ ହୋଇଥିବା ସମ୍ପତ୍ତିକୁ ଫେରାଇ ଆଣିବା ସହିତ ଆସାମୀମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଏବଂ କେଶ୍ର ·ର୍ଜସିଟ୍ ଦାଖଲ କରିବା ପାଇଁ ବିଧିବଦ୍ଧ ପଦକ୍ଷେପ ନେବାକୁ ଅନୁରୋଧ କରିଅଛନ୍ତି । ୭ଦିନ ମଧ୍ୟରେ ଏହାର ତଦନ୍ତ ନହେଲେ ଶ୍ରୀ ଜେନା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିବାକୁ ସୂଚନା ଦେଇଛନ୍ତି ।

0
0
0
s2sdefault