ହେଡଲାଇନସ୍:

ପୁଣି ଏକ ସଡ଼କ ଦୁର୍ଘଟଣା ରେ ଜଣେ ମହିଳା ମୃତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 28-07-18-acci.jpg - 114.28 kB

 ପାଇକମାଲ/ଗୌରାଙ୍ଗ ଚରଣ ଦାଶ 

ଆଜି ସକାଳ ପ୍ରାୟ 8 ଘଣ୍ଟା ସମୟରେ ପାଇକମାଲ ପଦ୍ମପୁର ମୁଖ୍ୟ ରାସ୍ତାର ଗୌରଜୁରୀ ଗ୍ରାମ ର ସାପ୍ତାହିକ ବଜାର ନିକଟ ଏକ ସଡ଼କ ଦୁର୍ଘଟଣା ରେ ଜଣେ 65 ବର୍ଷ ବୟସ୍କା ମହିଳା ଯଶୋଦା ସାହୁ ଙ୍କର ମୃତ୍ୟୁ ହେଇଯାଇଛି। 

         ଗୌରଜୁରୀ ଗ୍ରାମର ଜନ୍ମ ସାହୁଙ୍କ ଧର୍ମପତ୍ନୀ ଯଶୋଦା  ଆଜି ସକାଳୁ  ନିଜର ନତୁଣୀ କୁ ସାଙ୍ଗରେ ଧରି ପୋଖରୀ କୁ ସ୍ନାନ କରିବାକୁ ଯାଇଥିଲେ ।ସ୍ନାନ ସାରି ନାତୁଣୀ କୁ ସାଙ୍ଗରେ ଧରି ଘରକୁ ଫେରୁଥିବା ସମୟରେ ପଛପଟୁ ଏକ ମାଲ ବୋଝେଇ ଟ୍ରକ ର ପଛ ଚକ ତଳେ ଚାପି ହେଇ ତାଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହେଇଯାଇଥିଲା। ଉକ୍ତ ଦୁର୍ଘଟଣାରେ ଯଶୋଦା ଙ୍କର ନାତୁଣୀ ଅଳ୍ପକେ  ରକ୍ଷା ପାଇଯାଇଥିଲେ।ଦୁର୍ଘଟଣା ର ଖବର ପାଇ ଗ୍ରାମବାସୀ ମାନେ ଆସି ପ୍ରଥମେ ଦୁର୍ଘଟଣା ଘଟିଥିବା ଡ୍ରାଇଭର କୁ କାବୁ କରି ପାଇକମାଲ ଥାନା କୁ ଜଣାଇଥିଲେ।ଏହାପରେ ଉତ୍ୟକ୍ତ ଜନସାଧାରଣ ପାଇକମାଲ, ପଦ୍ମପୁର ମୁଖ୍ୟ ରାସ୍ତା କୁ ଅବରୋଧ କରିଥିଲେ। ପାଇକମାଲ ଥାନା ଅଧିକାରୀ  ବିଶ୍ୱଜିତ ମନବୋଧ ପୋଲିସ ବଳ ସହିତ ଘଟଣା ସ୍ଥଳକୁ ପହଂଚି ଲୋକଙ୍କ ଦହିତ କଥାବାର୍ତା ଆରମ୍ଭ କରିଥିଲେ। ଏହାପରେ ପାଇକମାଲ ତହସିଲଦାର  ସଦାଶିବ ନାୟକ ଓ ଅତିରିକ୍ତ ତହସିଲଦାର ପୂର୍ଣାନନ୍ଦ ପଟେଲ ଘଟଣା ସ୍ଥଳକୁ ପହଞ୍ଚି ଲୋକଙ୍କ ସହିତ ଶାନ୍ତି ପୂର୍ଣ ଆଲୋଚନା କରି ହାରିଶ୍ଚନ୍ଦ୍ର ଯୋଜନାରେ 2000 ,ଓ ଜିଲ୍ଲା ପ୍ରଶାସନ ତରଫରୁ10000ଟଙ୍କା ତୁରନ୍ତ ପଦାନ କରିଥିଲେ । ଉପସ୍ଥିତ ଥିବା ଅଧିକାରୀ ମାନେ ଗାଡି ମାଲିକ ସହିତ କଥାବାର୍ତ୍ତା କରି ପୀଡିତ ପରିବାରକୁ ଆନୁଷଙ୍ଗିକ ଖର୍ଚ୍ଚ ପାଇଁ 125000ଟଙ୍କା ଗାଡି ମାଲିକ ଙ୍କର ତରଫରୁ ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହାପରେ ପ୍ରାୟ 10 ଘଣ୍ଟା ସମୟରେ ରାସ୍ତା ଅବରୋଧ ହତିଥିଲା। ରାସ୍ତା ଅବରୋଧ ହଟିବା ପରେ ପୋଲିସ ଶବକୁ ବ୍ୟବଚ୍ଛେଦ କରିବା ପାଇଁ ପଦ୍ମପୁର ଡାକ୍ତରଖାନା କୁ ପଠାଇ ଦେଇଛନ୍ତି ବିଲି ଥାନା ଅଧିକାରୀ ଶ୍ରୀ ମନବୋଧ ସୂଚନା ପ୍ରଦାନ କରିଛନ୍ତି।

0
0
0
s2sdefault