ହେଡଲାଇନସ୍:

ସନ୍ଦେହ ଘେରରେ ଯୁବକଙ୍କ ମୃତ୍ୟୁ :ସଂଘବଦ୍ଧ ହତ୍ୟା ଆଶଙ୍କା

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

ସନ୍ଦେହରେ ପୋଲିସ କିଛି ଯୁବକଙ୍କୁ ଅଟକ ରଖି ପୋଲିସ କରୁଛି ପଚରାଉଚରା

ବରଗଡ/Gouranga charana Dash  :-  ବରଗଡ ଜିଲ୍ଲା ପାଇକମାଳ ବ୍ଲକ ମଲଦା ଗ୍ରାମର ଅଭିମନ୍ୟୁ ଛତର ନାମକ ଜଣେ ଯୁବକ ସକାଳୁ ନିଜ ବିଲକୁ ଘାସ କାଟିବା ପାଇଁ ଯାଇଥିଲା । ବହୁ ସମୟ ଧରି ଘରକୁ ନ ଫେରିବାରୁ ଘର ଲୋକେ ଖୋଜାଖୋଜି କରିବାରୁ ତାଙ୍କ ବିଲ ପାଖରେ ଥିବା ଏକ ଛୋଟିଆ ପୋଖରୀ ପାଖରେ ଅଭିମନ୍ୟୁ ର ଚପଲ ଓ ମୋବାଇଲ ପଡିଥିବାର ଦେଖିଥିଲେ। ସନ୍ଦେହ ହେବାରୁ ସେମାନେ ପୋଖରୀ ଭିତରେ ଖୋଜାଖୋଜି କରିବାରୁ ପୋଖରୀ ଭିତରେ ଅଭିମନ୍ୟୁ ର ଶବ ପାଇଥିଲେ ।ଶବର ମୁହଁରୁ ରକ୍ତ ବହରୁଥିବାରୁ ସେମାଙ୍କର ସନ୍ଦେହ ହେଇଥିଲା । ପରିବାର ଓ ଗାଁ ଲୋକ ଠାରୁ ଖବର ପାଇବା ପରେ ପଇକମାଲ ଥାନା ଅଧିକାରୀ ଶ୍ରୀ ବିଶ୍ୱଜିତ ମନବୋଧ ଘଟଣା ସ୍ଥଳକୁ ପହଞ୍ଚି ସରଜମିନ ତଦନ୍ତ ଆରମ୍ଭ କରିବା ସହିତ ଶବ ଜବତ କରି ବ୍ୟବଛେଦ ନିମନ୍ତେ ପଦ୍ମପୁର ଡାକ୍ତରଖାନା କୁ ପଠାଇ ଦେଉଛନ୍ତି।
        ଶୁଣିବାକୁ ମିଳୁଛି ଯେ ଗତ କାଲି ରାତି ଗଣେଶ ପୂଜା ପେଣ୍ଡାଲ  ନିକଟରେ ଅଭିମନ୍ୟୁ ର କିଛି ଯୁବକ ମାନଙ୍କର ସହିତ କିଛି ଗଣ୍ଡଗୋଳ ହେଇଥିଲା । ପୋଲିସ ସବୁ ସ୍ଥିତିକୁ ଆଖିରେ ରଖି ତଦନ୍ତ କରୁଛି ।  ସନ୍ଦେହରେ ପୋଲିସ କିଛି ଯୁବକଙ୍କୁ ଅଟକ ରଖି ତଦନ୍ତ କରୁଥିବା ଜଣା ପଡ଼ିଛି ।ପଇକମାଲ PS କେଶ ନ 146/2018 ଧାରା 302 ,34 IPC ରେ ମାମଲା ରୁଜୁ କରି ଥାନା ଅଧିକାରୀ ତଦନ୍ତ ତଦନ୍ତ ଜାରି ରଖିଛନ୍ତି।

0
0
0
s2sdefault