ମହିଳା ପୁଲିସ୍ ଏସ୍ଆଇ ସ୍ୱାଗତିକା ବେହେରାଙ୍କ ଆତ୍ମହତ୍ୟା ଘଟଣା, ଧାରଣାରେ ପରିବାର୍

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ଘୁ.ଉଦୟଗିରି(ଗଗନ କୁମାର ପ୍ରାଧାନ): ଗତକାଲି ଘୁ .ଉଦୟଗିରି ଆଦର୍ଶ ଥାନାରେ କାର୍ଯ୍ୟରତ ମହିଳା ପୁଲିସ୍ ଏସ୍ଆଇ ସ୍ୱାଗତିକା ବେହେରାଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ସାରା ଜିଲ୍ଲାରେ ଚାଞ୍ଚଲ୍ୟ ଖେଳିଯାଇଛି l ମୃତ ଏସ୍ଆଇଙ୍କ ପରିବାର ଲୋକେ ଘୁ.ଉଦୟଗିରିରେ ପହଁଚିବା ପରେ ଏସ୍ଆଇ ସ୍ବାଗତିକାଙ୍କ ମୃତ୍ୟୁ ଘଟଣାରେ ଥାନା ଅଧିକାରୀ ରେବତୀ ଶବରଙ୍କୁ ସମ୍ପୂର୍ଣ୍ଣ ଦାୟୀ କରିଛନ୍ତି ମୃତ ଏସ୍ଆଇଙ୍କ ମା ଉଷାରାଣୀ ବେହେରା, ଭାଇ ଚିତ୍ତରଞ୍ଜନ ବେହେରା ଓ ମନୋରଞ୍ଜନ ବେହେରା l ଗତକାଲି ବିଳମ୍ବିତ ରାତିରେ ଥାନା ଅଧିକାରୀ ରେବତୀ ଶବରଙ୍କ ନାମରେ ଏତଲା ଦେଇଥିଲେ ମୃତ ଏସ୍ଆଇଙ୍କ ମା l ଦୀର୍ଘ ୧୨ ଘଣ୍ଟାରୁ ଉର୍ଧ ସମୟ ବିତି ଯିବା ପରେ ପରିବାର ଲୋକଂକ ଅଭିଯୋଗକୁ ଅଧାର କରି ମାମଲା ରୁଜୁ କରିଛି l ଏହି ଥାନାରେ ମୋ ଝିଅ ଆଠ ମାସ ହେବ କାର୍ଯ୍ୟରେ ଯୋଗ ଦେଇଥିଲା l କାର୍ଯ୍ୟରେ ଯୋଗଦେବା ଦିନଠାରୁ ରିତିମତ ଥାନା ଅଧିକାରୀ ରେବତୀ ଶବର ସ୍ୱାଗତିକାଙ୍କୁ  ମାନସିକ ଚାପ ପକାଇବା ସହ ଦୁର୍ବ୍ୟବହାର କରି ଆସୁଥିଲେ l ଏନେଇ ସ୍ଥାନୀୟ ଏସଡିଫିଓଙ୍କୁ ସ୍ୱାଗତିକା ମୌଖିକ ଭାବେ ଜଣାଇଥିଲେ l ଏହାପରେ ଏସଡିପିଓ ଆମକୁ ଫୋନ୍ କରି ଏବିଷୟରେ ଜଣାଇବା ସହ ଆସି ଝିଅକୁ ତୁମେ ବୁଝାସୁଝା କର ବୋଲି କହିଥିଲେ l ଆମେ ଆସି ଘୁ.ଉଦୟଗିରିରେ ପହଁଚିବା ବେଳକୁ ଥାନା ଅଧିକାରୀ ରେବତୀ ଶବର ଛୁଟିରେ ଚାଲି ଯାଇଥିଲେ l  ପାଖାପାଖି ୨୦ ଦିନ ଅପେକ୍ଷା କରିବା ପରେ ଆମେ ବାଧ୍ୟ ହୋଇ ଝିଅକୁ ବୁଝାସୁଝା କରି ଫେରିଯାଇଥିଲୁ । ଏଣୁ ମୋ ଝିଅର ମୃତ୍ୟୁ ପାଇଁ ଥାନା ଅଧିକାରୀ ରେବତୀ ଶବର ହିଁ ସମ୍ପୃର୍ଣ ଦାୟୀ l ରେବତୀ ଶବରଙ୍କୁ  ଗିରଫ କରାନଯିବା ପର୍ଯ୍ୟନ୍ତ ଆମେ ଶବ ବ୍ୟବଚ୍ଛେଦ କରିବାକୁ ଦେବୁନାହିଁ କିମ୍ବା ଏଠାରୁ ଶବ ନେବୁ ନାହିଁ । ଆମକୁ ନ୍ୟାୟ ନମିଳିବା ପର୍ଯ୍ୟନ୍ତ ଥାନା ଆଗରେ ଧାରଣାରେ ବସିରହିବୁ ବୋଲି କହିଛନ୍ତି ମୃତ ଏସ୍ଆଇଙ୍କ ମା ଉଷାରାଣୀ ବେହେରା l ସେପଟେ ମୋତେ ଏ ବିଷୟରେ ସ୍ୱାଗତିକା କେବେ ଅଭିଯୋଗ କରିନାହାନ୍ତି l ମହିଳା ଏସଆଇ ସ୍ୱାଗତିକାଙ୍କ ମା ଥାନା ଅଧିକାରୀ ରେବତୀ ଶବରଙ୍କ ନାମରେ ଏତଲା ଦେଇଥିଲେ l ଘୁ.ଉଦୟଗିରି ତହସିଲଦାର ସୁଭ୍ରାଞ୍ଜଳି ପ୍ରଧାନ, ଡିଏସପି ବିଶ୍ଵାମିତ୍ର ହରପଲ୍, ସ୍ଥାନୀୟ ଏସଡିପିଓ  ଡି. ତିରୁପତି ରାଓ ପଟ୍ଟନାୟକ ଉପସ୍ଥିତ ରହି ମୃତକଙ୍କ ପରିବାରକୁ ବୁଝାସୁଝା କରୁଥିବା ଦେଖିବାକୁ ମିଳିଛି l ପରିବାର ଆଇଆଇସି ରେବତୀ ଶବରଙ୍କ ବହିଷ୍କାର କରିବା ଦାବିରେ ଧାରଣାରେ ବସିଥିବା ଦେଖିବାକୁ ମିଳିଛି l ତାଙ୍କୁ ଯଦି ବହିଷ୍କାର ନ କରାଯାଏ ତେବେ ଧାରଣାରେ ଉଠିବୁ ନାହିଁ ବୋଲି ତାଙ୍କ ମା ପ୍ରକାଶ କରି ସପରିବାର ଥାନା ଆଗରେ ଆତ୍ମହୁତି ଦେବୁ ବୋଲି ଚେତାବନୀ ଦେଇଛନ୍ତି l ସେପଟେ ଆମେ ତଦନ୍ତ ଜାରି ରଖିଛୁ ବୋଲି କହିଛନ୍ତି ଘୁ.ଉଦୟଗିରି ଏସଡିପିଓ ବି.ତିରୁପତି ରାଓ ପଟ୍ଟନାୟକ l ଖବର ପାଇ ଅରଖୀ ଅଧିକ୍ଷକ ଘୁ.ଉଦୟଗିରି ଥାନାରେ ପହଂଚି ମୃତ ମହିଳା ଏସଆଇଙ୍କ ପରିବାରକୁ ସାକ୍ଷାତ କରି ଘଟଣା ସମ୍ପର୍କରେ ଆଲୋଚନା କରି ଥିଲେ ମଧ୍ୟ କୌଣସି ପ୍ରକାର ସୁଫଲ୍ ମିଳିନାହିଁ l ଖବର ପ୍ରକାଶ୍ ପାଇବା ପର୍ଯ୍ୟନ୍ତ ମହିଳା ପୁଲିସ କର୍ମଚାରୀଙ୍କ ପରିବାର ଲୋକ ଧାରଣାରେ ବସିଥିବା ସୁଚନା ମିଳିଛି l ଯାହା କି ବର୍ତ୍ତମାନ ଜିଲ୍ଲା ପ୍ରଶାସନ ପାଇଁ ମୁଣ୍ଡ୍ ବ୍ୟଥାର କାରଣ ହୋଇଛି l

0
0
0
s2sdefault