ହେଡଲାଇନସ୍:

ବଡଭାଇର ଠେଙ୍ଗା ମାଡ଼ରେ ସାନଭାଇ ମୃତ; ଘରବାଡ଼ି ବିବାଦରୁ ହତ୍ୟାକାଣ୍ଡ 

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

30-07-18--BADA.jpg - 54.06 kB

ବଡ଼ବିଲ(ଚିତ୍ତରଞ୍ଜନ କର) 

ଭାଇ ନେଲା ଭାଇର ଜୀବନ। ବଡଭାଇର ଆକ୍ରମଣରେ ସାନଭାଇ ମୃତ। ଏମିତି ଏକ ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ବଡ଼ବିଲ ଷ୍ଟେସନ ରୋଡ଼ ଅଞ୍ଚଳରେ। ମୃତକ ହେଉଛନ୍ତି ଲାଇନ ହଟିଙ୍ଗର ରାହୁଲ ଥାପ୍ପା। ପାରିବାରିକ କଳହରୁ ଏହି ହତ୍ୟାକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ବଡ଼ବିଲ ପୋଲିସ ଅଭିଯୁକ୍ତ ବଡଭାଇ ବିପିନ ଥାପ୍ପା ଅଟକ ରଖି ପଚରା ଉଚୁରା କରିବା ପରେ ଗିରଫ କରିଛି। ଅଭିଯୁକ୍ତ ବିପିନ ପୋଲିସ ନିକଟରେ ନିଜ ଦୋଷ ସ୍ୱୀକାର କରିଛି। ଘରବାଡିକୁ ନେଇ ଉଭୟ ଭାଇଙ୍କ ମଧ୍ୟରେ ତିକ୍ତତା ଲାଗି ରହିଥିଲା। ଗତକାଲି ବିଳମ୍ବିତ ରାତିରେ ଝଗଡା ହୋଇଥିଲା। ପ୍ରଥମେ ସାନଭାଇ ରାହୁଲ ବଡଭାଇ ବିପିନଙ୍କୁ ମାଡମାରି ତଣ୍ଟି ଚିପିବାକୁ ଉଦ୍ୟମ କରିଥିଲା। ଏଥିରେ ଉତକ୍ଷିପ୍ତ ହୋଇ ବଡଭାଇ ବିପିନ ଏକ କାଠ ବେଟେନ ଉଠାଇ ରାହୁଲର ମୁଣ୍ଡକୁ ଏକ ଶକ୍ତ ପ୍ରହାର ଦେଇଥିଲା। ଫଳରେ ସେହିଠାରେ ହିଁ ରାହୁଲର ମୃତ୍ୟୁ ହୋଇଥିଲା ବୋଲି ଭାଉଜ ରାଧିକା ଥାପ୍ପା କହିଛନ୍ତି। ବଡ଼ବିଲ ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ଶବକୁ ବ୍ୟବଛେଦ ପାଇଁ ପଠାଇଛି।

 

0
0
0
s2sdefault