ହେଡଲାଇନସ୍:

ଭୋଜି ଖାଇ ଫେରୁଥିଲେ,  ଘଟିଲା ଏଇ ମର୍ମନ୍ତୁଦ ଅଘଟଣ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 

30-06-18-jajpur-w.jpg - 59.51 kB

 

ଯାଜପୁରରୁ ବ୍ୟୁରୋ ଚିଫ ଜୟଶଙ୍କର ଦାଶ : ଆନନ୍ଦପୁରରେ ଘଟିଯାଇଛି ଏକ ଦୁଃଖଦ ଘଟଣା । ଗଛକୁ ଧକ୍କା ଦେଲା କାର । ଦୁର୍ଘଟଣାରେ ୪ଜଣଙ୍କର ମୃତ୍ୟୁ ହେବା ସହ ୩ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଦୁଃଖଦ ଘଟଣା ଘଟିଛି ଆନନ୍ଦପୁର ଥାନା ବାମ୍ପିଡି ଛକ ନିକଟ ୫୩ନଂ ଜାତୀୟ ରାଜପଥରେ । ଏକ ବିବାହ ଭୋଜିରେ ଯୋଗଦେଇ ଘରକୁ ଫେରୁଥିବାବେଳେ ଏହି ଦୁର୍ଘଟଣା ଘଟିଛି । ମୃତଙ୍କ ମଧ୍ୟରେ ସାଇଁକୁଳ ଗାଁ ବୈକୁଣ୍ଠ ପଣ୍ଡାଙ୍କ ପରିବାରର ୩ଜଣ ରହିଥିବାବେଳେ ଆଉ ଜଣେ ସମ୍ପର୍କୀୟଙ୍କର ମୃତ୍ୟୁ ହୋଇଛି । ସ୍ଥାନୀୟ ଅଂଚଳରେ ଏହି ଖବର ଶୋକାକୂଳ ପରିବେଶ ସୃଷ୍ଟି କରିଛି ।

ସୂଚନାଯୋଗ୍ୟ, ଗତକାଲି ରାତିରେ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା ଅନ୍ତର୍ଗତ ଶାଳବଣି ଓ ସାଇଁକୁଳ ଗ୍ରାମର ସମ୍ପର୍କୀୟମାନେ ଠାକୁରମୁଣ୍ଡା ଥାନା ଖୁଣ୍ଟାପଶି ଗ୍ରାମରେ ନିଜର ଜଣେ ସମ୍ପର୍କୀୟଙ୍କ ଝିଅ ବିଭାଘର ଉତ୍ସବରେ ଯୋଗ ଦେଇ ଆଜି ସକାଳୁ ଏକ କାର ଯୋଗେ ଆନନ୍ଦପୁର ଫେରୁଥିଲେ। ତେବେ ସକାଳ ପ୍ରାୟ ସାଢ଼େ ୬ଟା ବେଳେ କାରଟି ଭାରସାମ୍ୟ ହରାଇ ବାମ୍ପିଡି ନିକଟରେ ଏକ ଗଛରେ ପିଟି ହୋଇ ଯାଇଥିଲା। ଫଳରେ ଘଟଣାସ୍ଥଳରେ ମନୋରମା ତ୍ରିପାଠୀ, ଚିନ୍ନା ପଣ୍ଡା, ବୈକୁଣ୍ଠ ପଣ୍ଡା ଓ ଲକ୍ଷ୍ମୀପିୟା ପଣ୍ଡାଙ୍କର ମୃତ୍ୟୁ ଘଟିଛି। ଆଉ ଏହି ଦୁର୍ଘଟଣାରେ ରଘୁନାଥ ପଣ୍ଡା, ମାନସ ପଣ୍ଡା ଓ ଗଣେଶ୍ୱର ମିଶ୍ର ଗୁରୁତର ଭାବେ ଆହତ ହୋଇଛନ୍ତି। ଆହତମାନଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ଆନନ୍ଦପୁର ଡାକ୍ତରଖାନା ଓ ପରେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ମୃତଦେହ ଗୁଡ଼ିକ କାର ଭିତରେ ଚାପି ହୋଇ ରହି ଯାଇଥିଲା। କାର ଭାଙ୍ଗି ସେଗୁଡ଼ିକୁ ଉଦ୍ଧାର କରାଯାଇଛି।

0
0
0
s2sdefault