ହେଡଲାଇନସ୍:

ଆଠ ହଜାର ଟଙ୍କା ଲାଞ୍ଚ ନେଇ ଦର୍ପଣ ଆରଆଇ ଭିଜିଲାନ୍ସ ଖାପଚରେ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଜୟଶଙ୍କର  ଦାଶ(ଯାଜପୁର) ଦର୍ପଣ ତହସିଲ ଏବେ ଦୁର୍ନୀତିର ଗନ୍ତାଘର ହୋଇଛି ଏବଂ ଏହି କାର୍ଯ୍ୟାଳୟଟି ସତେ ଯେମିତି ଦୁର୍ନୀତିଗ୍ରସ୍ତ ବାବୁମାନଙ୍କ ଠିକଣା ପାଲଟିଛି ! ନ ହୋଇଥିଲେ ବର୍ଷକ ମଧ୍ୟରେ ଏହି ତହସିଲର ତିନି ତିନି ଜଣ ରାଜସ୍ବ ନିରୀକ୍ଷକ ଲାଞ୍ଚ ନେଉଥିବା ବେଳେ ଇତିମଧ୍ୟରେ ଭିଜିଲାନ୍ସ ହାତରେ ଧରା ପଡି ଜେଲ ଯାଇ ନ ଥା'ନ୍ତେ ! ପୂର୍ବରୁ ଖଇରା ଓ ଛତିଆ ସର୍କଲର ଆରଆଇ ଶ୍ୟାମସୁନ୍ଦର ବିଶ୍ୱାଳ ଓ ସ୍ମିତାଞ୍ଜଳୀ ମହାନ୍ତି ଧରା ହୋଇଥିବା ବେଳେ ଆଜି ଦର୍ପଣଗଡ଼ ଆର.ଆଇ. ଦେବପ୍ରସାଦ ନାୟକ ଜନୈକ ଅର୍ଜୁନ ସାମଲଙ୍କ ଏକ ଜମିର ଦାଖଲ ଖାରଜ ମାମଲା ଫଇସଲା କରାଇ ଦେବାକୁ ତାଙ୍କ ଠାରୁ ୮ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ରଙ୍ଗେହାତ ଧରା ପଡି ଗିରଫ ହୋଇଛନ୍ତି ! ସେପଟେ ଟିଟୋ ଲିଙ୍କରେ ଥିବା ନେଇ ଏହି ତହସିଲ ଏବେ ଏସଟିଏଫ ଓ ଭିଜିଲାନ୍ସ ସ୍କ୍ୟାନରରେ ରହିଥିବା ବେଳେ ସେଥିନେଇ ଭିଜିଲାନ୍ସ ମଧ୍ୟ କରିତକର୍ମା ତହସିଲଦାରଙ୍କୁ ନୋଟିସ ଦେଇଥିଲା ! ସେହି ସନ୍ଦର୍ଭରେ ଆଜି ମଧ୍ୟ ଭିଜିଲାନ୍ସ ଅଧିକାରୀମାନେ ତହସିଲ କାର୍ଯ୍ୟାଳୟରେ ଚଢ଼ାଉ କରି ଲଘୁ ଖଣିଜ ସମ୍ପର୍କିତ କିଛି କାଗଜପତ୍ର ଜବତ କରିଛନ୍ତି 

0
0
0
s2sdefault