ହେଡଲାଇନସ୍:

  ବୈତରଣୀ ନଦୀରେ ବୁଡି ବାଳକର ମୃତ୍ୟୁ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 

ଯାଜପୁର -କୋରାଇ ଥାନା ମଥୁରାପୁର ବୈତରଣୀ ନଦୀ ଗର୍ଭରେ ଆଜି ସକାଳ ୭.୩୦ସମୟରେ ମା ସହିତ ଶୌଚ  ହେବାକୁ ଯାଇଥିବା ପୁଅ ବିକାସ ହାତି(୫) ନଦୀ ରେ ବୁଡି ମୃତବରଣ କରିବା ଗ୍ରାମରେ ଏକ ଶୋକାକୁଳ ପରିବେଶ  ଦେଖାକୁ ମିଳିଛି । ମୁକୁନ୍ଦପିର ଗ୍ର:ପ:ର ମଥୁରାପୁର ଗ୍ରାମର ଗୋବିନ୍ଦ ହାତିଙ୍କ ସ୍ତ୍ରୀ ସକାଳୁ ଶୌଚ ହେବାକୁ ବୈତରଣୀ ନଦୀ କୂଳକୁ  ଯାଇଥିଲେ । ସାଥିରେ ପୁଅ ବିକାସ ନଦୀ କୁଳକୁ ଯାଇ ମା ଶୈାଚ ଯାଇଥିବା ସମୟରେ ପୁଅ ଅଥଳ ନଦୀକୁ ଦେଖି ଆନନ୍ଦ ଉପଭୋଗ କରୁଥିବା ବେଳେ କୁଳରେ ପିଲାଟିର ଗୋଡ ଖସି ନଦୀ ଗର୍ଭକୁ ଭାସିଯାଇଥିଲା । ମା ପୁଅର ଏପରି ଘଟଣା ଦେଖି ପାଟିକରି ପୁଅକୁ ନଦୀରୁ ଧାର କରିବାକୁ ନିବେଦନ କରିବା ଗ୍ରାମବାସିମାନେ ସୁଣି ନଦୀ କୁଳରେ ପହଂଚି  ଉଧାର କାର୍ଯ୍ୟରେ ଲାଗିପଡିଥିଲେ । ଉକ୍ତ ଗ୍ରାମର ଭରତ ଖଟୁଆ,ଅମିନ ଖଟୁଆ,ହରେକୃର୍ଷ୍ଣ ଖଟୁଆ,ପଦୁନା ହାତି,ରବି ଖଟୁଆ ସମେତ ଅନେକ ଯୁବକ ପାଣିରେ ବୁଡି ଅନେକ ଖୋଜାଖୋଜି  କରି ପିଲାଟିକୁ ନଦୀରୁ ଉଧାର କରିଥିଲେ । ହେଲେ ପିଲାଟିକୁ କୁଳରେ ରଖି ଥିଲେହେଁ ପିଲାଟି ପାଣିରେବୁଡି ମୃତୁ୍ୟ ହୋଇଥିବା ଦେଖାଯାଇଥିଲା । ପିଲା ପାଣିରେ ବୁଡି ମରିବାର ଏକ ଘଣ୍ଟା ପରେ ୪କି:ମି: ଦୁରରେ ଥିବା ବୈତରଣୀରୋଡ ଅଗ୍ନିଶ୍ରମ ବିଭାଗର କର୍ମଚାରି ପହଂଚି ଲୋକମାନଙ୍କର  କ୍ରୋଧର ଶିକାର ହୋଇ ଘଟଣା ସ୍ଥଳରୁ ଫେରିଥିବା ସୁଚନା ମିଳିଛି । ଏପରି ଦୁଖଦଘଟଣାରେ ମୁକୁନ୍ଦପୁର ର ପୂର୍ବତନ ସରପଞ୍ଚ ସନାତନ ସାହୁ ଉପସ୍ଥିତହୋଇ ପରିବାରବର୍ଗଙ୍କ ସମବେଦନା ଜଣାଇବା ସହ ଯାଜପୁର ଜିଲାଦାଳ ଏହି ଆଦିବାସି ପରିବାରକୁ ସହାୟତା ଯୋଗାଇଦେବାକୁ ନିବେଦନ କରିନ୍ତି ।

0
0
0
s2sdefault