ଜୁସ ଦୋକାନ ରସିଦ ଦେଇ  ଫାଇନ କାଟୁଥିଲେ ନକଲି ଆରଟିଓ

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

02-08-18-badbil.jpg - 77.18 kB

ବଡ଼ବିଲ (ଚିତ୍ତରଞ୍ଜନ କର) :କେନ୍ଦୁଝର ଜିଲ୍ଲା ବଡ଼ବିଲରେ ଜଣେ ନକଲି ଆରଟିଓ ବାବୁଙ୍କୁ ଗିରଫ କରିଛି ବଡ଼ବିଲ ପୋଲିସ। ବଡ଼ବିଲ ବାଇପାସ ରୋଡ଼ ଅଞ୍ଚଳର ଇମରାନ ଖାନ ନାମକ ଜଣେ ଯୁବକ ନିଜକୁ ଆରଟିଓ ଭାବେ ପରିଚୟ ଦେଇ ଟ୍ରକମାନଙ୍କରୁ ଟଙ୍କା ଆଦାୟ କରୁଥିବା ବେଳେ ପୋଲିସ ହାତରେ ଧରା ପଡିଛି। ତା ନିକଟରୁ ଏକ ବାଇକ, ନଗଦ ୧୪୫୦ ଟଙ୍କା, ନକଲି ରସିଦ ବହି ଏବଂ କିଛି ଟ୍ରକ ଡ୍ରାଇଭରଙ୍କ ଡ୍ରାଇଭିଂ ଲାଇସେନ୍ସସବୁକୁ ଜବତ କରିଛି ବଡ଼ବିଲ ପୋଲିସ। ଘଟଣାରୁ ପ୍ରକାଶ ଯେ, ଅଭିଯୁକ୍ତ ଇମରାନ ବଡ଼ବିଲ-ଭଦ୍ରାସାହି ମୁଖ୍ୟ ରାସ୍ତାରେ ଟ୍ରକମାନଙ୍କୁ ଅଟକାଇ ବିଭିନ୍ନ କାରଣ ଦର୍ଶାଇ ଜରିମାନା ବାବଦକୁ ଡ୍ରାଇଭରମାନଙ୍କଠାରୁ ୫ ଶହ ଟଙ୍କା ଲେଖାଏଁ ଆଦାୟ କରୁଥିଲା। ହେଲେ ପ୍ରତିବଦଳରେ ସେମାନଙ୍କୁ ସ୍ଥାନୀୟ। ଏକ ଜୁସ ଦୋକାନର ରସିଦରେ କିଛି ଲେଖି ସେମାନଙ୍କୁ ମନୀ ରିସିପଟ ଭାବେ ଦେଉଥିଲା। ଏଥିରେ ସନ୍ଦେହ ହେବାରୁ କିଛି ଟ୍ରକ ଡ୍ରାଇଭର ପୋଲିସକୁ ସୂଚନା ଦେଇଥିଲେ ଓ ପୋଲିସ ଇମରାନଙ୍କୁ ଗିରଫ କରିଥିଲା।

0
0
0
s2sdefault