ହେଡଲାଇନସ୍:

ଅବସରପ୍ରାପ୍ତ ଅଧ୍ୟାପକଙ୍କ ଘରୁ ଚୋରି  ଉଦ୍ୟମ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 

ପଦ୍ମପୁର/ନୀଳ ଦୀପ - ପଦ୍ମପୁର ରାଜବୋଡାସମ୍ବର ହାଇସ୍କୁଲ ପଡିଆ ନିକଟରେ ରହୁଥିôବା ପଦ୍ମପୁର ଅଂଚଳ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟାପକ ଡଃ. ବାଂଛାନିଧି ପଣ୍ଡାଙ୍କ ବାସଭବନରେ ଗତ ଗୁରୁବାର ରାତିରେ ଚୋରି  ଉଦ୍ୟମ ହୋଇଥିବା ପଦ୍ମପୁର ଥାନାରେ ଲିଖିତ ଅଭିଯୋଗ ହୋଇଛି  । ବିସ୍ତୃତ ବିବରଣୀ ଅନୁଯାୟୀ, ଡଃ ପଣ୍ଡା ଓ ତାଙ୍କ ସହଧର୍ମିଣି ଚିକିତ୍ସା ପାଇଁ ଭୁବନେଶ୍ୱର ଯାଇଥିବା ବେଳେ ଘରେ ତାଲା ପଡିଥିଲା  । ଡଃ ପଣ୍ଡାଙ୍କ ଭାଇ ଚିନ୍ମୟ ପଣ୍ଡା କେବଳ ରାତି ସମୟରେ ଘର ଜୁଗିବା ଉଦ୍ଦେଶ୍ୟରେ ସେଠି ଶୋଉଥିଲେ  । ଗୁରବାର ରାତି ପ୍ରାୟ ୧୧ଟା ସମୟରେ ଚିନ୍ମୟ ଉକ୍ତ ଘରକୁ ଶୋଇବା ପାଇଁ ଯିବା ସମୟରେ ଘର ଭିତର ପଟୁ କବାଟ ବନ୍ଦ ଥିବା ସହିତ ଚୋରଙ୍କ ଶବ୍ଦ ଶୁଣିବାକୁ ପାଇଥିଲେ  । ଚୋରମାନେ ପାଚେରୀ ଡେଇଁ ଝରକାର ଗ୍ରିଲ କାଟି ଘର ଭିତରକୁ ପ୍ରବେଶ କରିଥିଲେ ଏବଂ ଘରର ଜିନିଷପତ୍ର ଘଂଟାଚକଟା କରିଥିଲେ  । କିନ୍ତୁ ଠିକ ସମୟରେ ଚିନ୍ମୟ ପହଂଚି ଯିବାରୁ ଚୋରମାନେ କୌଣସି ଜିନିଷ ନେଇ ନ ପଇରି ଫେରାର ହୋଇ ଯାଇଥିବା ଜଣା ପଡିଛି  । ଏ ନେଇ ଚିନ୍ମୟ ପୋଲିସକୁ ଖବର ଦେବା ପରେ ତଦନ୍ତ ଜାରି ରହିଥିବା ପଦ୍ମପୁର ଥାନା ଏସଆଇ ସୌମ୍ୟରଂଜନ ପାତ୍ର ସୁଚନା ଦେଇଛନ୍ତି  ।

0
0
0
s2sdefault