ହେଡଲାଇନସ୍:

ଆରଏସପି ଦ୍ଵାରା ବିଭିନ୍ନ ବିଭାଗ ଓ କର୍ମଚାରୀଙ୍କୁ ସୃଜନୀ ପୁରସ୍କାର ପ୍ରଦାନ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାଉରକେଲା / ସୁଶାନ୍ତ ବେହେରା :ସିଭିକ ସେଣ୍ଟରଠାରେ ଅଗଷ୍ଟ ୧୬ ତାରିଖରେ ଅନୁଷ୍ଠିତ ଏକ ସ୍ଵତନ୍ତ୍ର ପୁରସ୍କାର ବିତରଣ ଉତ୍ସବରେ କାରଖାନାର ବିଭିନ୍ନ ବିଭାଗ ଓ କର୍ମଚାରୀଙ୍କୁ ସୃଜନୀ ପୁରସ୍କାର ଯୋଜନା ଅଧୀନରେ ଉତ୍କର୍ଷତା ହାସଲ ନିମନ୍ତେ ପୁରସ୍କାର ପ୍ରଦାନ କରାଯାଇଥିଲା। ଉକ୍ତ ଉତ୍ସବରେ ଆରଏସପିର ସିଇଓ, ଶ୍ରୀ ଅଶ୍ଵିନୀ କୁମାର ମୁଖ୍ୟ ଅତିଥି ରୂପେ ଯୋଗଦେଇଥିଲେ। ଏହି ଅବସରରେ ଦୀପିକା ମହିଳା ସଂଘତିର ଅଧ୍ୟକ୍ଷା, ଶ୍ରୀମତୀ ସବିତା କୁମାରୀ, କାର୍ମିକ ଓ ପ୍ରଶାସନ ବିଭାଗର ନିର୍ବାହୀ ନିର୍ଦ୍ଦେଶକ, ଶ୍ରୀ ପ୍ରଭାତ କୁମାର ପ୍ରଧାନ, ପ୍ରକଳ୍ପ ବିଭାଗର ନିର୍ବାହୀ ନିର୍ଦ୍ଦେଶକ, ଶ୍ରୀ ରାଜୀବ ଅଗ୍ରୱାଲ,  ଦୀପିକା ମହିଳା ସଂଘତିର ଉପାଧ୍ୟକ୍ଷା, ଶ୍ରୀମତୀ ମୀନାକ୍ଷୀ ପ୍ରଧାନ ଏବଂ ଶ୍ରୀମତୀ ରେଖା ଅଗ୍ରୱାଲ, ବହୁ ମହାପ୍ରବନ୍ଧକ, ବିଭାଗ ମୁଖ୍ୟ , ବରିଷ୍ଠ ଅଧିକାରୀ ଓ କର୍ମଚାରୀ ତଥା ସେମାନଙ୍କର ପରିବାରବର୍ଗ ଉପସ୍ଥିତ ଥିଲେ। 

୨୦୧୭-୧୮ ବର୍ଷ ନିମନ୍ତେ କୋକ ଓଭେନ ବିଭାଗ ସୃଜନୀ ରୋଲିଙ୍ଗ ଟ୍ରଫି ଲାଭ କରିଥିଲା । କୋଲ ଓ କୋକ ବିଭାଗର ଜିଏମ, ଶ୍ରୀ ବିଶ୍ଵଜିତ ପଟ୍ଟନାୟକଙ୍କ ନେତୃତ୍ୱରେ ବିଭାଗୀୟ ଦଳ ଏହି ଟ୍ରଫି ଗ୍ରହଣ କରିଥିଲେ। ଏହି ବର୍ଗରେ ଦ୍ଵିତୀୟ ଶ୍ରେଷ୍ଠ ବିଭାଗ ରୂପେ ବ୍ଳାଷ୍ଟ ଫର୍ଣ୍ଣେସ  ବିଭାଗ ବିବେଚିତ ହୋଇଥିଲା। ବ୍ଳାଷ୍ଟ ଫର୍ଣ୍ଣେସ ବିଭାଗର ଜିଏମ, ଶ୍ରୀ ଅତନୁ ଭୌମିକଙ୍କ ନେତୃତ୍ୱରେ ବିଭାଗୀୟ ଦଳ ଏହି ପୁରସ୍କାର ଗ୍ରହଣ କରିଥିଲେ । ସୃଜନୀ ପୁରସ୍କାର ଯୋଜନାର ତୃତୀୟ ଶ୍ରେଷ୍ଠ ବିଭାଗ ରୂପେ ହଟ ଷ୍ଟ୍ରିପ ମିଲ ବିଭାଗ ବିବେଚିତ ହୋଇଥିଲା । ବିଭାଗର ଜିଏମ, ଶ୍ରୀ  ପି ମୁରଲୀଙ୍କ ନେତୃତ୍ୱରେ ବିଭାଗୀୟ ଦଳ ପୁରସ୍କାର ଗ୍ରହଣ କରିଥିଲେ ।

ସୃଜନୀ ପୁରସ୍କାର ଯୋଜନା ଅନ୍ତର୍ଗତ ସର୍ବାଧିକ କାର୍ଯ୍ୟାନ୍ଵିତ ପ୍ରସ୍ତାବ ନିମନ୍ତେ ଶ୍ରେଷ୍ଠ ପ୍ରସ୍ତାବକ ରୂପେ କୋକ ଓଭେନ ବିଭାଗର ସିନିୟର ଅପରେଟିଭ, ଶ୍ରୀ ରବୀନ୍ଦ୍ର କୁମାର ବିଶୋୟୀ ପୁରସ୍କାର ଲାଭ କରିଥିଲେ । ତାଙ୍କୁ ୧୨୪୫୦  ଟଙ୍କାର ପୁରସ୍କାର ରାଶି ଓ ପ୍ରଶସ୍ତି ପତ୍ର ପ୍ରଦାନ କରାଯାଇଥିଲା । 

ଏହି ଯୋଜନାରେ ଛଅ ଜଣ କର୍ମଚାରୀ ଦ୍ଵିତୀୟ ପୁରସ୍କାର ଲାଭ କରିଛନ୍ତି । ସେମାନଙ୍କୁ  ୫୪୫୦ ଟଙ୍କାର ପୁରସ୍କାର ରାଶି ଓ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା । ପୁରସ୍କାର ବିଜେତା ମାନେ ହେଲେ ହଟ ଷ୍ଟ୍ରିପ ମିଲ ବିଭାଗର ସିନିୟର ଟେକନିସିଆନ ,ଶ୍ରୀ ଦେବାଶିଷ ଦାସ, କୋକ ଓଭେନ ବିଭାଗର ସିନିୟର ଟେକନିସିଆନ, ଶ୍ରୀ ଦୂର୍ଗା ମାଧବ ପଟେଲ, କୋକ ଓଭେନ ବିଭାଗର ସିନିୟର ଟେକନିସିଆନ, ଶ୍ରୀ ଲକ୍ଷ୍ମୀକାନ୍ତ ସ୍ଵାଇଁ, କୋକ ଓଭେନ ବିଭାଗର ସିନିୟର ଟେକନିସିଆନ, ଶ୍ରୀ ବିରେନ୍ଦ୍ର କୁମାର ସାହୁ, ସହର ଇଞ୍ଜିନିୟରିଂ ଇଲେକ୍ଟ୍ରିକଲ ବିଭାଗର ସିନିୟର ଟେକନିସିଆନ କମ ଇଲେକ୍ଟ୍ରିସିଆନ, ଶ୍ରୀ ଚିତ୍ରସେନ ଜେନା ଏବଂ  ସହର ଇଞ୍ଜିନିୟରିଂ ଇଲେକ୍ଟ୍ରିକଲ ବିଭାଗର ଇଞ୍ଜିନିୟରିଂ ଆସିଷ୍ଟାଣ୍ଟ, ଶ୍ରୀ ଉମାକାନ୍ତ ରାଉତ ।

ଉଲ୍ଲେଖନୀୟ ଯେ, ସୃଜନଶୀଳତାକୁ ପ୍ରୋତ୍ସାହନ ପ୍ରଦାନ ନିମନ୍ତେ ୧୯୮୯-୯୦ ମସିହାରେ ରାଉରକେଲା ଇସ୍ପାତ କାରଖାନା ଦ୍ଵାରା ଆରମ୍ଭ ହୋଇଥିବା ସୃଜନୀ ପୁରସ୍କାର ଯୋଜନା ସାରା ଦେଶରେ ଅନନ୍ୟ ସ୍ଥାନ ଲାଭ କରିଛି। 

 

0
0
0
s2sdefault