ପଦ୍ମପୁର/ନୀଳ ଦୀପ : ବରଗଡ଼ ଜିଲ୍ଲା ପଦ୍ମପୁର ଭେଉଁରିଆ ଗ୍ରାମକୁ ଯିବା ରାସ୍ତା କଡ଼ ଠାରୁ ପ୍ରାୟ ୩୦୦ମିଟର ଭିତରୁ ଏକ ଗଛରେ ଫାସି ଲାଗି ଝୁଲୁଥିବା ଅବସ୍ଥାରେ ଏକ ଯୁବତୀଙ୍କର ମୃତ ଦେହ ଉଦ୍ଧାର କରାଯାଇଛି । ମିଳିଥିବା ସୁଚନା ଅନୁଯାୟୀ ଭୋରରୁ କ୍ଷେତକୁ ଯାଉଥିବା ବେଳେ କିଛି ଲୋକ ଉକ୍ତ ଯୁବତୀଙ୍କ ଶରୀର ଗଛରେ ଝୁଲୁଥିବାର ଦେଖି ଗାଁ ଲୋକଙ୍କୁ ଜଣାଇ ଥିଲେ । ପଦ୍ମପୁର ପୋଲିସ ଉକ୍ତ ଘଟଣାର ଖବର ପାଇ ଘଟଣା ସ୍ଥଳରେ ପହଂଚି ଉକ୍ତ ଶବକୁ ଗଛରୁ ଓହ୍ଲାଇ ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଆଖ ପାଖର ଲୋକଙ୍କ ଠାରୁ ପଚରା ଉଚରା କରିଥିଲା । ପୋଲିସ ତଦନ୍ତ ରୁ ଯୁବତଙ୍କ ନାମ ମମତା ଲୁହାର(୧୮), ଏବଂ ସେ ବୁଧାପାଲି ଗ୍ରାମର ବିକ୍ରମ ଲୁହାରଙ୍କ ଝିଆ ବୋଲି ଜଣା ପଡ଼ିଥିଲା । ଘର ଲୋକଙ୍କ ଫରିୟାଦ କ୍ରମେ ପୋଲିସ ଉକ୍ତ ଘଟଣାଟି ହତ୍ୟା ନା ଆତ୍ମହତ୍ୟା ଏହି ବିଷୟରେ ତଦନ୍ତ ଚଳାଇଛି ।
ଅଘଟଣ
ଯୁବତୀଙ୍କ ମୃତ ଦେହ ଉଦ୍ଧାର : ହତ୍ୟା ନା ଆତ୍ମହତ୍ୟା !!!!
- Hits: 679