ହେଡଲାଇନସ୍:

ଆଦିତ୍ୟ ଆଲୁମିନିୟମରେ ଜାତୀୟ ପୁଷ୍ଟିସାଧନ ସପ୍ତାହ ପାଳିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର : ସମ୍ବଲପୁର ଜିଲାର ଲପଙ୍ଗାସ୍ଥିତ ଆଦିତ୍ୟ ଆଲୁମିନିୟମ ଠାରେ ଜାତୀୟ ପୁଷ୍ଟିସାଧନ ସପ୍ତାହ ୨୦୨୦ ଚଳିତ ମାସ ୭ତାରିଖରେ ପାଳିତ ହୋଇଛି । ଏହି ଉତ୍ସବ ପାଳନ ଅବସରରେ ଲପଙ୍ଗା ବ୍ଲକର ଘିଚାମୋରା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଡେର୍ବାଠାରେ ପ୍ରୋଜେକ୍ଟ ଆଦିତ୍ୟ ସୁପୋଷଣ ଅଭିଯାନ ଅଧୀନରେ ବିଶେଷକରି ମହିଳା, କିଶୋରୀ ଏବଂ ପିଲାମାନଙ୍କ କ୍ଷେତ୍ରରେ ପୁଷ୍ଟିଯୁକ୍ତ ଖାଦ୍ୟ ଖାଇବା ଏବଂ ହେମୋଗ୍ଲୋବିନ ସ୍ତରରେ ଉନ୍ନତି ଆଣିବା ନିମନ୍ତେ ଏକ ଅଭିଯାନ ଆୟୋଜନ କରାଯାଇଥିଲା । ଚଳିତ ବର୍ଷ ପୁଷ୍ଟିସାଧନ ସପ୍ତାହର ବିଷୟବସ୍ତୁ ହେଉଛି ‘ଅଳ୍ପ ଅଳ୍ପ ସଠିକ ଖାଦ୍ୟ ଖାଆନ୍ତୁ’ । ତାହାସହିତ ‘ଆପଣ ଯାହା ଖାଇବେ ସେହିଭଳି ହେବେ’ ଉକ୍ତିକୁ ନେଇ ଜାତୀୟ ପୁଷ୍ଟିସାଧନ ସପ୍ତାହ ଉତ୍ତମ ସ୍ୱାସ୍ଥ୍ୟ ନିମନ୍ତେ ସଠିକ ଖାଦ୍ୟ ଖାଇବା ଉପରେ ପ୍ରାଧାନ୍ୟ ଦେଉଛି । ବିଶ୍ୱର ଖାଦ୍ୟ ନିରାପତ୍ତା ଏବଂ ପୁଷ୍ଟିସାଧନ ସ୍ଥିତିକୁ ଲକ୍ଷ୍ୟକଲେ ଜଣାଯିବ ଯେ ଭାରତର ୧୦% ଲୋକ କୁପୋଷଣର ଶିକାର ହେଉଛନ୍ତି । ନିମ୍ନମାନର ଖାଦ୍ୟାଭ୍ୟାସ ଏବଂ ସଠିକ ପରିପୋଷଣ ଅଭାବରୁ ନାନା ସମସ୍ୟା ଦେଖାଦେଉଛି । ସଠିକ ବିକାଶ ନହେବା, ଦୁର୍ବଳ ଅସ୍ଥି ଏବଂ ମାଂସପେଶୀ, ରୋଗ ଆକ୍ରମଣର ଅଧିକ ଆଶଙ୍କା ଆଦି ଲକ୍ଷଣରୁ ଏହା ପ୍ରତିପାଦିତ ହେଉଛି । 

ଭିନ୍ନକ୍ଷମ ସିଏସଆର ଟିମ୍‍ ସଦସ୍ୟା ଗାୟତ୍ରୀ ସାହୁ ‘ପୁଷ୍ଟିସାଧନ ସଂଗୀତ’ ଗାନସହିତ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଥିଲା । ଏଥିରେ ଡେର୍ବା, ପିପଲକାଲନି ଆଦି ଗ୍ରାମରୁ ୩୬ରୁ ଉର୍ଧ୍ଵ  ଗର୍ଭବତୀ ମହିଳା, ସ୍ତନ୍ୟପାନ କରାଉଥିବା ମା’ ଏବଂ ବାଳିକାମାନେ ଯୋଗଦେଇଥିଲେ । ‘ପୁଷ୍ଟିସାଧନ ସମ୍ପର୍କିତ ପ୍ରଦର୍ଶନୀ’ ଜରିଆରେ ସଚେତନତା ସୃଷ୍ଟି ଉପରେ ଗୁରୁତ୍ୱ ଦିଆଯାଇଥିଲା ଏବଂ ପରେ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ପ୍ରଦର୍ଶନୀ ଅବସରରେ ଅଙ୍ଗନବାଡି ଦିଦି ସେଠାରେ ପ୍ରଦର୍ଶିତ ହୋଇଥିବା ଖାଦ୍ୟ ସାମଗ୍ରୀରେ ଥିବା ପୁଷ୍ଟିସାର ଏବଂ ତଦ୍‍ଜନିତ ଫାଇଦା ସମ୍ପର୍କରେ ବ୍ୟାଖ୍ୟା କରିଥିଲେ । ଏଥିସହିତ ଓଡ଼ିଶା ସରକାରଙ୍କ ପକ୍ଷରୁ ପୁଷ୍ଟିସାଧନ ଉପରେ ଏକ ଭିଡିଓ ମଧ୍ୟ ପ୍ରଦର୍ଶିତ ହୋଇଥିଲା, ଯାହା ଦର୍ଶକଙ୍କୁ ବେଶ୍‍ ପ୍ରଭାବିତ କରିଥିଲା । ପ୍ରତିଯୋଗିତାର ବିଜେତାଙ୍କୁ ପୁଷ୍ଟିସାଧନ କିଟ୍‍ ପ୍ରଦାନ ସହିତ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମ ଶେଷରେ ପୁଷ୍ଟିଯୁକ୍ତ ଖେଚେଡି ଏବଂ ସ୍ଥାନୀୟ ସୁସ୍ୱାଦୁ ପିଠା ସମସ୍ତ ଉପସ୍ଥିତ ବ୍ୟକ୍ତିଙ୍କୁ ବଣ୍ଟନ କରାଯାଇଥିଲା । 

ସମନ୍ୱିତ ମହିଳା ଓ ଶିଶୁ ବିକାଶ ବିଭାଗ ସହଯୋଗରେ ଏହି କାର୍ଯ୍ୟକ୍ରମ ସଫଳତାର ସହିତ ଆୟୋଜନ କରାଯାଇଥିଲା । ଅଙ୍ଗନବାଡି ଦିଦି ସିଏସଆର ସୌକାର୍ଯ୍ୟସାଧନକାରୀଙ୍କ ସହିତ ମିଶି ପୁଷ୍ଟିସାଧନ ସମ୍ପର୍କିତ ସାରଣୀ ପ୍ରସ୍ତୁତ କରିଥିଲେ ଯାହା ପ୍ରଦର୍ଶନୀରେ ସ୍ଥାନ ପାଇଥିଲା । କାର୍ଯ୍ୟକ୍ରମରେ ସମସ୍ତ ଭାଗିଦାରଙ୍କ ମଧ୍ୟରେ ଘିଚାମୋରାର ସାମାଜିକ କର୍ମୀ ଶ୍ରୀ ଲଳିତ ସାହୁ, ଡେର୍ବାର ଅଙ୍ଗନବାଡି ଦିଦି ଶ୍ରୀମତୀ ମମତା ମିର୍ଧା, ପିପଲକାଲନିର ଅଙ୍ଗନବାଡି କର୍ମୀ ଶ୍ରୀମତୀ ନିଳାଦ୍ରୀ ଲୁହାର ଏବଂ ଡେର୍ବାର ଆଶା ଦିଦି ଶ୍ରୀମତୀ ତେଜବତୀ କିସାନ ପ୍ରମୁଖ ଉପସ୍ଥିତ ଥିଲେ । 

 

 

0
0
0
s2sdefault