ଲାଞ୍ଚୁଆ ଆରଆଇଙ୍କୁ ଜେଲ ଓ ଜୋରିମାନା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 


ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦା ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଜଜ୍ ତାରା ପ୍ରସାଦ ରଥ ଆଜି ଏକ ଉତ୍ତରାଧିକାରୀ ସାର୍ଟିଫିକେଟ ପ୍ରଦାନ ନିମନ୍ତେ ଏକ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ଟ୍ରାପ ମାମଲାର ବିଚାର କରି ଅଭିଯୁକ୍ତ ମୋରଡ଼ା ତହସିଲର ଆରଆଇ  ତଥା ଚାନ୍ଦୁଆ ଥାନା ଅଞ୍ଚଳର ରୁଦ୍ରପାଳ ବେହେରାଙ୍କୁ ଦୋଷୀ ସାବ୍ୟସ୍ତ କରାଇବା ସଂଗେସଂଗେ ଭାରତୀୟ ଦୁର୍ନୀତି ନିରୋଧ ଆଇନ ଅନୁସାରେ ଏକ ବର୍ଷ ସଶ୍ରମ କାରାଦଣ୍ଡ, ୫ ହଜାର ଟଙ୍କା ଅର୍ଥଦଣ୍ଡର ରାୟ ଶୁଣାଇଛନ୍ତି । ଏଥି ସହିତ ଜୋରିମାନା ଅର୍ଥ ଅନାଦେୟରେ ଅଧିକ ୨ ମାସ ସଶ୍ରମ କାରାଦଣ୍ଡ ଭୋଗିବାକୁ ହେବ ବୋଲି ରାୟରେ ଉଲ୍ଲେଖ କରାଯାଇଛି । ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି, ମୟୂରଭଞ୍ଜ ଜିଲ୍ଲା ବେତନଟୀ ଥାନା ଓ କୃଷ୍ଣଚନ୍ଦ୍ରପୁର ଫାଣ୍ଡି ଅନ୍ତର୍ଗତ ଧୋବଣିଶୋଳ ଗ୍ରାମର ନରେନ୍ଦ୍ର ମହାନ୍ତଙ୍କର ଏକ ଦୁର୍ଘଟଣାରେ ୨୦୧୩ ଜୁନ ୨୮ରେ ମୃତୁ୍ୟ ହେବାର ପରବର୍ତ୍ତି ସମୟରେ ମୃତକଙ୍କ ପୁଅ ଭରତ ଚନ୍ଦ୍ର ମହାନ୍ତ ଉତ୍ତରାଧିକାରୀ ସାର୍ଟିଫିକେଟ ନିମନ୍ତେ ମୋରଡ଼ା ତହସିଲରେ ଆବେଦନ କରିଥିଲେ । ମୋରଡ଼ା ତହସିଲଦାର ଉକ୍ତ ଆବେଦନ ଉପରେ ତଦନ୍ତ କରି ରିପୋର୍ଟ ଦେବାକୁ ଦାନ୍ତିଆମୁହାଁ ଆରଆଇଙ୍କୁ ନିଦେ୍ର୍ଧଶ ଦେଇଥିଲେ । ମାତ୍ର ଆରଆଇ ରିପୋର୍ଟ ନ ଦେଇ ଫାଇଲକୁ ଚାପି ରଖିବା ପରେ ଭରତ ଆରଆଇ  ରୁଦ୍ରପାଳ ବେହେରାଙ୍କୁ ସାକ୍ଷାତ କରି ତହସିଲଦାରଙ୍କ ନିକଟକୁ ରିପୋର୍ଟ ପଠାଇବା ନିମନ୍ତେ ଅନୁରୋଧ କରିବାରୁ ସେ ଏଥି ନିମନ୍ତେ ଦୁଇ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଉଭୟଙ୍କ ମଧ୍ୟରେ ମୂଲଚାଲ ହୋଇ ଏକ ହଜାରରେ କଥା ଛିଣ୍ଡିବା ପରେ ଭରତ ଏ ବିଷୟକୁ ନେଇ ବାରିପଦା ଭିଜିଲାନ୍ସ ୟୁନିଟ ସହିତ ସମ୍ପର୍କ ରକ୍ଷା କରି ଯୋଜନା ପ୍ରସ୍ତୁତ କରିବା ପରେ ୨୦୧୩ ନଭେମ୍ବର ୧୩ରେ ଭିଜିଲାନ୍ସଠାରୁ ରଙ୍ଗବୋଳା ଟଙ୍କା ନେଇ ଆରଆଇ ରୁଦ୍ରପାଳଙ୍କୁ ଦେବେ ବୋଲି ତାଙ୍କ ସହିତ ଯୋଗାଯୋଗ କରିବାରୁ ସେ ୧୮ ନମ୍ବର ଜାତୀୟ ରାଜପଥ ପାଶ୍ୱର୍ ତକତପୁର ଛକ ନିକଟରେ ରହିଥିବା ଏଙ୍କିଏମ ନିକଟକୁ ଡ଼କାଇ ଭରତ ନିକଟରୁ ଏକ ହଜାର ଟଙ୍କା ନେଉଥିବା ସମୟରେ ଭିଜିଲାନ୍ସ ଟ୍ରାପରେ ରଙ୍ଗେ ହାତରେ ଧରାପଡ଼ିବା ପରେ ଭିଜିଲାନ୍ସ କେଶ ନଂ ୨୪ ଏ/୨୦୧୩ରେ ଏକ ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇ ଥିଲା । ଆଜି ଉକ୍ତ ମାମଲାରେ ରହିଥିବା ସାକ୍ଷୀମାନଙ୍କର ବୟାନ ଓ ସମସ୍ତ ପ୍ରମାଣପତ୍ରକୁ ଭିତ୍ତିକରି ଆଦାଲତ ପକ୍ଷରୁ ଅଭିଯୁକ୍ତ ଆରଆଇଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା । ମୋକର୍ଦ୍ଧମାକୁ ସରକାରଙ୍କ ପକ୍ଷରୁ ପିପି କୃଷ୍ଣଚନ୍ଦ୍ର ଶତପଥୀ ପରିଚାଳନା କରିଥିଲେ ।

0
0
0
s2sdefault