ହେଡଲାଇନସ୍:

ପୁଲିସର ଦବଙ୍ଗ ଗିରି ପ୍ରସଙ୍ଗ : ନ୍ୟାୟ ପାଇଁ ଆଦାଲତର ଦ୍ୱାରସ୍ଥ ହେଲେ ପିଡ଼ିତା 

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

26-07-18-baripada.jpg - 47.33 kBବାରିପଦା(ଦିଲୀପ ମହାନ୍ତି )- ବାରିପଦା ଟାଉନ ଥାନା ପୁଲିସଙ୍କ ଦବଙ୍ଗ ଗିରିକୁ ନେଇ ହରଡ଼ ଘଣାରେ ଫସି ଯାଇଛନ୍ତି ବାରିପଦା ଟାଉନଥାନା ଏସଆଇ ମିନୀ ଭୋଇ ଓ ଚନ୍ଦ୍ରକାନ୍ତି ସାହଙ୍କୁ ସହିତ ଅନ୍ୟ କେତେକ ପୁଲିସ କନେଷ୍ଟବଳ । ଉଚ୍ଚ ନ୍ୟାୟାଳୟରୁ ଜାମିନରେ ଆସିଥିବା ଏକ ବିବାହିତା ମହିଳାଙ୍କୁ ବଳ ପୂର୍ବକ ଉଠାଇ ଆଣି ଥାନାରେ ଶାରିରୀକ ଓ ମାନସିକ ନିର୍ଯ୍ୟାତନା ଦେବା, ମହିଳାଙ୍କୁ ବଳପୂର୍ବକ ଆଣିବା ସମୟରେ ବୃଦ୍ଧା ଶାଶୁ ପହଁଞ୍ଚି ବାଧା ଦେବାରୁ ତାଙ୍କର ହାତକୁ ମୋଡ଼ି ଭାଙ୍ଗି ଆହତ କରାଇବା ଆଦି ଅଭିଯୋଗରେ  ଛନ୍ଦି ହୋଇପଡ଼ିଛନ୍ତି ବାରିପଦା ଟାଉନ ଥାନା ଏସଆଇ ମିନୀ ଭୋଇ ଓ ଚନ୍ଦ୍ରକାନ୍ତି ସାହୁଙ୍କ ସହିତ ଅନ୍ୟ କେତେକ ପୁଲିସ । ବର୍ତ୍ତମାନ ପିଡ଼ିତା ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ସରକାରୀ ଭେଷଜ ମହାବିଦ୍ୟାଳୟରୁ ସାମୟିକ ଭାବେ ଚିକିତ୍ସା ହୋଇ ଆସିବା ପରେ ଏସଡ଼ିଜେଏମଙ୍କ ଅଦାଲତରେ ଉପରୋକ୍ତ ପୁଲିସବାବୁମାନଙ୍କ ନାମରେ ପିଡ଼ିତା ମହିଳାଙ୍କୁ ପୁରୁଷ ପୁଲିସମାନେ ଅର୍ଦ୍ଧ ଉଲଗ୍ନ କରାଇ ଅପବ୍ୟବହାର, ଶାରିରୀକ ନିର୍ଯ୍ୟାତନା, ଅଶାଳୀନ ଭାଷାରେ ଗାଳିଗୁଲଜ, ଗୁପ୍ତାଙ୍ଗରେ ଅସଦାଚରଣ କରିବା ଆଦି ସଙ୍ଗୀନ ଅଭିଯୋଗମାନ ଆଣି କେଶ ନଂ ୧ ସିସି- ୧୩୨/୨୦୧୮ରେ ଏକ କମ୍ପେ୍ଲନ ମାମଲା ରୁଜୁ କରାଇଛନ୍ତି ଏବଂ ମାନ୍ୟବର ଅଦାଲତ ପକ୍ଷରୁ ପିଡ଼ିତାଙ୍କ ଆବେଦନ ଗ୍ରହଣ କରିବା ପୂର୍ବକ ମାମଲାରେ ସାକ୍ଷ୍ୟ, ପ୍ରମାଣ ପାଇଁ ତାରିଖ ଧାର୍ଯ୍ୟ କରାଯାଇଅଛିି । ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି, ପିଡ଼ିତା ମହିଳାଙ୍କ ପକ୍ଷରୁ ବାରିପଦା ଟାଉନ ଥାନା ଏସଆଇ ମିନୀ ଭୋଇ, ଚନ୍ଦ୍ରକାନ୍ତି ସାହୁ, କେତେକ ପୁରୁଷ କନେଷ୍ଟବଳ(ଯେଉଁମାନଙ୍କୁ ଦେଖିଲେ ଚିହ୍ନି ପାରିବେ) ଓ ବାରିପଦା ଟାଉନ ଥାନା ଅଧିକାରୀ ପ୍ରମୁଖଙ୍କ ସହିତ  ମୟୂରଭଞ୍ଜ ଆରକ୍ଷୀ ଅଧିକ୍ଷକଙ୍କୁ ମଧ୍ୟ ପକ୍ଷଭୁକ୍ତ କରାଇବା  ସଂଗେସଂଗେ ଆଣ୍ଡର ସେକ୍ସନ(ଙ୍କ/ଗ୍ଦ)-୩୨୩, ୩୨୫, ୪୪୭, ୩୫୪, ୩୭୬, ୫୦୬ ଓ ୩୪ (ଓଚଉ), ଭାରତୀୟ ଦଣ୍ଡବିଧାନ ଆଇନ ଧାରା ୧୨ ଅଦାଲତ ଅବମାନନା ଆକ୍ଟ ୧୯୭୧, ଅନୁସୂଚିତ ଜାତି ଓ ଜନଜାତି ଆଇନ ଧାରା ୩ ଅନୁଯାୟୀ ଉପରୋକ୍ତ ପକ୍ଷମାନଙ୍କ ବିରୋଧରେ ଆବେଦନ କରିଛନ୍ତି ।  ପିଡ଼ିତା ବାରିପଦା ପିଆରଏମ ସରକାରୀ ମେଡ଼ିକାଲ କଲେଜ ଓ ହସପିଟାଲରେ ଚିକିତ୍ସା ହେଉଥିବା ସମୟରେ ଆମର ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି ଦିଲ୍ଲୀପ ମହାନ୍ତିଙ୍କୁ ଦେଇଥିବା ବିଶେଷ ସାକ୍ଷାତକାରରେ ତାଙ୍କ ପ୍ରତି ବାରିପଦା ଟାଉନ ଥାନା ପୁଲିସ ପକ୍ଷରୁ ଦିଆଯାଇଥିବା ଶାରିରୀକ ଓ ମାନସିକ ନିର୍ଯ୍ୟାତନା ବିଷୟରେ ସୂଚନା ଦେବା ସହିତ ଶରୀରର ପାଦ ତଳ, ଗୋଡ଼ ଆଦିରେ ରହିଥିବା କ୍ଷତ ଚିହ୍ନକୁ କାନ୍ଦିକାନ୍ଦି ଦେଖାଇଥିଲେ । ଏଥି ସହିତ ତାଙ୍କର ଚରିତ୍ରକୁ ପୁଲିସବାବୁମାନେ ସଂହାର କରିବା ସହିତ  ତାଙ୍କ ବିରୋଧରେ ହୋଇଥିବା ମାମଲାରେ ବାରିପଦା ଟାଉନ ଥାନାର ତକ୍ରାଳୀନ ଆଇଓ ଓ ଓଳିଲଙ୍କ ସହିତ ଅନ÷÷ତିକ ସମ୍ପର୍କ ରଖିଥିବାର ମିଥ୍ୟା ସ୍ୱୀକାରୋକ୍ତି ନେବା ନିମନ୍ତେ ଥାଡର଼୍ ଡିଗ୍ରୀ ଦେଇଥିଲେ ଏବଂ ବିଭିନ୍ନ ଅଶ୍ଳୀଳ ମନ୍ତବ୍ୟମାନ ଦେଇଥିଲେ ବୋଲି ସଙ୍ଗୀନ ଅଭିଯୋଗ ଆଣିଥିଲେ । ପୁଣି ପଡ଼ିତା ମେଡ଼ିକାଲରେ ଚିକିତ୍ସା ହେଉଥିବା ସମୟରେ ସାଧା ପୋଷାକରେ ପୁଲିସ ଯାଇ ଡ଼ାକ୍ତରଙ୍କ ସହିତ କଣ କଥାବାର୍ତ୍ତା ହେବା ପରେପରେ ଡ଼ାକ୍ତରମାନେ ପିଡ଼ିତାଙ୍କୁ ଚିକିତ୍ସାରେ ଅବହେଳା ପ୍ରଦର୍ଶନ କରିଥିବାର ଅଭିଯୋଗ ମଧ୍ୟ ବାଢ଼ିଥିଲେ । ସୂଚନାଯୋଗ୍ୟ ଯେ, ପୂର୍ବରୁ ପିଡ଼ିତାଙ୍କ ପରିବାରର ସଦସ୍ୟମାନଙ୍କ ପକ୍ଷରୁ ବାରିପଦା ଏସଡ଼ିଜେଏମଙ୍କ ଇଜିଲାସରେ ନ୍ୟାୟ ପ୍ରଦାନ ନିମନ୍ତେ ଆବେଦନ କରାଯିବା ପରେ ମାନ୍ୟବର ଅଦାଲତ ଆବେଦନକୁ ଗ୍ରହଣ କରି ସମସ୍ତ ବିବରଣୀ ସହିତ ବ୍ୟକ୍ତିଗତ ଭାବେ ୨୪/୦୭/୨୦୧୮ରେ  ହାଜର ହେବାକୁ ଏକ ନିର୍ଦ୍ଦେଶନାମା ଜାରି କରାଇଥିଲେ । ପ୍ରକାଶ ଥାଉକି, ବାରିପଦା ଟାଉନ ଥାନା ଅନ୍ତର୍ଗତ ବାରିପଦା ପୌରପରିଷଦର ୱାଡର଼୍ ନଂ ୧୮, ଯମୁନାଦେଇପୁର ପର୍ଶୁରାମ ବେହେରାଙ୍କ ପୁଅ ବିଶ୍ୱଜିତ୍ ବେହେରା ଔରଙ୍ଗାବାଦସ୍ଥିତ ଭିଡ଼ିଓକନ କମ୍ପାନୀରେ କାର୍ଯ୍ୟ କରୁଥିଲା । କିନ୍ତୁ ତାଙ୍କର ପୁଅ ହଠାତ୍ ନିଖୋଜ ହୋଇଯିବାରୁ ଏହି ଘଟଣାରେ ପିଡ଼ିତା ଓ ତାଙ୍କ ସ୍ୱାମୀ ଶାଶୁ ସହିତ ଖୁଣ୍ଟା ଥାନାରେ କାର୍ଯ୍ୟରତ ପୁଲିସ ବିଭାଗର କର୍ମଚାରୀ ରବୀନ୍ଦ୍ର ପାତ୍ରଙ୍କ ଉପରେ ସନେ୍ଦହ କରି ବାରିପଦା ଟାଉନ ଥାନାରେ ଅଭିଯୋଗ ଆଣିବା ପରେ ଥାନାରେ କେଶ ନଂ ୨୩୦/୧୮.୦୮.୨୦୧୭ ଓ  ଜିଆର କେଶ ନଂ ୭୧୭/୧୭ରେ ମାମଲା ରୁଜୁ ହୋଇଥିଲା । ଅଭିଯୋଗକାରୀ ପର୍ଶୁରାମ ପାତ୍ର ତାଙ୍କର ଏଫ୍ଆଇଆର୍ରେ ଉଲ୍ଲେଖ କରିଥିଲେକି, ୨୦୧୬ ଡ଼ିସେମ୍ବରରେ ତାଙ୍କ ପୁଅ ବିଶ୍ୱଜିତ୍ କମ୍ପାନୀରୁ ଛୁଟିରେ ଘରକୁ ଆସିଥିବା ବେଳେ ହଠାତ୍ ଦିନେ ରାତି ୨ଟା ସମୟରେ ପିଡ଼ିତାଙ୍କୁ  ବିଶ୍ୱଜିତଙ୍କ ବେଡ଼ରୁମରେ ପରିବାର ଲୋକେ ଦେଖିବାକୁ ପାଇଥିଲେ  । ଉକ୍ତ ଘଟଣାରେ ପିଡ଼ିତାଙ୍କୁ ତାଙ୍କର ପରିବାରର ସଦସ୍ୟମାନେ ମାରଧର କରିଥିଲେ । ଏହାପରେ ଗତ ୨୦୧୭ ଅପ୍ରେଲ ୧୩ରେ ପର୍ଶୁରାମଙ୍କ ପୁଅ ଔରଙ୍ଗାବାଦରୁ ଟ୍ରେନରେ ଘରକୁ ଆସୁଥିବାର ଖବର ମିଳିଥିଲା ଏବଂ ୧୫ରେ ଘରେ ପହଁଞ୍ଚିବାର ଥିଲା । କିନ୍ତୁ ପୁଅ ବିଶ୍ୱଜିତ୍ ଆଜି ପର୍ଯ୍ୟନ୍ତ ଘରକୁ ନାହିଁ । ତେଣୁ ପର୍ଶୁରାମ ବେହେରାଙ୍କର ପୁଅ ନିଖୋଜ ଘଟଣା ପଛରେ ପିଡ଼ିତାଙ୍କ ପରିବାରର ସଦସ୍ୟମାନଙ୍କ ସମ୍ପୃକ୍ତି ରହିଥିବାର ସନେ୍ଦହ କରି ବାରିପଦା ଟାଉନ ଥାନାରେ ଅଭିଯୋଗ ଆଣିଥିଲେ । ଉକ୍ତ ମାମଲାରେ ପିଡ଼ିତା ଓ ତାଙ୍କ ପରିବାରର ସଦସ୍ୟମାନେ ଉଚ୍ଚ ନ୍ୟାୟାଳୟରେ ଜାମିନ ପାଇଁ ଆବେଦନ କରି ନ୍ୟାୟାଳୟର ଏବିଏଲଏପିଏଲ ନଂ-୧୪୧୩୬/୧୨.୦୯.୨୦୧୭ ନିଦ୍ଦେଶ  କ୍ରମେ ବାରିପଦା ଟାଉନ ଥାନାରେ ହାଜର ହୋଇ ଜାମିନଦାର ପ୍ରଦାନ ପୂର୍ବକ ସର୍ତ୍ତ ମୂଳକ ଜାମିନରେ ଆସିଥିଲେ । ପିଡ଼ିତାଙ୍କୁ ପକ୍ଷରୁ ମାମଲା ପରିଚାଳନା କରୁଥିବା ବିଶିଷ୍ଟ ଯୁବ ଆଇନଜୀବୀ ଅରବିନ୍ଦ ଦାସ ତାଙ୍କର କ୍ଲାଏଣ୍ଟଙ୍କୁ ଯେଉଁ ଶାରିରୀକ, ମାନସିକ ନିର୍ଯ୍ୟାତନା ଦିଆଯାଇଛି ତାହା ସମ୍ପୂର୍ଣ୍ଣ ଭାବେ ଆଇନ ସମ୍ମତ ନୁହେଁ ବୋଲି କହିଥିବା ବେଳେ ବାରିପଦା ସଦର ଏସଡ଼ିପିଓ ଅଭିମନ୍ୟୁ  ନାୟକଙ୍କୁ ତାଙ୍କର ସେଲ ନମ୍ବର ୯୪୩୭୧୨୩୧୦୪ରେ ଯୋଗାଯୋଗ କରିବାରୁ ପିଡ଼ିତାଙ୍କ ପକ୍ଷରୁ ବାରିପଦା ଟାଉନ ଥାନା ପୁଲିସ ବିରୋଧରେ ଆଣିଥିବା ସମସ୍ତ ଅଭିଯୋଗ ମିଛ ବୋଲି କହିଥିଲେ ଏବଂ ପିଡ଼ିତା ପକ୍ଷରୁ ବାରିପଦା ଏସଡ଼ିଜେଏମଙ୍କ କୋର୍ଟରେ ପୁଲିସ ବିରୋଧରେ ହୋଇଥିବା ଅଭିଯୋଗ ଉପରେ କୌଣସି ସୂଚନା ନ ଥିବାର ପ୍ରକାଶ କରିଥିଲେ । 

             ବର୍ତ୍ତମାନ ବିଶ୍ୱଜିତଙ୍କ  ନିଖୋଜ ଘଟଣାକୁ ନେଇ ପିତା ପର୍ଶୁରାମ ବେହେରା ବାରିପଦା ଟାଉନ ଥାନାରେ ଦାଖଲ କରିଥିବା ଏଫ୍ଆଇଆର୍କୁ ୧୧ ମାସ ଅତିକ୍ରାନ୍ତ ହୋଇସାରିଥିଲେ ମଧ୍ୟ ପୁଲିସ ଏହା ଉପରୁ ପରଦା ହଟାଇବାରେ ସଫଳ ହୋଇପାରି ନାହିଁ ।  ବିଶ୍ୱଜିତଙ୍କ ପିତା ପର୍ଶୁରାମଙ୍କ ବାରିପଦା ଟାଉନ ଥାନାରେ କରିଥିବା ଅଭିଯୋଗ ଆଧାରରେ, ବିଶ୍ୱଜିତ୍   ଔରଙ୍ଗାବାଦରେ ଭିଡ଼ିଓକନ୍ କମ୍ପାନୀରେ କାର୍ଯ୍ୟ କରୁଥିଲେ କି ନାହିଁ, ୨୦୧୭ ଅପ୍ରେଲ ୧୩ରେ ବିଶ୍ୱଜିତ୍ ଔରଙ୍ଗାବାଦରୁ ଟ୍ରେନରେ ଘରକୁ ଆସୁଥିଲେ କି ନାହିଁ ଓ କେବଳ ପର୍ଶୁରାମଙ୍କ ଅଭିଯୋଗ ଅନୁସାରେ ତଦନ୍ତ ପ୍ରକ୍ରିୟା ଜାରି ରହିଛି ସେ  ସମ୍ପର୍କରେ ତଥ୍ୟ ସଂଗ୍ରହ କରିବା ପାଇଁ ବାରିପଦା ଟାଉନ ଥାନା ପୁଲିସ ଟିମ୍ ଔରଙ୍ଗାବାଦ ଯାଇଥିଲେ କି ନାହିଁ ଆଦି ବିଷୟରେ ଉକ୍ତ ମାମଲାରେ ବର୍ତ୍ତମାନର ଆଇଓ ମିନୀ ଭୋଇଙ୍କୁ ଯୋଗାଯୋଗ ଉଦ୍ୟମ କରାଯାଇଥିଲେ ମଧ୍ୟ ସମ୍ଭବ ହୋଇପାରି ନ ଥିଲା ।

 

0
0
0
s2sdefault