ହେଡଲାଇନସ୍:

ପଦ୍ମପୁର ପୋଲିସ ସକ୍ରିୟ,ଅସାମାଜିକ ଲୋକ ଛାନିଆ   

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 

ପଦ୍ମପୁର(ନୀଳ ଦୀପ)- ଏବେ ସକ୍ରିୟ ହୋଇଯାଇଛି ପଦ୍ମପୁର ପୋଲିସ | ପଦ୍ମପୁର ଉପଖଣ୍ଡରେ ଦିନୁ ଦିନକୁ ବଢି ଚାଲିଥିବା ନିଶା କାରବାର ଉପରେ ଏବେ ପଦ୍ମପୁର ପୋଲିସ ଲଗାମ୍ ଲଗାଇବା ପାଇଁ ନେବା ଆରମ୍ଭ କରିଛି ଠୋସ ପଦକ୍ଷେପ | ଆଇଆଇସି ପ୍ରିୟଙ୍କା  ରାଉତରାୟଙ୍କ ନେତୃତ୍ୱରେ ବିଭିନ୍ନ ସ୍ଥାନରେ ଅତର୍କିତ ଚଢ଼ାଉ କରାଯାଉଛି | ବିନା ନମ୍ବର ପ୍ଲେଟ ଗାଡି ଉପରେ ଏବେ କଡା ନଜର | ବିନା ନମ୍ବର ପ୍ଲେଟ ଗାଡି ଦେଖିଲେ ତୁରନ୍ତ ଅଟକାଇ ଜରିମାନା କରାଯାଉଛି | ବିନା ହେଲମେଟରେ ଗାଡି ଚଳାଉଥିଲେ ତାଙ୍କୁ ଅଟକାଇ ହେଲମେଟ ଧାରଣା କରିବା ପାଇଁ ପରାମର୍ଶ ଦିଆଯାଉଚ୍ଛି | ସହରରେ ଏବେ କଫ ସିରପ ଏବେ ନିଶା ଭାବେ ବ୍ୟବହାର ହେଉଥିଲା ଓ ଏହା ଚୋରାରେ ବିଭିନ୍ନ ସ୍ଥାନରେ ବିକ୍ରି ହେଉଥିବା ଯୋଗୁ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଛି |  କେଶ ନଂ-୧୩୮ରେ ବବୁନ ମାଝି (୨୦),ଦେବ ମାଝି(୨୦) ହନୁମାନ ପଡା ନିବାସୀ ୨ଜଣଙ୍କୁ ସିରପ ବିକିବା ଏବଂ କଲେଜ ରୋଡ଼ ଚାରପାଲି ଛକ ଠାରେ କେଶ ନଂ ୧୪୦ରେ ଲଲିତ ବାଗକୁ ସଟା କାଟିବା ସମୟରେ ପୋଲିସ୍ ଧରିଥିଲା । କେଶ ନଂ୧୩୯ରେ ସସି ଭୋଇ(୩୬) ନାମକ ଯୁବକକୁ  ଭେଉଁରିଆ ଛକ ଠାରେ ଦେଶୀ ମଦ ବିକ୍ରି ଅଭିଯୋଗରେ ଥାନାରେ ଅଟକ ରଖିଛି । ମୋଟାମୋଟି ଏବେ ପୋଲିସ ପ୍ରତି ଅସାମାଜିକ ଲୋକଙ୍କ ମନରେ ଭୟ ସୃଷ୍ଟି ହୋଇଥିବା ବେଳେ ଜନସାଧାରଣ ପୋଲିସ  ପଦକ୍ଷେପକୁ ସ୍ୱାଗତ କରିଛନ୍ତି |  ଏଥି ସମ୍ବନ୍ଧରେ ଥାନା ଅଧିକାରୀ କେ. ପ୍ରିୟଙ୍କା ରାଉତରାୟ  ଆଗକୁ ଏହି ପ୍ରକାର ଆହୁରି କଡାକଡି  ଭାବେ ଧରପଗଡ଼ କରାଯିବ ବୋଲି ସୂଚନା ଦେଇଛନ୍ତି | 

0
0
0
s2sdefault