ହେଡଲାଇନସ୍:

  ଆଣ୍ଠୁଏ ପାଣିରେ ବୁଡି ଜୀବନ ଗଲା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପାଇକମାଲ/ଗୌରାଙ୍ଗ ଚରଣ ଦାଶ 

ପାଇକମାଲ ବ୍ଲକ ର ପଲସଦା ଗ୍ରାମରେ ବାସ କରୁଥିବା ଗୋବର୍ଦ୍ଧନ ମହୀର (ପିତା)ବୁଟି ମହୀର । ସକାଳୁ ଏକ ବିଲ କୁ ଶୌଚ ପାଇଁ ଯାଇ ଥିଲେ। ପ୍ରାୟ 12ଟା  ସମୟରେ ଉକ୍ତ ବିଲରେ ଗାଁ ର କିଛି ଲୋକ ମୃତ ଦେହ ଭାସୁଥିବା ଦେଖି ପାଇକମାଲ ଥାନା ଅଧିକାରୀ ଶ୍ରୀ ବିଶ୍ୱଜିତ ମନବୋଧ ଙ୍କୁ ଫୋନେରେ ଜଣାଇ ଥିଲେ। ମୃତଦେହ ଭାସୁଥିବା ଖବର ପାଇ ଥାନା ଅଧିକାରୀ ଘଟଣା ସ୍ଥଳକୁ ପହଂଚି ଶବକୁ ଜବତ କରିବା ସହିତ ବ୍ୟବଚ୍ଛେଦ କରିବା ପାଇଁ ପଦ୍ମପୁର ଡାକ୍ତରଖାନା କୁ ପଠାଇ ଦେଇଛନ୍ତି। 

            ଅନୁମାନ କରା ଯାଉଛି ଯେ ଶୌଚ କୁ ଯାଇଥିବା ସମୟରେ କୋଣସି କାରଣ ବସତ ଗୋବର୍ଦ୍ଧନ ମୁହଁ ମାଡି ହୋଇ ବିଲରେ ଥିବା ଆଣ୍ଠୁଏ ପାଣି ଭିତରେ ପଡି ଯାଇଥିଲେ ଆଉ ବାହାରି ପାରିନଥିଲେ। ଫଳରେ ତାଙ୍କର ମୃତ୍ୟୁ ହୋଇ ଯାଇଥିବା ଅନୁମାନ କର ଯାଉଛି। ପାଇକମାଲ ଥାନାରେ UD କେଶ no 11/2018 ରୁଜୁ କରାଯାଇ ASI ଅଶୋକ କୁମାର ସାହୁ ଘଟଣାର ତଦନ୍ତ କରୁଥିବା ଥାନା ଅଧିକାରୀ ପ୍ରକାଶ କରିଛନ୍ତି।

0
0
0
s2sdefault