ହେଡଲାଇନସ୍:

ଭିନ୍ନ ଭିନ୍ନ ଦୂର୍ଘଟଣାରେ ଜଣେ ମୃତ୍ୟୁ ତିନି ଆହତ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାରିପଦା :  ମୟୁରଭଞ ଜିଲା କୁଳିଅଣା ଥାନା ଅନ୍ତର୍ଗତ କାଠସିସି ଠାରେ ଏକ ଟ୍ରଲର(ଏନ ଏଲ ୦୧ ଜି ୭୯୬୯) ଏବଂ ବାଇକ(ଓଆର୧୧ଏ ୮୧୦୨) ମଧ୍ୟରେ ଧକକା ହେବା ଫଳରେ ଘଟଣା ସ୍ଥଳରେ ଜଣକର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇଜଣ ଗୁରୁତ୍ତର ଆହାତ ହୋଇଛନ୍ତି । ମୃତକ ଜଣକ ହେଲେ ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ଚାନ୍ଦବିଲ ଗ୍ରାମର ଶିକ୍ଷକ ଭାବେ କାର୍ଯ୍ୟରତ ଥିବା ଅକିଲ ସୋରେନ (୩୦) । ଆହାତ ମାନେ ହେଲେ ଉକ୍ତ ଥାନା ଅନ୍ତର୍ଗତ ସରିଷପାଳ ଗ୍ରାମର ସାଉନା ଟୁଡୁ ଏବଂ  ସାବିତ୍ରି ଟୁଡୁ (୭) । ଗୁରୁତ୍ତର ଆହାତ ଥିବା ସାବିତ୍ରି ଟୁଡୁ ଙ୍କୁ କଟକ କୁ ସ୍ଥାନାନ୍ତର କରାଯାଇଅଛି । ଏମାନେ ଆଜି ପୂର୍ବାହ୍ନରେ ଏକ ଘୋରୋଇ ସ୍କୁଲକୁ ସାବିତ୍ରି କୁ ଛାଡିବାକୁ ଯିବା ସମୟରେ ଏହି ଦୂର୍ଘଟଣା ଘଟିଥିଲା । ସେହିପରି ଅନ୍ୟ ଏକ ଘଟଣାରେ କୁଳିଅଣା ଥାନା ଅନର୍ଗତ ଗାଙ୍ଗରାଜ ଠାରେ ଜଣେ ପରିବା ବିକାଳୀ କଚେରୀ ପରିବା ବଜାରରୁ ବ୍ୟବସାୟୀ ସାରି ଘରକୁ ଘୁରୁଥିବା ସମୟରେ ବିପରୀତ ଦିଗରୁ ଆସୁଥିବା ଏକ କାର ସଙ୍ଗେ ମୁଁହାଁ ମୁଁହିଁ ଧକକା ହେବା ଫଳରେ ଗୁରୁତତ୍ତର ଆହାତ ହୋଇଛନ୍ତି । ଆହାତ ଜଣକହେଲେ ଜାମଦାପାଳ ଗ୍ରାମର ଶଶିକାନ୍ତ ପ୍ରଦାନ । ତାଙ୍କୁ ଚିକିତସା  ନିମନ୍ତେ ବାରିପଦା ଡାକ୍ତରଖାନାରେ ଭର୍ତ୍ତି କରାଯାଇଅଛି ।

0
0
0
s2sdefault