ଘୁ.ଉଦୟଗିରି ମହିଳା ଏସଆଇଙ୍କ ଝୁଲନ୍ତା ମୃତ ଦେହ ଜବତ,

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ଥାନାଧିକାରୀଙ୍କ ନିର୍ଯ୍ୟାତନା ସହିନ ପାରି ଆତ୍ମହତ୍ୟା କରିଥିବା ଅଭିଯୋଗ ଆଣିଲେ ପରିବାର

ଘୁ.ଉଦୟଗିରି(ଗଗନ କୁମାର ପ୍ରଧାନ): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ. ଉଦୟଗିରି ପୁଲିସ ଥାନାର ମହିଳା ପୁଲିସ ଏସ୍ଆଇ ସ୍ଵାଗତିକା ବେହେରାଙ୍କ ଝୁଲନ୍ତା ମୃତ ଦେହ ସରକାରୀ ବାସଭବନରୁ ଉଦ୍ଧାର କରାଯାଇଛି I ସୂଚନା ଅନୁସାରେ ଆଜି ସକାଳେ ଘୁ.ଉଦୟଗିରି ଥାନାରେ କାର୍ଯ୍ୟରତ ପୁଲିସ୍ ଏସ୍ଆଇ ସ୍ୱାଗତିକା ବେହେରା ରହୁଥିବା ସରକାରୀ ବାସଭବନରେ ନିଜ ବେକରେ ଓଢ଼ଣୀ ଲଗେଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି I ସେପଟେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି I।ଖବରପାଇ ଘଟଣାସ୍ଥଳରେ ଆଇଆଇସି ରେବତୀ ଶବର, ଏସଡିପିଓ ଡି.ତିରୁପତି ରାଓ ପଟ୍ଟନାୟକ ଏବଂ ଅନ୍ୟ ପୁଲିସ୍ କର୍ମଚାରୀ ପହଞ୍ଚି ଝୁଲନ୍ତା ଅବସ୍ଥାରେ ମୃତ ମହିଳା ଏସ୍ଆଇଙ୍କ ଶବ ଉଦ୍ଧାର କରିବା ସହ ବ୍ୟବଛେଦ ନିମନ୍ତେ ଘୁ.ଉଦୟଗିରି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇଛନ୍ତି I ବର୍ତ୍ତମାନ ସୁଦ୍ଧା ମୃତକଙ୍କ ପରିବାର ଲୋକେ ଘଟଣା ସ୍ଥଳରେ ପହଞ୍ଚି ନଥିବାବେଳେ କେଉଁ କାରଣରୁ ମହିଳା ପୁଲିସ୍ ଏସ୍ଆଇ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଲେ ତାହା ସନ୍ଦେହ ଘେରରେ ରହିଛି I ଅନ୍ୟପଟେ ମହିଳା ପୁଲିସ ଏସ୍ଆଇଙ୍କ ଆତ୍ମହତ୍ୟା ଘଟଣା ସାରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ମୃତ ଏସ. ଆଇ ଖୋର୍ଦ୍ଧା ଜିଲ୍ଲା ର ନିରାକାରପୁର ବୋଲି ସୂଚନା ରହିଛି I ପରିବାର ଲୋକେ ଘୁ.ଉଦୟଗିରି ପହଞ୍ଚିଲେ ଶବ ବ୍ୟବଚ୍ଛେଦ ହେବ ଏବଂ ଘଟଣାର ପ୍ରକୃତ କାରଣ ପଦାକୁ ଆସିବ ବୋଲି ମତପ୍ରକାଶ ପାଇଛି I ଅତ୍ୟଧିକ କାର୍ଯ୍ୟଭାର ଯୋଗୁଁ ଏପରି ଦୁର୍ଘଟଣା ଘଟିଥିବା ସାଧାରଣରେ ଚର୍ଚ୍ଚା ହେଉଛି I ଘୁ. ଉଦୟଗିରି ଥାନାଧିକାରୀ ରେବତୀ ଶବର ମୃତ ଏସଆଇଙ୍କୁ ବହୁ ମାନସିକ ନିର୍ଯ୍ୟାତନା ଦେଉ ଥିବାର ପରିବାର ଲୋକ ଅଭିଯୋଗ କରିବା ସହ କ୍ରାଇମ ବ୍ରାଞ୍ଚ ତଦନ୍ତ ଦାବୀ କରୁଛନ୍ତି I ଯଦି ନିଜ ସହକର୍ମୀଙ୍କ ପ୍ରତି ଥାନାଧିକାରୀଙ୍କ ଏହି ପରି ନିର୍ଯ୍ୟାତନା ତାହା ହେଲେ ସାଧାରଣ ଜନତାଙ୍କ ପ୍ରତି ହେଉ ଥିବା ନିର୍ଯ୍ୟାତନା ଜଳଜଳ ହୋଇ ଦେଖା ଯାଉଛି ବୋଲି ସାଧାରଣରେ ମତ ପ୍ରକାଶ ପାଇଛି I

0
0
0
s2sdefault