ହେଡଲାଇନସ୍:

ବନ ବିଭାଗକୁ ହସ୍ତାନ୍ତର କରାଯାଇଥିବା କୁଟୁରା ମୃତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

07-08-18-Sukhamunda-ru-uddh.jpg - 103.13 kB

କଣ୍ଟାମାଳ,ବୌଦ୍ଧ (ବଂଶିଧର ମାଝୀ/ସିମୁନ୍ ନାଏକ) ;  ବୌଦ୍ଧ ବନଖଣ୍ଡ କଣ୍ଟାମାଳ ରେଂଜ  ଅନ୍ତର୍ଗତ ଉମା ବିଟ୍ ର ସୁଖାମୁଣ୍ଡା ଗାଁ ନୀକଟରେ ଶନିବାର ଗୋଟିଏ ଜଂଗଲି କୁଟୁରାକୁ କୁକୁର ଦୌଡାଉ ଥିବା ଦେଖି ଗ୍ରାମର ଡୋଲାମଣି କବାଟ ସେମାନଙ୍କ ପଛରେ ଧାଇଁଥିଲେ । କୁଟୁରାଟି ଭୟରେ ପୋଖରି ପାଣିରେ ପଶିଯିବାରୁ ଡୋଲାମଣି କୁଟୁରାଟୁକୁ ଉଦ୍ଧାର କରି ସାମାଜିକ କର୍ମୀ ବଂଶୀଧର ମାଝୀଙ୍କୁ ଜଣାଇଥିଲେ । ସୋମବାର ବନବିଭାଗ କର୍ମଚାରୀଙକୁ କୁଟୁରା ହସ୍ତାନ୍ତର  କରା ଯାଇଥିଲେ । ଉଦ୍ଧାର କୁଟୁରାଟି ଅସୁସ୍ଥ ଥବା ଜାଣି ବନବିବାଗ କର୍ମଚାରୀମାନେ ତୁରନ୍ତ ଚିକିତ୍ସା ପାଇଁ ଡାକ୍ତରଖାନା ନେଇଥିଲେ । ଅସୁସ୍ଥ କୁଟୁରାଟି ଚିକିତ୍ସା ପୂର୍ବରୁ ମୃତ୍ୟୁ ହୋଇଥିବା ଡାକ୍ତର ଘୋଷଣା କରିଥିବା କଣ୍ଟାମାଳ ରେଞ୍ଜର୍ ଦିଲ୍ଲିପ୍ ଦିଗାଲ ପ୍ରକାଶ କରିଥିଲେ । ଚିକିତ୍ସା ପୂର୍ବରୁ କେଉଁ କାରଣରୁ କୁଟୁରାଟିର ମୃତ୍ୟୁ ହୋଇଥିଲା ସେ ନେଇ କୁଟୁରାଟିକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଥିଲା । ପଶୁ ଡାକ୍ତର(ଭିଏସ୍)ଙ୍କ ପୋଷ୍ଟମର୍ଟମ ରିପୋର୍ଟ ଆସିଲେ ମୃତ୍ୟୁର କାରଣ ଜଣାପଡିବ ବୋଲି ରେଂଜର କହିଛନ୍ତି ।

 

0
0
0
s2sdefault