ହେଡଲାଇନସ୍:

ପୋଲିସକୁ ଚକମା ଦେଇ ଫେରାର ମାରିଥିବା ହତ୍ୟାକାରୀ ଗିରଫ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଟିଟିଲାଗଡ଼ ବହୁ ଚର୍ଚିତ ଲିଜା ଡାକୁଆ ହତ୍ୟା ଘଟଣା ର ହେଲା ପର୍ଦାଫାଶ...

ଟିଟିଲାଗଡ଼/ରଶ୍ମି ରେଖା ମହାପାତ୍ର :  ତିନି କୋଣିଆ ପ୍ରେମ ସମ୍ପର୍କ କୁ ନେଇ ଘଟିଯାଇଥିଲା ଏକ ଜଘନ୍ୟ ହତ୍ୟା କାଣ୍ଡ l ଜଣେ ବିବାହିତ ମହିଳା ସହ ଦୁଇ ଜଣ ଯୁବକ ପ୍ରେମ କରୁଥିବା ବେଳେ ଉଭୟେ ଉକ୍ତ ମହିଳା ସହ ଶାରୀରିକ ସମ୍ପର୍କ ମଧ୍ୟ ରଖି ଆସୁ ଥିଲେ l ହେଲେ ଏହି କଥା ଜଣେ ପ୍ରେମିକ ଜାଣିବା ପରେ ନିଜ ପ୍ରେମିକା କୁ ଅତି ଚତୁର ସହ ହାତ୍ୟାକରି ଆତ୍ମହତ୍ୟା ର ରୂପ ଦେବାକୁ ସମସ୍ତ ପ୍ରକାର ଉଦ୍ୟମ ବି କରିଥିଲା l ହେଲେ ମୃତ ପ୍ରେମିକ ର ମୋବାଇଲ ସିମ ହିଁ ସବୁ ରହସ୍ୟ ଉପରୁ ପରଦା ହଟାଇଥିଲା l ଗତ 2021 ମସିହା ଜୁଲାଇ ମାସ 23 ତାରିଖ ଦିନ ଟିଟିଲାଗଡ଼ ହାଟ ପଦା ପଡା ର ଟାଙ୍ଗର ପଡା ରେ ଲିଜା ଡାକୁଆ ନାମକ ଜଣେ ବିବାହିତା ମହିଳା ଏକୁଟିଆ ଏକ ଭଡା ଘରେ ରହୁଥିଲେ l ସେହି ସମୟରେ ପଡା ର ଜଣେ ବ୍ୟକ୍ତି ଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଗଢି ଉଠିଥିଲା l ହେଲେ ପ୍ରେମିକ ର ଆଉ ଜଣେ ବନ୍ଧୁ ମଧ୍ୟ ଲିଜା କୁ ପ୍ରେମ ନିବେଦନ କରିବା ସହ ଶାରୀରିକ ସମ୍ପର୍କ ରଖି ଆସୁଥିଲା l ତେବେ ଘଟଣା ଦିନ ପ୍ରେମିକ ଅହିତ ଓରଫ ଅହିମ ଖାନ ଲିଜା ସହ ଘରେ ଏକୁଟିଆ ଥିବା ସମୟରେ ଆଉ ଏକ ପ୍ରେମିକ ମୋବାଇଲ ରୁ ୱାଟ୍ସଅପ ମାଧ୍ୟମ ରେ ମେସେଜ ଆସିଥିଲା l ଯାହାକୁ ନେଇ ପ୍ରେମିକ ପ୍ରବର ଅହିତ ଓରଫ ଅହିମ ଖାନ ଲିଜାକୁ ହତ୍ୟାକରୀ ଘଟଣା କୁ ଆତ୍ମହତ୍ୟା ର ରୂପ ଦେବାକୁ ଯାଇ ସମସ୍ତ ପ୍ରକାର ଉଦ୍ୟମ କରିବା ସହ ଘଟଣା ସ୍ଥଳ ରେ ସମସ୍ତ ପ୍ରକାର ପ୍ରମାଣ ନଷ୍ଟ କରିବାକୁ ଯାଇ ମୃତ ଲିଜା ର ମୋବାଇଲ ରୁ ସିମ କାର୍ଡ କାଢି ଘର ଭିତରେ ଫିଙ୍ଗି ଦେଇ ମୋବାଇଲ ଧରି ଚମ୍ପଟ ମାରିଥିଲା l ତେବେ ଲିଜା ସବୁ ସମୟରେ ମୋବାଇଲ ନିଜ ପାଖରେ ରଖୁଥିବା ବେଳେ କେବଳ ଚାର୍ଜର ବ୍ୟତୀତ ଆଉ କିଛି ନଥିବାରୁ ପୋଲିସ ପ୍ରଥମ ରୁ ହିଁ ଏହା ଏକ ସୁପରିକଳ୍ପିତ ହତ୍ୟା କାଣ୍ଡ ବୋଳି ସନ୍ଦେହ କରି ତଦନ୍ତ ଆରମ୍ଭ କରିଥିଲା l ଦୁଇ ଜଣ ପ୍ରେମିକ ରହିଥିବା ପୋଲିସ ସୁରାକ ପାଇ ଦୁଇ ଜଣ ଙ୍କୁ ତଦନ୍ତ ପରିସର ଭୁକ୍ତ କରିବା ସହ ତଦନ୍ତ କୁ ଆହୁରି ବ୍ୟାପକ କରିଥିଲା l ତେବେ ଘରଭିତରେ ହିଁ ମୋବାଇଲ ସିମ କାର୍ଡ ଭଙ୍ଗା ଦଦରା ଅବସ୍ଥାରେ ପୋଲିସ ଉଦ୍ଧାର କରିବା ପରେ ମୋବାଇଲ ସିମ କାର୍ଡ କୁ ନେଇ ଅଧିକ ତଦନ୍ତ ଆରମ୍ଭ କରିଥିଲା l ଏହାର ସୁଯୋଗ ନେଇ ପ୍ରେମିକ ତଥା ହତ୍ୟାକାରୀ ଅହିମ ଖାନ ଫେରାର ମାରିଥିଲା l ତେବେ ପୋଲିସ ଅହିମ ଖାନ କୁ କାବୁ କରି ଲାଇ ଡିଟେକ୍ଟର ମାଧ୍ୟମ ରେ ଅଧିକ ତଦନ୍ତ କରିବା ପରେ ସବୁ ତଥ୍ୟ ଉପରୁ ପରଦା ହଟିଛି l ଏହି ମାମଲା କୁ ଟିଟିଲାଗଡ଼ ଏସ ଡ଼ି ପି ଓ ସୁରେନ୍ଦ୍ର ନାଥ ଶତପଥି ନିଜେ ତଦନ୍ତ କରି ହତ୍ୟାକାରୀ ଅହିମ ଖାନ କୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଛନ୍ତି l ଦୀର୍ଘ ଏକ ବର୍ଷ ପରେ ହତ୍ୟାକାରୀ କୁ ଗିରପ କରିବାରେ ପୋଲିସ ସଫଳ ହୋଇଛି l

0
0
0
s2sdefault