ହେଡଲାଇନସ୍:

ପଲସର ତ  ମିଳିଲାନି, ହେଲେ ମିଳିଲା ଜେଲ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଯୌତୁକ ନିର୍ଯାତନା ମାମଲା : ଅଭିଯୁକ୍ତ ସ୍ୱାମୀ, ଶାଶୁ, ଶ୍ୱଶୁର, ନଣଦ ଓ ନଣଦେଇଙ୍କୁ ଜେଲ ଓ ଜୋରିମାନା

ବାରିପଦା( Dillip Mohanty )-  ବାରିପଦା ଏସଡ଼ିଜେଏମ ପ୍ରଶାନ୍ତ କୁମାର ବେହେରା ଆଜି ଏକ ଯୌତୁକ ନିର୍ଯ୍ୟାତନା ମାମଲାର ବିଚାର କରି ଅଭିଯୁକ୍ତ ସ୍ୱାମୀ, ଶାଶୁ, ଶ୍ୱଶୁର, ନଣଦ ଓ ନଣଦେଇଙ୍କୁ ଦୋଷୀ ସାବୂସ୍ତ କରାଇବା ସଂଗେସଂଗେ ଭାରତୀୟ ପିଙ୍ଗଳ କୋଡର଼୍ ଧାରା ୪୯୮(ଏ)ରେ ୨ ବର୍ଷ କାରାଦଣ୍ଡ, ୫ ହଜାର ଟଙ୍କା ଅର୍ଥଦଣ୍ଡ ଏବଂ ଏହା ଅନାଦେୟ ହେଲେ ଅଧିକ ୫ ମାସ କାରାଦଣ୍ଡରେ ଦଣ୍ଡିତ କରାଇଛନ୍ତି । ସେହିପରି ଯୌତୁନ ନିରୋଧ ଆଇନ ଧାରା ୪ ରେ ୬ ମାସ କାରାଦଣ୍ଡ, ୩ ହଜାର ଟଙ୍କା ଜୋରିମାନା ଏବଂ ଅନାଦେୟରେ ଅଧିକ ୨ ମାସ କାରାଦଣ୍ଡ ଭୋଗିବାକୁ ହେବ ବୋଲି ରାୟରେ ଉଲ୍ଲେଖ କରିଛନ୍ତି । ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି, ବାରିପଦା ପୌରପରିଷଦ ୱାଡର଼୍ ନଂ ୨୪ କାଳିକାପୁର ଅଞ୍ଚଳର ବୀଣାପାଣି ମହାନ୍ତ ୨୦୦୭ ମେ ୮ରେ ବୈଦିକ ରୀତିରେ ଉକ୍ତ ଅଞ୍ଚଳର ଭାସ୍କର ମହାନ୍ତ(୬୫)ଙ୍କ ପୁଅ ଅଜିତ ମହାନ୍ତ(୩୦)ଙ୍କୁ ବିବାହ କରିଥିଲେ । ବେଦୀ ଉପରେ ବର ପକ୍ଷର ଦାବି ମୁତାବକ ଏକ ହିରୋ ହୋଣ୍ଡା ବାଇକ, ଟିଭି ଆଦି ସହିତ ଆନ୍ୟାନ୍ୟ ଆସବାବପତ୍ର ପ୍ରଦାନ କରାଯାଇଥିଲା । ବାହାଘରର ଗୋଟାଏ ବର୍ଷ ବିତି ସାରିଥିଲା ଏବଂ ଉଭୟଙ୍କ ଔରଷରୁ ଏକ ସନ୍ତାନ ମଧ୍ୟ ଜନ୍ମ ନେଇ ସାରିବା ପରେ ସ୍ୱାମୀ ଅଜିତ ମହାନ୍ତ ଏକ ସୁନା ଚେନ ଓ ପଲସର ବାଇକ ଯୌତୁକ ଆଣିବାକୁ ଦାବି କରିଥିଲେ ।  ଉକ୍ତ ଦାବିକୁ ଶ୍ୱଶୁର ଭାସ୍କର ମହାନ୍ତ ସହିତ ଶାଶୁ ଗୁରୁବାରୀ ମହାନ୍ତ(୬୨), ନଣଦ ଲକ୍ଷ୍ମୀ ଓରଫ ମୁନା ମହାନ୍ତ(୨୮) ଓ ନଣଦେଇ  କୁଳିଅଣା ଥାନା ଅନ୍ତର୍ଗତ ଭାଲୁକି ଗ୍ରାମର ମହୋନ ମହାନ୍ତଙ୍କ ପୁଅ କମଳାକାନ୍ତ ମହାନ୍ତ(୩୩) ସମର୍ଥନ ଜଣାଇ ଶାରିରୀକ ଓ ମାନସିକ ଯନ୍ତ୍ରଣା ଦେବା ଆରମ୍ଭ କରିଥିଲେ । ବୀଣାପାଣି ଏ ବିଷୟରେ ନିଜ ପରିବାରର ସଦସ୍ୟମାନଙ୍କୁ ଜଚ୍ଚାଇବା ପରେ ମଝିରେ ଉଭୟ ପକ୍ଷ ମଧ୍ୟରେ ଆପୋଷ ବୁଝାମଣା ମଧ୍ୟ ହୋଇଥିଲା । ମାତ୍ର କୌଣସି ସୁଫଳ ମିଳିପାରି ନ ଥିଲା । ଗତ ୨୦୧୧ ଜୁଲାଇ ୧୬ରେ ବୀଣାପାଣିଙ୍କୁ ଅଭିଯୁକ୍ତମାନେ ମିଳିତ ଭାବେ ମାରଧର କରିବା ସହିତ ସୁନାଚେନ, ବାଇକ ଆଦି ନ ଆଣିଲେ ଦ୍ୱିତୀୟ ବିବାହ କରିବାର ସ୍ୱାମୀ ଅଜିତ ଧମକ ଦେବା ପରେ ଶ୍ୱଶୁର ଭାସ୍କର ବିଣାପାଣିଙ୍କୁ ଘରୁ ଧରିଆଣି ତାର ବାପଘର ରାସ୍ତାରେ ଦିନ ପ୍ରାୟ ୧୨ଟା ସମୟରେ ଛାଡ଼ି ଦେଇଯାଇଥିଲେ । ଫଳରେ ବୀଣାପାଣି ଏହି ସମସ୍ତ ଘଟଣାକୁ ନେଇ ବାରିପଦା ଟାଉନଥାନାରେ ସମସ୍ତଙ୍କ ବିରୋଧରେ ଲିଖିତ ଅଭିଯୋଗ ଆଣିଥିଲେ ଓ ଥାନାରେ କେଶ ନଂ ୨୧୪/୦୩.୦୮.୨୦୧୧ରେ ଏକ ମାମଲା ରୁଜୁ କରାଯାଇଥିଲା । ଆଜି ଉକ୍ତ ମାମଲାରେ ରହିଥିବା ମୋଟ ୯  ସାକ୍ଷୀମାନଙ୍କର ବୟାନ ଓ ସମସ୍ତ ପ୍ରମାଣପତ୍ରକୁ ଭିତ୍ତ କରି ଆଦାଲତ ପକ୍ଷରୁ ଚୁଡ଼ାନ୍ତ ରାୟ ପ୍ରକାଶ ପାଇଥିଲା । ସରକାରଙ୍କ ପକ୍ଷରୁ ମୋକଦ୍ଦମାକୁ ଆଇନଜୀବୀ ବୃଦାନନ୍ଦ ନାୟକ ପରିଚାଳନା କରିଥିଲେ ।

0
0
0
s2sdefault