ବିଲରୁ ଯୁବକଙ୍କ ମୃତ ଦେହ ଉଦ୍ଧାର :ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବୌଦ୍ଧ(ସିମୁନ୍ ନାଏକ) ; ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ କେଉଟିପାଲି ଗ୍ରାମର ଏକ ଧାନ ବିଲରୁ ଜଣେ ଯୁବକଙ୍କ ମୃତ ଦେହ ଉଦ୍ଧାର କରାଯାଇଥିବା ଜଣାପଡିଛି । ଖବର ନେବାରୁ ଜଣାଯାଏ ଯେ ମନମୁଣ୍ଡା ଥାନା ଅନ୍ତର୍ଗତ ଗୋଚ୍ଛାପଡା ଗ୍ରାମର ମିନକେତନ ପଟେଲ ଗତକାଲି ରାତିରେ ଘରୁ ବାହାରି ନିଜ ଧାନବିଲକୁ ଯାଇଥିଲେ ବି ଆଉ ଫେରି ନଥିଲେ । ହେଲେ ବିଳମ୍ବିତ ରାତି ଯାଏଁ ମିନକେତନ ଘରକୁ ନଫେରିବାରୁ ପରିବାର ଲୋକେ ଏଣେତେଣେ ଖୋଜାଖୋଜି କରିବା ପରେ ମଧ୍ୟ ପାଇନଥିଲେ  । ତେବେ ସକାଳୁ କିଛି ଲୋକେ ମିନକେତନଙ୍କ ମୃତ ଦେହକୁ ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ । ପରିବାର ଲୋକେ ପହଁଚି ଯୁବକଙ୍କ ମୃତ ଦେହକୁ ଦେଖି ମିନକେତନ ବୋଲି ଚିହ୍ନଟ କରିଥିଲେ । ମୃତ ଯୁବକଙ୍କ ମୁଣ୍ଡରେ ଆଘାତ ଲାଗିଥିବା ବେଳେ ତାଙ୍କୁ କେହି ଯୋଜନାବଦ୍ଧ ଭାବେ ହତ୍ୟାକରି ବିଲରେ ପକାଇ ଦେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଅନ୍ୟପଟେ ଖବର ପାଇ ମନମୁଣ୍ଡା ପୋଲିସ୍ ଘଟଣା ସ୍ଥଳରେ ପହଁଚି  ମୃତ ଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି । ତେବେ ଘଟଣାକୁ ନେଇ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣୁଥିବା ବେଳେ ଏହାର ତଦନ୍ତ ପରେ ହିଁ ଏହା ହତ୍ୟା ନା ଅନ୍ୟକିଛି ଷ୍ପଷ୍ଟ ହେବ ବୋଲି ମନମୁଣ୍ଡା ଥାନାଅଧିକାରୀ ଭାବାନନ୍ଦ ପ୍ରଧାନ ସୂଚନା ଦେଇଛନ୍ତି । 

 

0
0
0
s2sdefault