ହେଡଲାଇନସ୍:

ଲାଞ୍ଚୁଆ ଅବସରପ୍ରାପ୍ତ କିରାଣୀଙ୍କୁ ଜେଲ ଓ ଜୋରିମାନା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 


ବାରିପଦା(ଦିଲ୍ଲୀପ ମହାନ୍ତି )-ବାରିପଦା ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଜଜ୍ ତାରା ପ୍ରସାଦ ରଥ ଆଜି ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟ୍ରାପ ମାମଲାର ବିଚାର କରି ଏସଟିଆରର ଅବସରପ୍ରାପ୍ତ କିରାଣୀ ତଥା ବାରିପଦା ପୌରପରିଷଦର ଭଞ୍ଜପୁର ବିଜୟରାମଚନ୍ଦ୍ରପୁର ବାସିନ୍ଦା ମହାଦେବ ଘୋଷ(୬୩)ଙ୍କୁ ଦୋହୀ ସାବ୍ୟସ୍ତ କରାଇବା ସଂଗେସଂଗେ ଏକ ବର୍ଷ କାରାଦଣ୍ଡ, ୧୦ ହଜାର ଟଙ୍କା ଅର୍ଥଦଣ୍ଡ ଏବଂ ଏହା ଅନାଦେୟ ହେଲେ ଅଧିକ ୩ ମାସ କାରାଦଣ୍ଡରେ ଦଣ୍ଡିତ କରାଇଛନ୍ତି । ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି, ମହାଦେବ ଘୋଷ ବାରିପଦା ସହରର ଭଞ୍ଜପୁରସ୍ଥିତ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ କାର୍ଯ୍ୟାଳୟରେ ୨୦୧୨ରେ ବରିଷ୍ଠ କିରାଣୀ ଭାବେ କାର୍ଯ୍ୟକରୁଥିବା ସମୟରେ ପିଠାବଟା ରେଞ୍ଜର ଫରେଷ୍ଟର ଦେଶ ରଞ୍ଜନ ମହାପାତ୍ର ଅବସର ଗ୍ରହଣ କରିବା ପରେ ତାଙ୍କର ଅବସରକାଳୀନ ବେନିଫିଟ ପାଇଁ ଏସଟିଆର କାର୍ଯ୍ୟାଳୟରେ ଦରଖାସ୍ତ କରିଥିଲେ । ଏହି ସମୟର ବରିଷ୍ଠ କିରାଣି ମହାଦେବ ଘୋଷ ଅବସରପ୍ରାପ୍ତ ଫରେଷ୍ଟରଙ୍କ ଦରଖାସ୍ତକୁ ମନ୍ଦ ଉଦେ୍ଧଶ୍ୟରେ ଚାପି ରଖିଥିଲେ । କିଛି ଦିନ କାର୍ଯ୍ୟାଳୟକୁ ଦୌଡ଼ା ଦୌଡ଼ି କରିବା ପରେ ଶେଷରେ ଏଷ୍ଟାବ୍ଲିଶମେଣ୍ଟ ବିଭାଗର ବରିଷ୍ଠ  କିରାଣୀ ମହାଦେବ ଘୋଷ ଅବସରପ୍ରାପ୍ତ ଫରେଷ୍ଟର ଦେଶ ରଞ୍ଜନଙ୍କ ସହିତ ତାଙ୍କର ରିଟାଡର଼୍ମେଣ୍ଟ ବେନିଫିଟ ପାଶ କରାଇବା ନିମନ୍ତେ ଡ଼ିଲ ଆରମ୍ଭ କରି ୧୫ ଶହ ଟଙ୍କାରେ କଥା ଛିଣ୍ଡାଇ ଥିଲେ । ଉକ୍ତ ଲାଞ୍ଚୁଆ ବରିଷ୍ଠ କିରାଣୀଙ୍କୁ ଉଚିତ ଶିକ୍ଷା ଦେବା ନିମନ୍ତେ ଅବସରପ୍ରାପ୍ତ ଫରେଷ୍ଟର ଦେଶ ରଞ୍ଜନ ବାରିପଦା ଭିଜିଲାନ୍ସ ସହିତ ସାକ୍ଷାତ କରି ଯୋଜନା ପ୍ରସ୍ତୁତ କରିବା ପରେ ୨୦୧୨  ଜୁନ ୮ରେ ମହାଦେବ ଘୋଷଙ୍କୁ ତାଙ୍କ କାର୍ଯ୍ୟାଳୟରେ ଭେଟି ଭିଜିଲାନ୍ସରୁ ନେଇଥିବା ରଙ୍ଗବୋଳା ୧୫ ଶହ ଟଙ୍କା ଦେବା ପରେ ଭିଜିଲାନ୍ସ ଟ୍ରାପରେ ଧରାପଡ଼ି ଥିଲେ । ଏହାପରେ ବରିଷ୍ଠ କିରାଣୀ ମହାଦେବ ଘୋଷଙ୍କ ନାମରେ ବାଲେଶ୍ୱର ଭିଜିଲାନ୍ସ କେଶ ନଂ ୩୦/୦୭.୦୬.୨୦୧୨ରେ ଏକ ମାମଲା  ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା । ଆଜି ଉକ୍ତ ମାମଲାରେ ରହିଥିବା ସମସ୍ତ ସାକ୍ଷୀମାନଙ୍କ ବୟାନ ଓ ପ୍ରମାଣପତ୍ରକୁ ଭିତ୍ତି କରି ଅଦାଲତ ପକ୍ଷରୁ ଚୁଡ଼ାନ୍ତ ରାୟ ପ୍ରକାଶ ପାଇଥିଲା । ମୋକର୍ଦ୍ଧମାକୁ ସରକାରଙ୍କ ପକ୍ଷରୁ ପିପି କୃଷ୍ଣ ଚନ୍ଦ୍ର ଶତପଥୀ ପରିଚାଳନା କରିଥିଲେ ।

0
0
0
s2sdefault