ହେଡଲାଇନସ୍:

ପୁଣି ଏକ ଡକାୟତ ଗ୍ୟାଙ୍ଗ ଧାରା ପଡିଲେ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 

ରାଉରକେଲାରୁ ସୁଶାନ୍ତ  ବେହେରା :  ରାଉରକେଲାରେ ପୁଣି ଆଉ ଏକ ବଡ ଧରଣର ଡକାୟତି ଯୋଜନା କଲା ବେଳେ ୪ ଜଣ କୁଖ୍ଯାତ ଡକାୟତଙ୍କୁ ଗିରଫ କରିଛି ବିଶ୍ରା ଥାନା ପୁଲିସ। ସେମାନଙ୍କ ମଧ୍ଯରେ ରହିଛି ପଡଶୀ ରାଜ୍ଯ ଝାଡଖଣ୍ଡ ବାନୋ ଥାନା ଅନ୍ତର୍ଗତ ଗିରିଡାର ଦୁର୍ଦ୍ଦାନ୍ତ ଅପରାଧୀ ମଦନ ମାଂଝୀ ଓରଫ ତୁରୀ । ଅନ୍ଯ ଗିରଫ ଡକାୟତମାନେ ହେଲେ ସୁନ୍ଦରଗଡ ଜିଲ୍ଲା କୁତ୍ରା ଥାନା ଖତଖୁରବାହାଲ ଅଞ୍ଚଳର ମହମ୍ମଦ ମଜୁର ଓରଫ ସୁଖାଲ ଓ ମହମ୍ମଦ ସୟଦ ହୁସେନ୍ ଏବଂ ହାତୀବାଡି ଥାନା ପୁରୁଣାପାଣିର ରାଜେଶ ଲାଖୁଆ । ଏହି ୪ ଜଣଙ୍କ ସମେତ ମୋଟ ୮ ଜଣ ସଶସ୍ତ୍ର ଡକାୟତ  ବିଶ୍ରା ଥାନା ଅନ୍ତର୍ଗତ ସୋରଡା ଅଞ୍ଚଳରେ ରବିବାର ବିଳମ୍ବିତ ରାତିରେ ନୂଆଗାଁର ଜଣେ ବ୍ଯବସାୟୀଙ୍କ ଘରେ ଏକ ବଡ ଧରଣର ଡକାୟତି କରିବା ପାଇଁ ଯୋଜନା କରୁଥିବାର ଖବର ପାଇଥିଲା ପୁଲିସ। ଏହାପରେ ପୁଲିସ ଅତର୍କିତ ରେଡ୍ କରି ଧରିଥିଲା ୪ ଜଣଙ୍କୁ। ତେବେ ସେଠାରୁ ଆଉ ୪ ଜଣ ଡକାୟତ ଫେରାର ହୋଇଯାଇ ଥିଲେ। ସେମାନଙ୍କ ଠାରୁ ନଗଦ ୧ ଲକ୍ଷ ୨୭ ହଜାର ୭୦୦ ଟଙ୍କା ସମେତ ୨ଟି ଦେଶୀ ରିଭଲଭର, ୨ ରାଉଣ୍ଡ ଜୀବନ୍ତ ଗୁଳି, ଲୁହା ରଡ, ଟର୍ଚ୍ଚ, ମୋବାଇଲ ଫୋନ ଜବତ କରିଛି ପୁଲିସ। ଗିରଫ ଡକାୟତମାନେ ଝାଡଖଣ୍ଡଏବଂ ବିହାରରେ ଏକାଧିକ ଡକାୟତି ସମେତ ବିଭିନ୍ନ ଅପରାଧରେ ସଂପୃକ୍ତ ଥିବା ନେଇ ପୁଲିସ ସୂଚନା ଦେଇଛନ୍ତି। ସେମାନେ ବିଶେଷ କରି ବ୍ଯବସାୟୀମାନଙ୍କୁ ବନ୍ଧୁକ ମୁନରେ ଧମକ ଦେଇ ଦାଦାବଟି ଆଦାୟ କରୁଥିବା କହିଛି ପୁଲିସ।

 

0
0
0
s2sdefault