ସର୍ପାଘାତରେ ଯୁବ ବିଜେଡି ନେତାଙ୍କ ଦେହାନ୍ତ :ଶୋକଵ୍ୟକ୍ତ ସହ ସମବେଦନା ଜଣାଇଲେ ବିଜେଡି ଯୁବ ସଭାପତି

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର :  ଗୁରୁବାର  ପୂର୍ବାହ୍ନରେ ଭଦ୍ରକଜିଲ୍ଲାରବିଜୁ ଯୁବଜନତା ଦଳର ଉପସଭାପତି ଜୟଦେବ ସାହୁଙ୍କୁ ଏକ ବିଶାକ୍ତ ସର୍ପ ଦଂଶନ କରିବାରୁ ସେ ମୃତୁ୍ୟବରଣ କରିଛନ୍ତି  । ତାଙ୍କରଏହି ଅକାଳ ବିୟୋଗରେ ବିଜୁଜନତା ଦଳର ଏକ ଅପୂରଣୀୟ କ୍ଷତି ଘଟିଛି ।ସେ ଜଣେ ଦୃଢ ଯୁବ ସଂଗଠକ ଭାବେ ଧାମନଗର ତଥା ଭଦ୍ରକ ଜିଲ୍ଲାରେ ବେସ୍ ଜଣାଶୁଣା ଥିଲେ । ଛାତ୍ର ରାଜନୀତିରେ ସକ୍ରିୟ ଥିବା ଜୟଦେବ ସାହୁ ପରବର୍ତୀ ମୂହୁର୍ତରେ ଯୁବକମାନଙ୍କ ଏବଂ ତାଙ୍କ ପଂଚାୟତବାସୀଙ୍କ ପ୍ରିୟଭାଜନ ହୋଇ ସରପଂଚ ହେବାର ଗୌରବ ଅର୍ଜନ କରିଥିଲେ । ଆଜି ତାଙ୍କର ଏହି ଅକାଳ ବିୟୋଗରେ ଜିଲ୍ଲା ତଥା ରାଜ୍ୟ ବିଜୁ ଯୁବଜନତା ଦଳର ଏକ ଶୂନ୍ୟସ୍ଥାନ ସୃଷ୍ଟିହୋଇଛି । ତାଙ୍କର ଅମର ଆତ୍ମାର ସଦ୍ଗତି ନିମନ୍ତେ ପ୍ରଭୁଜଗନ୍ନାଥଙ୍କ ନିକଟରେ ବିନମ୍ର ପ୍ରାର୍ଥନା ସହ ଶୋକସନ୍ତପ୍ତ ପରିବାରକୁ ଭଗବାନ ସହାୟ ହୁଅନ୍ତୁ ବୋଲି ରାଜ୍ୟ ବିଜୁ ଯୁବଜନତା ଦଳ ତରଫରୁ ରାଜ୍ୟ ସଭାପତି ଶ୍ରୀ ଅମରେଶ ପତ୍ରୀ ମତବ୍ୟକ୍ତ କରିଛନ୍ତି  ।

 

0
0
0
s2sdefault