ହେଡଲାଇନସ୍:

ପିଲାମାନଙ୍କୁ ମୋବାଇଲ ଦେଉଛନ୍ତି କି ? ଘାତକ ହୋଇପାରେ ...|  

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

ମୋବାଇଲ ଫାଟି ଶିଶୁ ଗୁରୁତର

ବରଗଡ଼/ଗୌରାଙ୍ଗ ଚରଣ ଦାଶ :- ବରଗଡ଼ ଜିଲ୍ଲା ପଇକମାଲ ବ୍ଲକ ଅନ୍ତର୍ଗତ ଛୀଂଦେଇକେଲା ପଞ୍ଚାୟତର ପତ୍ରାଗୁଡା ଗ୍ରାମର ଭୀମସେନ ବହିଦାର ଙ୍କର 11 ବର୍ଷୀୟ ପୁତ୍ର ଶୁଭମ ବାପାଙ୍କର ମୋବାଇଲ ଖେଳୁ ଥିବା ସମୟରେ ମୋବାଇଲଟି ଫାଟି ଯିବାରୁ ଶୁଭମ  ଗୁରୁତର ଭାବରେ ଆହତ ହେଇଯାଇଥିଲା । ସୁଭମ କୁ ପ୍ରଥମେ ପଦ୍ମପୁର ଡାକ୍ତରଖାନାରେ ଚିକିତ୍ସା କରିବା ପରେ କଟକ ସ୍ଥାନାନ୍ତର କରାଯାଇଛି। ମୋବାଇଲ ଆଜିକାର ସମୟରେ ଅତି ଆବଶ୍ୟକ କିନ୍ତୁ ଏହି ମୋବାଇଲ ର ଅନେକ ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟ ରହିଛି । ମୋବାଇଲ ଫାଟିବା ଘଟଣା ଯଦିବା ନୂଆ ନୁହେଁ ହେଲେ ଏ ଅଞ୍ଚଳରେ ଏହା ଏକ ସମ୍ପୂର୍ଣ ନୂଆ ଘଟଣା । ଅଭିଭାବକ ମାନେ ଛୋଟ ଛୋଟ ପିଲା ମାନଙ୍କୁ ମୋବାଇଲ ଧରାଇଦେବା କେତେ ସୁରକ୍ଷିତ ତାହା ବିଚାର କରିବା ନିହାତି ଜରୁରୀ ।

 

0
0
0
s2sdefault