ହେଡଲାଇନସ୍:

ଏ  ଜିପିଟିଏ କେଡେ ମାଡୁଆ ଭାବିଲେ ସତେ , ଗୁହାଳରୁ ବି ଖାଇଯାଉଛନ୍ତି !!! 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଗଞ୍ଜାମ/ଶାସକ ପ୍ରଶାସକ - ଗୁହାଳ କରାଇଦେବା ପାଇଁ ଆଜି ଜଣେ ହିତାଧିକାରୀଙ୍କ ଠାରୁ ୨୫୦୦ ଟଙ୍କା ଲାଂଚ ନେଉଥିବା ବେଳେ ସୋରଡ଼ା ଜିପିଟିଏ ଅନିଲ କୁମାର ବେହେରା  ବ୍ରହ୍ମପୁର ଭିଜିଲାନ୍ସ ଅଧିକାରୀମାନଙ୍କ ହାତରେ ଧରାପଡିଛନ୍ତି  ।  

ବଡଗଡ ଥାନା ଅନ୍ତର୍ଗତ ନୂଆଗାଁର କାହ୍ନୁଚରଣ ପାଣିଗ୍ରାହୀଙ୍କ ଠାରୁ ସେ ଏହି ଟଙ୍କା ଗ୍ରହଣ କରୁଥିବା ବେଳେ ଧରାପଡିଥିଲେ  । ଗୁହାଳ ନିର୍ମାଣ ବାବଦ ୨୪ ହଜାର ୫୦୦ ଟଙ୍କା ଦ୍ୱିତୀୟ କିସ୍ତି ବିଲ୍ କରାଇ ଦେବା ପାଇଁ ସେ ଏହି ଟଙ୍କା ଲାଂଚ ନେଉଥିଲେ  । ନିକଟରେ ଲୁଚି ରହିଥିବା ଅଧିକାରୀ ମାନେ ତାଙ୍କୁ କାବୁ କରି ନେଇଥିଲେ  । ଘଟଣାରେ ତାଙ୍କୁ ଗିରଫ କରାଯାଇଛି  । ଏ ସଂକ୍ରାନ୍ତରେ ଭିଜିଲାନ୍ସ ପକ୍ଷରୁ ୩୬/୧୮ରେ ଏକ ମାମଲା ରୁଜୁ କରାଯିବା ସହିତ ତାଙ୍କର ସୋରଡ଼ା ବ୍ଲକର ସୌରଭ ସାହି ସ୍ଥିତ ବାସଭବନରେ ଚଢ଼ଉ କରାଯାଇଥିଲା ବୋଲି ଏସପି ମାୟାଧର ସ୍ୱାଇଁ ସୂଚନା ଦେଇଛନ୍ତି  ।

0
0
0
s2sdefault