ହେଡଲାଇନସ୍:

ବ୍ରାଉନସୁଗାର ସହିତ ୨ ମହିଲା ଗିରଫ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 


ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦା ପୌରପରିଷଦର ଶୁନଗଡ଼ିଆ ଅଞ୍ଚଳରୁ ମଙ୍ଗଳବାର ପୂର୍ବାହ୍ନରେ ବାରିପଦା ସଦର ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ସରସ୍ୱତୀ ମୁଖୀଙ୍କ ନିକଟରୁ ୮ ଗ୍ରାମ ଓ ପ୍ରୟଙ୍କା ମୁଖୀଙ୍କ ନିକଟରୁ ସାଢେ଼ ୫ ଗ୍ରାମ ଏହିପରି ମୋଟ ସାଢେ଼ ୧୩ ଗ୍ରାମ ବ୍ରାଉନସୁଗାର ଜବତ କରାଯିବା ପରେ ଚୋରା ମାରାତ୍ମକ ନିଶା ଦ୍ରବ୍ୟ ବ୍ୟବସାୟ ଅଭିଯୋଗରେ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା  । ଜବତ ହୋଇଥିବା ବ୍ରାଉନସୁଗାର  ମୂଲ୍ୟ ଆନ୍ତର୍ଜାତିକ ବଜାରରେ ୧.୩୫ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଅବକାରୀ ସୂତ୍ରରୁ ଜଣାପଡ଼ିଛି । ମୟୂରଭଞ୍ଜ ଜିଲ୍ଲା ଅବକାରୀ ଅଧିକ୍ଷକ ରବୀନ୍ଦ୍ର କୁମାର ସାହୁ ବିଶେଷ ସୂତ୍ରରୁ ଖବର ପାଇବା ପରେ ଏହି ଦୁଇ ପଡେ଼ାଶୀଙ୍କ ଘର ଉପରେ ଚଢ଼ାଉ କରିଥିଲେ । ପ୍ରକାଶ ଥାଉକି, ସରସ୍ୱତୀ ମୁଖୀ ୨୦୧୬ରେ ବ୍ରାଉନସୁଗାର ବ୍ୟବସାୟ ଚଳାଇଥିବା ବେଳେ ଧରାପଡ଼ି ଜେଲ ଯାଇଥିଲେ । ଜେଲରୁ ଜାମିନରେ ବାହାରିବା ପରେ ପୁଣି ତାଙ୍କର ପୁରୁଣା ବ୍ୟବସାୟ ଅରମ୍ଭ କରିଦେଇଥିବା ବେଳେ ପୁଣି ଆଜି ଧରାପଡ଼ି ଜେଲ ଗଲେ ।

0
0
0
s2sdefault