ସାବଧାନ :  ଲିଫ୍ଟ ମାଗିଲେ ଯୁବତୀ,କୋରଣ ଖାଇଲେ ଡ୍ରାଇଭର-ହେଲ୍ପର 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଯୋଡାରୁ ସମୀର ନନ୍ଦ 

ପହିଲି ରଜ ମଧ୍ୟାହ୍ମ ଦେଢଟା ସମୟରେ ଜଜାଙ୍ଗସ୍ଥିତ ରୁଙ୍ଗଟା ଖଣିର ହେସାବେଡା ନିକଟରେ ସାଗର ମୁଣ୍ଡା ନାମକ ଜଣେ ଟ୍ରକ ଡ୍ରାଇଭର ଏବଂ ଆୟୁଷ ମୁଣ୍ଡା ନାମକ ହେଲଫର ଦୁଇ ଜଣଙ୍କୁ ଜଣେ ଯୁବତୀଙ୍କୁ ଅପରହଣ କରିନେଉଥିବା ସନ୍ଦେହରେ ସ୍ଥାନୀୟ ଲୋକମାନେ ଅତ୍ୟନ୍ତ ନିର୍ମମ ଭାବରେ ମାଡ ମାରିଥିବା ବାମେବାରୀ ଥାନାରେ ଅଭିଯୋଗ ହୋଇଛି । ଦୁଇ ଜଣଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ଥିବା ବେଳେ ସେମାନଙ୍କୁ ଯୋଡାସ୍ଥିତ ଟାଟା ଡାକ୍ତରଖବର ଲେଖା ବେଳକୁ ତାଙ୍କର ସଂଜ୍ଞା ଫେରି ନଥିଲା ।

 ଘଟଣାରୁ ପ୍ରକାଶ ଯେ, ଟ୍ରକ ନଂ. ଓଆର୦୯ସି-୯୧୬୩ଟି ରୁଙ୍ଗଟା ଖଣିରୁ ଲୁହା ପଥର ଆଣିବାକୁ ଯାଉଥିବା ବେଳେ ଜଣେ ଯୁବତୀ ତାଙ୍କୁ ରାସ୍ତାରେ ଅଟକାଇ ଲିଫ୍ଟ ମାଗିଥିଲେ । ଡ୍ରାଇଭର ଗାଡିଟିକୁ ଅଟକାଇ ତାଙ୍କୁ ବସିବାକୁ କହିଲା ପରେ ସେଠାରେ କିଛି ସ୍ଥାନୀୟ ଲୋକ ଏକଜୁଟ ହୋଇ ଯୁବତୀକୁ କେଉଁ ଆଡେ ନେଉଛ ବୋଲି ଡ୍ରାଇଭରକୁ ପଚାରିଥିଲେ । ଏଥିରେ ଯୁବତୀ ଜଣଙ୍କ ଟ୍ରକ ଡ୍ରାଇଭର ତାଙ୍କୁ ନେଇଯିବାପାଇଁ କହୁଥିବା ସେ କହିଥିଲା । ଫଳରେ ଡ୍ରାଇଭର ଏବଂ ହେଲଫରଙ୍କୁ ସେମାନେ ମାଡ ମାରିଥିବା ଜଣାପଡିଛି । ଘଟଣା ସ୍ଥଳରେ ପୁଲିସ ପହଂଚି  ଯୁବତୀଙ୍କୁ ଉଦ୍ଦାର କରିବା ସହ ତାକୁ ପଚାରିବାରୁ ଯୁବତୀ ଜଣେ ମାନଶୀକ ବିକାରଗ୍ରସ୍ଥ ବୋଲି ଜଣାପଡିଥିଲା ।

ଡ୍ରାଇଭର ଏବଂ ହେଲଫର ଉଭୟଙ୍କ ଘର ଜୁରୁଡିସ୍ଥିତ ଜାମୁହାଟିଂରେ ବୋଲି ପୁଲିସ ସୂଚନା ଦେଇଛି ।

 ଘଟଣା ସ୍ଥଳରେ ଗାଡିର ମାଲିକ ସନ୍ତୋଷ ରାଉତ ପହଂଚି  ଆହତ କର୍ମଚାରୀଙ୍କ ଚିକିତ୍ସା କରାଉଥିବା ଜଣାପଡିଛି । ଏଠାରେ ସୂଚନା ଯୋଗ୍ୟ ଯେ, କିଛି ଦିନ ହେବ ଛୁଆ ଚୋରୀ ନାମରେ କେନ୍ଦୁଝର ଜିଲ୍ଲାର ବିଭିନ୍ନ ସ୍ଥାନରେ ଏକ ଆତଙ୍କ ସୃଷ୍ଟି ହୋଇଥିବା ବେଳେ ପୁଲିସ ପ୍ରସାଶନ ପକ୍ଷରୁ ଡାକବାଜୀ ଯନ୍ତ୍ର ସାହାଯ୍ୟରେ ଜନସାଧାରଣଙ୍କୁ ସଚେତନ କରାଯାଇଥିଲେ ମଧ୍ୟ ଏହାର କୌଣସୁ ସୁଫଳ ମିଳିପାରିନାହିଁ । ଏବେ ମଧ୍ୟ ବିଭିନ୍ନ ସ୍ଥାନରେ ସନ୍ଦିଗ୍ଧ ବ୍ୟକ୍ତି ମାନଙ୍କୁ ଛୁଆ ଚୋରିର ଆଖ୍ୟା ଦିଆଯାଇ ମରଣାନ୍ତକ ଆକ୍ରମଣ କରାଯାଉଛି ।

 

0
0
0
s2sdefault