ହେଡଲାଇନସ୍:

ଦୁଇ ଶିଶୁଂକୁ ଅଜଣା ଦୁର୍ବୁତଂର ମାରଣାନ୍ତକ ଆକ୍ରମଣ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 

ବାରିପଦା / Dillip Mohanty : ମୟୁରଭଂଜ ଜିଲା ସାରସକଣା ବ୍ଲକ ଶିଶୁମନ୍ଦିରର ଦୁଇଜଣ ଛାତ୍ରଂକୁ ରବିବାର ଭୋର ସକାଳୁ ମରଣାନ୍ତକ ଆକ୍ରମଣ କରିଛନ୍ତି । ଛାତ୍ର ସଂଦିପ ହାଂସଦା ଓ ମନୋଜ ମହାନ୍ତ ବିଦ୍ୟାଳୟ ହତା ପରିସରରେ ଥିବା ଶୌଚାଳୟକୁ ଭୋର ୪ ଟା ବେଳେ ଯାଇଥିବା ବେଳେ କେହିଜଣେ ଅଜଣା ଦୁର୍ବୁତ ସେମାନଂକୁ ଆକ୍ରମଣ କରିଥିଲା । ଏକ ଧାରୁଆ ଅସ୍ତ୍ରରେ ସଂଦିପଂକ ତଣ୍ଟି କାଟିବାକୁ ଉଦ୍ୟମ କରିଥିବା ବେଳେ ମନୋଜଂକୁ ମଧ୍ୟ ଆକ୍ରମଣ କରିଥିଲା । ସେମାନେ କୌଶଳ କ୍ରମେ ସେଠାରୁ ଖସିଆସି ସାହାଯ୍ୟ ପାଇଁ ଚିତ୍କାର କରିଥିଲେ । ପରେ ସେମାନଂକୁ ପ୍ରଥମେ ସାରସକଣା ଓ ପରେ ବାରିପଦା ମେଡିକାଲରେ ଭର୍ତ୍ତି କରାଯାଇଛି । ପୋଲିସରେ ଏନେଇ ଅଭିଯୋଗ ହୋଇଛି । ତାଙ୍କର ବାମ ଆଖି କ୍ଷତବିକ୍ଷତ ହୋଇଛି

0
0
0
s2sdefault