ହେଡଲାଇନସ୍:

ଯୁବତୀଙ୍କ ସନ୍ଦେହ ଜନକ ମୃତ୍ୟୁ 

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

     ପାଇକମାଲ/Gourang Dash :- ପାଇକମାଲ ରୁ ମାତ୍ର 2 କିଲୋମିଟର ଦୂରରେ ଥିବା ବୈଦପାଲି ଗ୍ରାମର ମୁକୁନ୍ଦ ଦୁଡୁକା ଙ୍କର 18 ବର୍ଷ ବୟସ୍କା ଝିଅ ରୁପା ଦୁଡୁକା ଙ୍କର ଆଜି ଦୀପହର ପ୍ରାୟ 12 ଟା ରୁ 1 ମଧ୍ୟରେ ମୃତ୍ୟୁ ହେଇଯାଇଥିବା ଜଣା ପଡ଼ିଛି । ପାଇକମାଲ ଥାନା ଅଧିକାରୀ ଶ୍ରୀ ବିଶ୍ୱଜିତ ମନବୋଧ ଉକ୍ତ ଘଟଣାର ଖବର ପାଇବା ପରେ ASI ,S K ଦାସ ଙ୍କୁ ଘଟଣା ସ୍ଥଳ କୁ ପଠାଇ ଥିଲେ। ମୃତ୍ୟୁ ର କାରଣ ଅସ୍ପଷ୍ଟ ଥିବାରୁ ଥାନା ଅଧିକାରୀ ଙ୍କର ନିର୍ଦେଶ କ୍ରମେ ଶବକୁ ଜବତ କରି ପଦ୍ମପୁର ଉପଖଣ୍ଡ ଡାକ୍ତରଖାନା କୁ ବ୍ୟବଚ୍ଛେଦ ନିମନ୍ତେ ପଠେଇ ଦିଆଯାଇଥିବା ପୋଲିସ ସୂତ୍ର ରୁ ପ୍ରକାଶ। ବ୍ୟବଚ୍ଛେଦ ର ରିପୋର୍ଟ ଆସିବା ପରେ ଯାଇ ମୃତ୍ୟୁ ର ପ୍ରକୃତ କାରଣ ଜଣା ପଡିବ ବୋଲି ଥାନା ଅଧିକାରୀ ଶ୍ରୀ ମନବୋଧ ପ୍ରକାଶ କରୁଛନ୍ତି ।

0
0
0
s2sdefault