ହେଡଲାଇନସ୍:

ଜମି ମାଫିଆ ରଣଜିତ ମହାନ୍ତିଙ୍କ ଡ଼ିସଚାର୍ଯ୍ ପିଟିସନ ଅଦାଲତ ଦ୍ୱାରା ଖାରଜ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

୩୧ରେ ବ୍ୟକ୍ତିଗତ ହାଜିରା ପାଇଁ ନିର୍ଦ୍ଦେଶ 

ବାରିପଦା(ଦିଲ୍ଲୀପ ମହାନ୍ତି )

ସରକାରୀ ଜମିକୁ ଚଞ୍ଚକତା କରି ହାତେଇବାରେ ମାମଲାରେ ଅଭିଯୁକ୍ତ ବିବାଦୀୟ ଜମି ମାଫିଆ  ରଣଜିତ ମହାନ୍ତିଙ୍କ ପକ୍ଷରୁ ମାନ୍ୟବର ଅଦାଲତରେ ଆଗତ ହୋଇଥିବା ଡ଼ିସଚାର୍ଯ୍ୟ ପିଟିସନ ଚଳିତ ଜୁଲାଇ ୨୪ରେ ଉକ୍ତ ମାମଲାରେ ଖାରଜ ହେବା  ପରେ ତାଙ୍କର ବିରୋଧରେ ଚାର୍ଜ ଫ୍ରେମ ପାଇଁ ୩୧.୦୭.୨୦୧୮ରେ ବ୍ୟକ୍ତିଗତ ଭାବେ ହାଜର ହେବା ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି  ।

ମୋକଦ୍ଦମା  ବିବରଣୀ ଅନୁଯାୟୀ ଅଭିଯୁକ୍ତ ରଣଜିତ୍ ମହାନ୍ତି ଏ୦୭.୨୪ଡି. ସରକାରୀ ଜମିକୁ ଚଞ୍ଚକତା କରି ହାତେଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ଏବଂ ଉକ୍ତ ମାମଲାରେ ଅଭିଯୁକ୍ତଙ୍କ ପକ୍ଷରୁ ତାଙ୍କ ବିରୁଦ୍ଧରେ ଆଗତ ଭାରତୀୟ ଦଣ୍ଡବିଧି ଆଇନର ୪୬୭, ୪୬୮, ୪୭୧, ୪୨୦, ୧୬୬, ୧୬୭, ୧୭୫, ୧୭୬, ୧୭୭, ୧୮୧, ୧୮୨, ୧୮୩, ୧୮୬, ୧୮୯, ୧୯୩, ୧୨୦(ବି)/୩୪ ଦଫାରୁ ବିମୁକ୍ତ ହେବା ନିମନ୍ତେ ବାରିପଦା ଏସଡ଼ିଜେଏମଙ୍କ ଇଜିଲାସରେ ଆବେଦନ କରିଥିଲେ । ମାନ୍ୟବର ଅଦାଲତ ଚଳିତ ଜୁଲାଇ ୨୪ରେ  ଏହାକୁ ଖାରଜ କରିବା ସଂଗେସଂଗେ ତାଙ୍କ ବିରୋଦ୍ଧରେ ଲାଗୁ ଲାଗୁ କରାଯାଇଥିବା ଦଫାରେ ବିଚାର କରାଯିବା ପାଇଁ ନିଦେ୍ର୍ଧଶ ଦେଇଛନ୍ତି । ବିଶ୍ୱସ୍ତ ଓ ନିର୍ଭର ଯୋଗ୍ୟ  ସୂତ୍ରରୁ ସଂଗୃହୀତ ସୂଚନା ଆଧାରରେ , ବାରିପଦା ପୌରପରିଷଦର ଦେବେନ୍ଦ୍ରପୁର ମୌଜା ଖାତା ନଂ-୧୮୮/୨୦୧, ପ୍ଲଟ ନଂ-୩୪୭ରେ ଏ୦.୬୬ଡି. ପ୍ଲଟ ନଂ ୩୪୮/୧୨୭୦ରେ ଏ୦୬.୩୦ଡି. ଏବଂ ପ୍ଲଟ ନଂ-୩୫୭/୧୨୭୧ରେ ଏ୦.୨୮ଡି. ଜମିକୁ  ଅଭିଯୁକ୍ତ ବେଆଇନ ଭାବେ ବିକ୍ରି କବାଲା କରିବା ପରେ ଚଞ୍ଚକତା କରି ନିଜ ନାମରେ ରେକଡର଼୍ କରାଇ ନେଇଛନ୍ତି । ଉକ୍ତ ଜମିର ସାବକ ରେକଡର଼୍ ଅନୁସାରେ ତାହା ଦୁଲାଲ ଚନ୍ଦ୍ର ଆଢ଼୍ୟ ଓ ଜିତେନ୍ଦ୍ର ନାଥ ଆଢ଼୍ୟଙ୍କ ନାମରେ ରେକଡର଼୍ ରହିଥିଲା । ଉକ୍ତ ଜମି ମୟୂରଭଞ୍ଜ ଗଡ଼ଜାତ ରାଜ୍ୟରେ ମହାରାଜାଙ୍କ ଶାସନ ସମୟରେ ମହାରାଜା ନିକଟରୁ ଆଢ଼୍ୟଙ୍କ ହାତକୁ ଆସିଥିଲା । ପରବର୍ତ୍ତି ସମୟରେ ଏହି ସମ୍ପତ୍ତି ଓ.ଇ. ଆକ୍ଟ ୧୯୫୧ ଦଫା ୮(ଏ) ବଳରେ ବିଜ୍ଞପ୍ତି ନଂ.- ଇଏଆଇ, ସିଡ଼ି, ୧୭/୭୦/୨୦୦୯୭୨-ରେଭିନୁ୍ୟ/୨୨.୦୪.୭୦ ଅନୁସାରେ ସରକାରୀ ଖାତାକୁ ଭେଷ୍ଟ କରିଯାଇଥିଲା । ଜିତେନ୍ଦ୍ର ନାଥ ଆଢ଼୍ୟ ଉକ୍ତ ବିଜ୍ଞପ୍ତିକୁ ଲୁକ୍କାୟିତ ରଖି ଓଡ଼ିଶା ବନ ଉନ୍ନୟନ ନିଗମ ସହିତ ଲିଜ ଏଗ୍ରିମେଣ୍ଟ କରାଇଥିଲେ । ଓଓଇଏ କେଶ ନଂ- ୧୨/୮୪ ଅନୁସାରେ ଉକ୍ତ ଜମି ଜିତେନ୍ଦ୍ର ନାଥ ଆଢ଼୍ୟଙ୍କ ନାମକୁ ଚାଲିଯାଇ ଥିଲା । ଏହି ସମୟରେ ରେଖା ଆଢ଼୍ୟ ନିଜକୁ ଜିତେନ୍ଦ୍ର ନାଥ ଆଢ଼୍ୟଙ୍କ ସ୍ତ୍ରୀ ଭାବେ ଦାବି କରି ଉକ୍ତ ସମ୍ପତ୍ତିକୁ ବେତନଟୀ ସବରେଜିଷ୍ଟରଙ୍କ ଇଜିଲାସରେ ଅଭିଯୁକ୍ତ ରଣଜିତ ମହାନ୍ତିଙ୍କ ନାମରେ ବିକ୍ରୟ କବାଲା କରାଇ ଦେଇଥିଲେ ଏବଂ ଏହା ତହସିଲରେ ଦାଖଲଖାରଜ ମାମଲା ମାଧ୍ୟମରେ ରଣଜିତ୍ ନାମକୁ  ହସ୍ତାନ୍ତର ହୋଇଗଲା । ବାରିପଦା ଦେବେନ୍ଦ୍ରପୁର ମୌଜାର ସମ୍ପତ୍ତି ବେତନଟୀ ସବରେଜିଷ୍ଟରଙ୍କ କୋର୍ଟରେ ସିଧାସଳଖ ଭାବେ ବିକ୍ରୟ କବାଲା ନ ହେବାର ଆଇନ ରହିଥିବା କାରଣରୁ ଆଇନର ପଛଦ୍ୱାର ଦେଇ ବେତନଟୀର ସଠିଲୋ ମୌଜାରେ ଏକ ଜମି ବିକ୍ରି କବାଲା କରାଇବା ସାଥୀରେ ଦେବେନ୍ଦ୍ରପୁର ମୌଜାର ସମ୍ପତ୍ତିକୁ ମଧ୍ୟ କବାଲା କରାଇବାରେ ସଫଳ ହୋଇପାରିଥିଲେ । ମାତ୍ର ସଠିଲୋ ମୌଜାରେ ଖାତା ନଂ-୧୫ରେ ଯେଉଁ ଜମିର ବିକ୍ରି କବାଲା କରାଗଲା ତାହା ଭୂଆ ରହିଥିଲା । ପ୍ରକୃତ୍ତରେ ଉକ୍ତ ଜମିର ମାଲିକାନା ସତ୍ୱ ଓ ଦଖଲ ସେହି ସମୟରେ ହମିତ୍ ମାଝି ଓରଫ ମାର୍ଣ୍ଡିଙ୍କ ନାମରେ ରହିଥିଲା । ଦେବେନ୍ଦ୍ରପୁର ଜମିକୁ ଜିତେନ୍ଦ୍ର ନାଥ ଆଢ଼୍ୟଙ୍କ ନିକଟରୁ ଲିଜ ସୂତ୍ରରେ ନେଇ ନିଜର କାର୍ଯ୍ୟାଳୟ ଚଳାଇ ଆସୁଥିବା ଓଡ଼ିଶା ବନ ଉନ୍ନୟନ ନିଗମକୁ ଜମି ଖାଲି କରାଇବା ନିମନ୍ତେ ଜମି ମାଫିଆ ରଣଜିତ୍ ମହାନ୍ତି ନୋଟିସ ପଠାଇବା ପରେ ଦେଖାଦେଇଥିଲା ବିବାଦ । ଏହାକୁ ନେଇ ଓଡ଼ିଶା ବନ ଉନ୍ନୟନ ନିଗମ ପକ୍ଷରୁ ତତ୍କାଳୀନ  ଡ଼ିଏଫଓ ରଣଜିତ୍ ମହାନ୍ତିଙ୍କ ବିରୋଧରେ ବାରିପଦା ଟାଉନ ଥାନାରେ ଲିଖିତ ଅଭିଯୋଗ କରିବା ପରେ ତାଙ୍କ ନାମରେ ଜିଆର କେଶ ନଂ ୧୦୭୦/୨୦୧୫ରେ  ମାମଲା ରୁଜୁ କରାଯିବା ପରେ ମାମଲାକୁ କ୍ରାମବ୍ରାଞ୍ଚ ହାତକୁ ଟେକି ଦେଇଥିଲେ  ଏବଂ କ୍ରାଇମବ୍ରାଞ୍ଚ ମାମଲାର ତଦନ୍ତ କରି ବାରିପଦା ଟାଉନଥାନାରେ ତାଙ୍କର ଚାର୍ଜ ସିଟ ଦାଖଲ କରିବା ସଂଗେସଂଗେ ପୂର୍ବରୁ ଉକ୍ତ ଜମି ଜାଲିଆତିରେ ସମ୍ପୃକ୍ତ ରହିଥିବା କେତେକ ଅଭିଯୁକ୍ତମାନଙ୍କୁ ମଧ୍ୟ ଗିରଫ କରି ପୁଲିସଙ୍କୁ ହସ୍ତାନ୍ତର କରାଇ ଥିଲେ । ଏହାପରେ ବାରିପଦା ଟାଉନ ଥାନା ପକ୍ଷରୁ ରଣଜିତ ମହାନ୍ତିଙ୍କ ନାମରେ ମାମଲା ରୁଜୁ କରାଯାଇ ଉପରୋକ୍ତ ଦଫାଗୁଡ଼ିକ ଲାଗୁ କରାଯାଇଥିଲା ଏବଂ ତାଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ ମଧ୍ୟ କରାଯାଇଥିଲା । ଚଳିତ ଜୁଲାଇ ୨୪ରେ ଉକ୍ତ ମାମଲାରେ ରଣଜିତ ମହାନ୍ତିଙ୍କ ପକ୍ଷରୁ ମାନ୍ୟବର ଅଦାଲତରେ ଆଗତ ହୋଇଥିବା ଡ଼ିସଚାର୍ଯ୍ୟ ପିଟିସନ ଖାରଜ ହେବା  ପରେ ତାଙ୍କର ବିରୋଧରେ ଚାର୍ଜ ଫ୍ରେମ ପାଇଁ ୩୧.୦୭.୨୦୧୮ରେ ବ୍ୟକ୍ତିଗତ ଭାବେ ହାଜର ହେବା ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି  ।

 

0
0
0
s2sdefault