ହେଡଲାଇନସ୍:

ସାପକାମୁଡ଼ାରେ ବାଳିକା ମୃତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଯାଜପୁରରୁ ଜୟଶଙ୍କର ଦାଶ : କୋରେଇ ବ୍ଲକ ଅନ୍ତର୍ଗତ ଧନେଶ୍ୱର ପଞ୍ଚାୟତର ବେଗନା ଗ୍ରାମର ସୁନାକର ଜେନାଙ୍କ ଝିଅ ମାନସୀ ଜେନା(୧୦) ରାତିରେ ଘରେ ଶୋଇଥିବାବେଳେ ଏକ ରଣା ସାପ ମସୁରୀ ଭିତରେ ପଶି ମାନସୀକୁ କାମୁଡ଼ି ଦେଇଥିଲା । ସକାଳୁ ପରିବାର ଲୋକେ ଦେଖି ମାନସୀକୁ କୋରେଇ ମେଡିକାଲକୁ ନେଇ ଯାଇଥିଲେ । ସେଠାରେ ଡାକ୍ତର ମାନସୀକୁ ମୃତ ଘୋଷଣା କରିଥିଲେ । ଏହି ଘଟଣା ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳାଇଦେଇଛି ।

0
0
0
s2sdefault