ହେଡଲାଇନସ୍:

ବଜ୍ରାଘାତରେ ସିଆରପିଏଫ ଜବାନଙ୍କ ସମେତ ଦୁଇ ମୃତ, ୪ ଗୁରୁତର

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଟିଟିଲାଗଡ଼/ସୁନୀଲ ବେହେରା - ଟିଟିଲାଗଡ଼ ଥାନା ଅନ୍ତର୍ଗତ ମାଥନପଲା ଗ୍ରାମକୁ ଭୋଜି ଖାଇବାକୁ ଆସିଥିବା ଦୁଇ ଜଣଙ୍କ ବଜ୍ରାଘାତରେ ମୃତ୍ୟୁ  ଘଟିଥିବା ଜଣାଯାଇଛି । ମୃତକ କଲାହାଣ୍ଡି ଜିଲା ରାମପୁରର ସିଆରପିଏଫ ଜବାନ ମନ ମହାକୁଡ (୪୩) ଏବଂ ନିମାଇଁ ସାହୁ (୩୫) ବୋଲି ଜଣାଯାଇଛି । ପ୍ରାୟ ୧୦ ଜଣ ସାଙ୍ଗସାଥି ତଥା ସମ୍ପର୍କିୟ ସହ ମାଥନପଲା ଡ୍ୟାମରେ ଭୋଜି କରିଥିଲେ । ଅପରାହ୍ନରେ ଅଚାନକ ବର୍ଷା ସହ ଘଡଘଡି ବିଜୁଳି ଆରମ୍ଭ ହୋଇଥିଲା । ବଜ୍ରାଘାତରେ ଅନ୍ୟ ଆହତ କିର୍ତିଚନ୍ଦ୍ର ପ୍ରଧାନ, ସଞ୍ଜିବ ଭୋଇ, ରଜନୀ ଗଡତ୍ୟାଙ୍କୁ ରିପୋର୍ଟ ଲେଖା ହେବା ବେଳକୁ ଟିଟିଲାଗଡ ଡାକ୍ରରଖାନାରେ ଭର୍ତି କରାଯାଇଥିବା ଜଣାଯାଇଛି । ଅନ୍ୟପକ୍ଷରେ ମୁରିବାହାଲ ବ୍ଲକ ଅନ୍ତର୍ଗତ ଟିକ୍ରାପଡା ଗ୍ରାମର ମୁନି ନାଗ ମଧ୍ୟ ବଜ୍ରାଘାତରେ ଗୁରୁତର ହୋଇ ଟିଟିଲାଗଡ ଡାକ୍ରରଖାନାରେ ଭର୍ତି ହୋଇଥିବା ଜଣାଯାଇଛି । 

0
0
0
s2sdefault