ହେଡଲାଇନସ୍:

କେତେ ମଲେ ହେଜିବେ ସରକାର !!!!!!

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

 

ପୁଣି  ଦୁର୍ଘଟଣାରେ  ଜୀବନ ହରାଇଲା ନିରୀହ ଛାତ୍ରୀ : କଂଗ୍ରେସ-ବିଜେପି ପକ୍ଷରୁ ରାସ୍ତାରୋକୋ

ବାଇପାସ ନିର୍ମାଣ ନହେବା ଯୋଗୁ ଏନଏଚ ପାଲଟିଛି ମୃତ୍ୟୁ ଯନ୍ତା

କାଲି ବଲାଙ୍ଗୀର ସ୍କୁଲ କଲେଜ ବନ୍ଦ ଡାକରା ଦେଲେ ଛାତ୍ର ଛାତ୍ରୀ 

ବଲାଙ୍ଗୀରରୁ ନିରୋଜ  ମିଶ୍ର : ବଲାଙ୍ଗୀରରେ ଗତ ତିନିଦିନରେ ଦୁର୍ଘଟଣା ଘଟି ଗଲାଣି ୫ ଜୀବନ | ବଲାଙ୍ଗୀର ବାସୀଙ୍କ ଯଥୋଚିତ ଦାବି ବାଇପାସ ପ୍ରତି ସରକାରଙ୍କ ଉଦାସୀନତା କାରଣରୁ ଯାଉଛି ଜୀବନ | ଆଜି ସକାଳେ ଏନଏଚ ଡିଭିଜନ ସାମନାରେ ଏକ ଦୁର୍ଘଟଣା ଘଟି ବଲାଙ୍ଗୀର କଲେଜ ଯୁକ୍ତ ଦୁଇ ଛାତ୍ରୀ ମିନି ନାୟକ ମୃତ୍ୟୁ ହୋଇଛି | ଓ ଆର ୦୩ ଏଫ ୧୧୪୨ ନମ୍ବର ଯୁକ୍ତ ଗାଡି ମିନୀଙ୍କୁ ଧକା ଦେଇଥିଲା  | ମିନୀଙ୍କ ମୃତ୍ୟୁର ପ୍ରତିବାଦରେ ଘଟଣାସ୍ଥଳରେ ଉତ୍ତେଜନା, ରାସ୍ତାରୋକ | କଂଗ୍ରେସ ଓ  ବିଜେପି ପକ୍ଷରୁ ରାସ୍ତା ଅବରୋଧ |  ସାମିଲ ହେଲେ ବରିଷ୍ଠ କଂଗ୍ରେସ ନେତା ସମରେନ୍ଦ୍ର ମିଶ୍ର ଓ ବିଜେପିର ନେତା ସୁରଜ ଗୁରୁ | କ୍ଷତିପୂରଣ  ଭାବେ ମୃତଙ୍କ ପରିବାର ୨୫ ଲକ୍ଷ ଟଙ୍କା, ବାଇପାସ ନିର୍ମାଣ ପାଇଁ ଲିଖିତ ପ୍ରତିଶ୍ରୁତି ଦାବିରେ ଅଟଳ | ଏହାର ପ୍ରତିବାଦରେ କାଲି ବଲାଙ୍ଗୀର ସ୍କୁଲ କଲେଜ ବନ୍ଦଡାକରା ଦେଲେ ଛାତ୍ର ଛାତ୍ରୀ |

ଉପଜିଲ୍ଲାପାଳ ଭୈରବ ସିଂ ପଟେଲ  ଘଟଣାସ୍ଥଳରେ ପହଂଚି ବୁଝାସୁଝା କରିବା ସହ ଗାଡି ମାଲିକ ୪୦୦୦୦ ଟଙ୍କା କ୍ଷତିପୂରଣ ଓ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୨ ଲକ୍ଷ୍ୟ ର୍ଟଙ୍କ କ୍ଷତିପୂରଣ ଦେବାପାଇଁ ଘୋଷଣା କରିଥିଲେ |  ବାଇପାସ ପାଇଁ ଉପରିସ୍ଥ କର୍ତ୍ତୃପକ୍ଷଙ୍କୁ ଅବଗତ କରାଇବେ ବୋଲି ପ୍ରତିଶ୍ରୁତି ଦେବାପରେ ଉତ୍ତେଜନା ହ୍ରାସ ପାଇଥିଲା | ହେଲେ ବିଜେପି ଅତିକମ୍ରେ ୫ ଲକ୍ଷଟଙ୍କା ଦାବିରେ ରାସ୍ତାରୋକୋ ଜାରି ରଖିଥିବା ଜଣାପଡିଛି | ବିରୋଧୀଦଳ ନେତା ନରସିଂହ ମିଶ୍ର ମଧ୍ୟ ଆନ୍ଦୋଳନକାରୀ ତଥା ବଲାଙ୍ଗୀରବାସୀଙ୍କ ଯଥୋଚିତ ଦାବୀକୁ ମାନି ନେବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ପତ୍ରଲେଖି ଦାବୀ  କରିଛନ୍ତି | 

ସୂଚନାଯୋଗ୍ୟ ଯେ ବଲାଙ୍ଗୀର ଏନଏଚରେ ଘଟିଥିଲା ମର୍ମନ୍ତୁଦ ଦୁର୍ଘଟଣାରେ ବନ୍ଧୁତ୍ୱ ଦିବସରେ |  ତିନି ଯୁବ ବନ୍ଧୁଙ୍କଜେ  ଶୋଚନୀୟ ମୃତ୍ୟୁ ଘଟିଥିଲା । ଏହି ଘଟଣା ବଲାଙ୍ଗୀରରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି। ବଲାଙ୍ଗୀର ସହର ମାଳପଡାର ତିନି ଘନିଷ୍ଠ ବନ୍ଧୁ ଲଳିତ ରଞ୍ଜନ କର (୨୩), ଅଚ୍ୟୁତ୍‌ ବଗର୍ତ୍ତୀ (୨୨) ଓ ରାଜେଶ ବାଗ (୨୩)ଙ୍କ ଦୁର୍ଘଟଣାରେ ଶୋଚନୀୟ ମୃତ୍ୟୁ ଘଟିଛି। ଶନିବାର ରାତି ପ୍ରାୟ ୧୦ଟାରେ ଏହି ତିନି ସାଙ୍ଗ ଏକ ଆଭେଞ୍ଜର ମୋଟର ସାଇକେଲରେ ବଲାଙ୍ଗୀର-ସୋନପୁର ୫୭ ନମ୍ବର ଜାତୀୟ ରାଜପଥ ପଟକୁ ଯାଇଥିଲେ। ବନ୍ଧୁତା ଦିବସ ଥିବାରୁ ସେମାନେ କୌଣସି ଏକ ଢ଼ାବାକୁ ଖାଇବା ପାଇଁ ଯାଇଥିବା ଅନୁମାନ କରାଯାଉଛି। ସେଠାରୁ ଫେରୁଥିବାବେଳେ ସୋନପୁର ରାସ୍ତାର ସାତ୍‌ମାଇଲ ଛକ ନିକଟରେ କୌଣସି ଏକ ଅଜଣା ଗାଡି ଧକ୍କାରେ ତିନି ବନ୍ଧୁଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା। ରାତି ପ୍ରାୟ ୨ଟାରେ ଏସଂକ୍ରାନ୍ତରେ ପୁଇଁନ୍ତଲା ଥାନା ପୋଲିସ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ଥିଲା। ସେମାନଙ୍କୁ ଉଦ୍ଧାର କରାଯାଇ ବଲାଙ୍ଗୀର ସରକାରୀ ମେଡିକାଲ କଲେଜ ହସପିଟାଲକୁ ଅଣାଯାଇଥିଲା। ରବିବାର ସକାଳେ ଏହି ମର୍ମନ୍ତୁଦ ଦୁର୍ଘଟଣା ସମ୍ପର୍କରେ ଖବର ପ୍ରଚାର ହେବା ପରେ ସହରରେ ବିଶେଷକରି ମାଳପଡା ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। 

0
0
0
s2sdefault