ହେଡଲାଇନସ୍:

ମ୍ୟାନେଜମେଣ୍ଟ ଛାତ୍ରଛାତ୍ରୀ ଚାଲେଞ୍ଜ କୁ ସୁଯୋଗ ରେ ପରିଣତ କରିବାକୁ ଆହ୍ୱାନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର: ନିଜ କ୍ୟାରିୟର ରେ ଅଗ୍ରଗତି ନିମନ୍ତେ ମ୍ୟାନେଜମେଣ୍ଟ ଛାତ୍ରଛାତ୍ରୀ ମାନେ ଆହ୍ବାନକୁ ଗ୍ରହଣ କରି ତାହାକୁ ସୁଯୋଗ ରେ ପରିଣତ କରନ୍ତୁ ବୋଲି ଶିଳ୍ପ କ୍ଷେତ୍ରର ବିଶେଷଜ୍ଞ ମାନେ ମତ ଦେଇଛନ୍ତି |

ସଫଳ ହେବାକୁ ହେଲେ ଚାଲେଞ୍ଜ କୁ ସୁଯୋଗରେ ପରିଣତ କରିବା ସହ ନେତୃତ୍ୱର ଦକ୍ଷତା ଦେଖାଇବା ଜରୁରୀ | ନିଜର ଅଗ୍ରଗତି ନିମନ୍ତେ ସଠିକ ନିଷ୍ପତି ନେବା ଆବଶ୍ୟକ ବୋଲି କହିଛନ୍ତି ଓଡିଶା ହାଇଡ୍ରୋ ପାୱାର କର୍ପୋରେସନ (ଓ ଏଚ ପି ସି ) ଓ ଓଡିଶା ପାୱାର ଜେନେରେସନ କର୍ପୋରେସନ (ଓ ପି ଜି ସି)ର ନିର୍ଦେଶକ ଶ୍ରୀ ପ୍ରଭାକର ମହାନ୍ତି | ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍ଷ୍ଟିଚ୍ୟୁଟ ଅଫ ବିଜନେସ ଆଣ୍ଡ କମ୍ପ୍ୟୁଟର ଷ୍ଟ ଜିସ (ଆଇବିସିଏସ) ରେ ଇଣ୍ଡିଗ୍ରେଟେଡ଼ ଏମ ବି ଏ ଓ ବି ବି ଏ ଛାତ୍ରଛାତ୍ରୀ ମାନଙ୍କର ସ୍ୱାଗତ କାର୍ଯ୍ୟକ୍ରମରେ ଯୋଗ ଦେଇ ଏହା କହିଛନ୍ତି ଶ୍ରୀ ମହାନ୍ତି |

ଶ୍ରୀ ମହାନ୍ତି କହିଛନ୍ତି ସମୟ ଥିଲା ଯେତେବେଳେ ମୂଲ୍ୟକୁ ଏତେ ଗୁରୁତ୍ୱ ଦିଆ ଯାଉ ନଥିଲା, ତେବେ ବର୍ତମାନ ପଇସାର ମୂଲ୍ୟ କୁ ଗୁରୁତ୍ୱ ଦିଆ ଯାଉଛି | ଯେଉଁ ଛାତ୍ରଛାତ୍ରୀ ମାନେ ମ୍ୟାନେଜମେଣ୍ଟ କ୍ଷେତ୍ରରେ ନିଜର କ୍ୟାରିୟର କରିବା ପାଇଁ ଚାହୁଁଛନ୍ତି ସେମାନେ ସଠିକ ନିଷ୍ପତି ନେବା ନିହାତି ଜରୁରୀ ବୋଲି ଶ୍ରୀ ମହାନ୍ତି କହିଛନ୍ତି |

ଏହି କାର୍ଯ୍ୟକ୍ରମରେ ଆଇସିଆଇସିଆଇ ଲୋମବାର୍ଡ଼ ର ଉପସଭାପତି ଶ୍ରୀ ଶୈଳେନ୍ଦ୍ର ଶର୍ମା ନିଜ ବକ୍ତବ୍ୟ ରଖିଥିବା ବେଳେ ଆଇବିସିଏସ ଡିନ ପ୍ରଫେସର ଅନୁପ କୁମାର ସାମନ୍ତରାୟ ଅଧ୍ୟକ୍ଷତା କରିଥିଲେ | ସୋଆର ଉପକୁଳପତି ପ୍ରଫେସର ପି କେ ନନ୍ଦ, ଛାତ୍ର ମଙ୍ଗଳ ଡିନ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଓ ଡ଼ଃ ସରଜୁ ପ୍ରସାଦ ପ୍ରମୁଖ ଏହି ଅବସରରେ ବକ୍ତବ୍ୟ ରଖିଥିଲେ |
ଶ୍ରୀ ଶର୍ମା ଆଇବିସିଏସ କୁ ରାଜ୍ୟର ଶ୍ରେଷ୍ଠ ଶିକ୍ଷାନୁଷ୍ଟାନ ଭାବେ ପ୍ରଶଂସା କରିବା ସହ ଛାତ୍ରଛାତ୍ରୀ ମାନଙ୍କୁ ସେମାନଙ୍କ ଧୈର୍ଯ୍ୟକୁ କାୟମ ରଖିବା ସହ କ୍ୟାରିୟର ରେ ଅଗ୍ରଗତି ନିମନ୍ତେ ଭାଷାକୁ ପ୍ରତିବନ୍ଧକ ନ କରିବାକୁ ଉପଦେଶ ଦେଇଥିଲେ |ଇଂରାଜୀ ଗୁରୁତ୍ୱପୂର୍ଣ୍ଣ କିନ୍ତୁ ସବୁ ଭାଷାର ନିଜସ୍ୱ ଗୁରୁତ୍ୱ ଅଛି ବୋଲି ଶ୍ରୀ ଶର୍ମା କହିଥିଲେ |

ପ୍ରଫେସର ନନ୍ଦ କହିଥିଲେ ଯେ ସୋଆ ରେ ୧୨୦୦୦ ରୁ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଏହି ଡିମଡ଼ ବିଶ୍ୱବିଦ୍ୟାଳୟ ବେଶ ପ୍ରସିଦ୍ଧି ହାସଲ କରିଛି |

0
0
0
s2sdefault