ହେଡଲାଇନସ୍:

ବୋୖଦ୍ଧ ଡିଷ୍ଟିଲାରୀ ପକ୍ଷରୁ ସୋଲାର ଆରୋ ୱାଟର ସଂଯୋଗ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବୌଦ୍ଧ/ ଶାସକ ପ୍ରଶାସକ : ରମ୍ଭିକଟା ସ୍ଥିତ ବୋୖଦ୍ଧ ଡିଷ୍ଟିଲାରୀ ପକ୍ଷରୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ଉଦ୍ଦେଶ୍ୟ ରେ ଏକ ସୋଲାର ଆରୋ ୱlଟର ମେସିନ ହରଭଙ୍ଗା ବ୍ଲକ ମଣିପୁର ଆଦର୍ଶ ବିଦ୍ୟାଳୟ ରେ ଲଗାଯାଇଛି । ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ଶିକ୍ଷl ଅଧିକାରୀ ଗେଂଦ୍ରା କୁଜୁରୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ବିଶୁଦ୍ଧ ପାନୀୟ ଜଳ କ୍ଷୁଦ୍ର ପ୍ରକଳ୍ପ କୁ ଉଦଘାଟନ କରି ବିଡିପିଏଲ ର ଏହି ପ୍ରୟାସ ପାଇଁ ସାଧୁବାଦ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ମଣିପୁର ଆଦର୍ଶ ବିଦ୍ୟାଳୟ ଅଧ୍ୟକ୍ଷ ହରେକୃଷ୍ଣ ବେହେରା, ଅଭିଭାବକ ଆସୋସିଏସନ ସଭାପତି ସ୍ଵାଧୀନ କୁମାର ବିଶ୍ୱାଳ, ପିଟିଏ ସଭ୍ୟ ମାନସ ପୁରୋହିତ, ବିଡିପିଏଲ ପରିଚାଳନା ବରିଷ୍ଠ ସଦସ୍ୟ ରାଜୁ ପ୍ରସାଦ ଓ ଏଚଆର ମ୍ୟାନେଜର ଅଶୋକ ଦାସ ପ୍ରମୁଖ ଉପସ୍ଥିତ ଥିଲେ । ଆଦର୍ଶ ବିଦ୍ୟାଳୟ ରେ ଅଧ୍ୟୟନ କରୁଥିବା 300 ଛାତ୍ରଛାତ୍ରୀ ଏହି ବିଶୁଦ୍ଧ ପାନୀୟ ଜଳ ର ସୁବିଧା ପାଇ ପାରିବେ । ଏହି ପ୍ରକଳ୍ପ ସୋଲାର ରେ ପରିଚାଳିତ ହେଉଥିବାରୁ ଏହା ବିନା ବିଦ୍ୟୁତ୍ ରେ ଚାଳିବ । ଏଥିରୁ ଘଣ୍ଟା ପ୍ରତି 60 ଲିଟର ବିଶୁଦ୍ଧ ପାନୀୟ ଜଳ ବ୍ୟବହାର ଛାତ୍ରଛାତ୍ରୀ ବ୍ୟବହାର କରିପାରିବେ ।

0
0
0
s2sdefault