ହେଡଲାଇନସ୍:

ଚିକିତ୍ସା ଅବହେଲା ନେଇ ଡାକ୍ରରଖାନାରେ ପ୍ରସୂତୀଙ୍କ ମୃତ୍ୟୁ  ଅଭିଯୋଗ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଟିଟିଲାଗଡ଼/ସୁନୀଲ ବେହେରା :  ଟିଟିଲାଗଡ ବ୍ଲକ ଅନ୍ତର୍ଗତ ଖୋଲାନ ସରକାରି ଡାକ୍ରରଖାନାରେ ଜଣେ ପ୍ରସୁତି ମହିଳାଙ୍କ ଚିକିତ୍ସାଭାବରୁ ମୃତୁ୍ୟ ଘଟିଥିବା ଭଲି ଅଭାବନୀୟ ଘଟଣା ଆଲୋଡନ ସୃଷ୍ଟି କରିଛି । ସୁଚନା ଯେ  ମୁରିବାହାଲ ବ୍ଲକ ଅନ୍ତର୍ଗତ ଗୌଡତୁଲା ଗ୍ରାମର ପ୍ରସୁତି ମହିଳା ଦୁତିକା ଭୋଇ(୨୨)ଙ୍କ ପ୍ରସବ ସମୟ ଉପନୀତ ହେବା ନେଇ ଟିଟିଲାଗଡ ବ୍ଲକ ଅନ୍ତର୍ଗତ ଖୋଲାନ ଗୋଷ୍ଠୀ  ସ୍ୱାସ୍ଥ୍ୟ କେନ୍ଦ୍ରରେ ପରିବାର ଲୋକେ ଭର୍ତି କରିଥିଲେ । ରବିବାର ଅପରାହ୍ନ ପ୍ରାୟ ୧ଟା ସମୟରେ ଏକ ଶିଶୁ କନ୍ୟା ଜନ୍ମ ପରେ ତାଙ୍କ ଅବସ୍ଥା ଗୁରୁତର ହୋଇପଡିଥିଲା । ଏନେଇ ତାଙ୍କୁ ଟିଟିଲାଗଡ ଉପଖଣ୍ଡ ଡାକ୍ରରଖାନାକୁ ଅଣାଯାଉଥିବା ବେଳେ ବାଟରେ ମୃତୁ୍ୟ ଘଟିଥିବା ଜଣାଯାଇଛି । ଏହାକୁ ନେଇ ସରକାରଙ୍କ ନାରୀ ସୁରକ୍ଷା ଯୋଜନା ବାଟବଣା ହୋଇଥିବା ଅଭିଯୋଗ ହୋଇଛି । ଅପରପକ୍ଷରେ ପ୍ରସୁତି ମହିଳାଙ୍କ ଡାକ୍ରରଖାନାରେ ଭର୍ତି ହେବା ନେଇ ଷ୍ଟାଫ ନର୍ସ ତାଙ୍କୁ ଅବଗତ କରି ନଥିବା ସ୍ୱାସ୍ଥ୍ୟ ଅଧିକାରୀ ମିନିକେତନ କିଷାନ କହିବା ବିସ୍ମିତ କରିଛି । କାର୍ଯ୍ୟରତ ଡାକ୍ରରଙ୍କୁ ନଜଣାଇ ଜଣେ ଷ୍ଟାଫ ନର୍ସ ମହିଳାଙ୍କ ପ୍ରସୁତି କାର୍ଯ୍ୟ ଆରମ୍ଭ କରିଥିବା ଅଭିଯୋଗ ହୋଇଛି । ଅନ୍ୟପକ୍ଷରେ ଅପରାହ୍ନ ପ୍ରାୟ ୧ ଟା ବେଳକୁ ମହିଳାଙ୍କ ଅବସ୍ଥା ଉଦବେଗଜନକ ହେବା ନେଇ ତାଙ୍କୁ ଖବର କରାଯାଇଥିଲା ବୋଲି ଡା. କିଷାନ କହିଛନ୍ତି । ରବିବାର ଭୋର ପ୍ରାୟ ୪ଟା ବେଳକୁ ପ୍ରସୁତି ଜଣକ ଡାକ୍ତରଖାନାରେ ଭର୍ତି ହୋଇଥିବା ସେ ପରେ ଖବର ପାଇଥିବା ଡା. କିଷାନ ସୁଚିତ କରିଛନ୍ତି । ସମ୍ପୃକ୍ର ଷ୍ଟାଫ ନର୍ସ ପୁର୍ବରୁ  ଅନେକ ଥର ତାଙ୍କୁ ନଜଣାଇ ନିଜେ ପ୍ରସବ କରାଇ ଚାଲିଥିବା ନେଇ ଅନେକ ଅଘଟଣା ଘଟିବା ନେଇ ବଲାଙ୍ଗିର ଜିଲା ଚିକିତ୍ସା ଅଧିକାରୀଙ୍କୁ ସେ ଅବଗତ କରିଥିବା ଡା. କିଷାନ କହିଛନ୍ତି । ସମ୍ପୃକ୍ତ ନର୍ସ ଅର୍ଥ ଆଶାରେ ଅନ୍ୟଙ୍କ ଜୀବନ ସହ ଖେଲିଚାଲିଥିବା ଏନେଇ ସାଧାରଣରେ ଅଭିଯୋଗ ହୋଇଛି । ଏନେଇ ଜିଲା ଚିକିତ୍ସା ଅଧିକାରୀ ହିଁ ଯାହା ନିଷ୍ପତି ନେବେ ବୋଲି ଡା. କିଷାନ ତାଙ୍କ କ୍ଷମତା ନଥିବା କହିଛନ୍ତି । ଅନ୍ୟପକ୍ଷରେ ମା ହେବାର ସ୍ୱପ୍ନ ଦେଖି କୋଳରେ ସନ୍ତାନ ଖେଲାଇବାକୁ ଆଶା ରଖିଥିବା  ନବ ବିବାହିତା ମହିଳା ପ୍ରଥମ ଥର ଗର୍ଭଧାରଣ କରି ସରକାରି ଅବ୍ୟବସ୍ଥା ନେଇ ଅକାଳରେ ଜୀବନ ହରାଇଥିବା ବୁଦ୍ଧିଜୀବୀ ମହଲରେ ଏନେଇ ତୀବ୍ର ପ୍ରତିକ୍ରୀୟା ପ୍ରକାଶ ପାଇଛି ।  ଜଣେ ଶିଶୁ କନ୍ୟାର ସବୁଦିନ ପାଇଁ ମାତୃସୁଖ ପୋଛି ନେଇଥିବା ଭଲି ସମ୍ବେଦନଶୀଳ ଘଟଣା ନେଇ ତଦନ୍ତ ସହ ଦୋଷୀଙ୍କୁ ଚିହ୍ନଟ କରି ଦୃଢ କାର୍ଯ୍ୟାନୁଷ୍ଠାନ  ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି । 

0
0
0
s2sdefault