ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ : ସମ୍ବଲପୁର ଜିଲ୍ଲା ରେଢାଖୋଲ ବ୍ଲକ କଦଳୀଗଡ, କୁକୁଡାବାହାଳି ପଞ୍ଚାୟତ ର ବଡକଷିବାହାଳ ,କରଡାପାଲ,କାଙ୍କଣପଡା ,ମହୁଲମୁଣ୍ଡା ,ଡିମିରିମୁଣ୍ଡା ,ସାମସିଙ୍ଗା ,ଧଉରାଖମଣ ଗ୍ରାମରେ ହାତୀ ଉପ ଦ୍ରବ ବଢିବାରେ ଲାଗିଛି I ପ୍ରାୟ ୧୦ ରୁ ଉର୍ଦ୍ଧ ଦିନ ହେଲା ହାତୀ ପଲ ଏପରି ଆତଙ୍କ ଚଳାଇଛନ୍ତି I ହାତୀ ମାନେ ବିଲ ରେ ପଶି ଧାନ ଫସଲ କୁ ଦଳିଚଟକି ନଷ୍ଟ କରି ଦେଉଛନ୍ତି I ମଙ୍ଗଳବାର ମହୁଲମୁଣ୍ଡା ଏବଂ ସାମସିଙ୍ଗା ଗ୍ରାମର ଗ୍ରାମବାସୀ ଏକତ୍ରିତ ହୋଇ ବାଣ ଫୁଟାଇ ହାତୀ ମାନଙ୍କୁ ଘଉଡାଇବାକୁ ସଂନ୍ଧ୍ୟା ପଯ୍ୟନ୍ତ ଉଦ୍ୟମ ଜାରି ରଖିଛନ୍ତି I ପ୍ରାୟ ୩୦ରୁ ଅଧିକ ଗ୍ରାମ ବାସୀ ହାତୀ ଘଉଡା କାର୍ଯ୍ୟରେ ଲାଗିଛନ୍ତି I ଚଳିତ ବର୍ଷ ଭଲ ବର୍ଷା ଯୋଗୁଁ ଚାଷୀମାନେ ବହୁତ ଆନନ୍ଦିତ ଥିଲେ I ଭଲ ଅମଳ ହେବ I ଏବଂ ସେମାନଙ୍କ ଆଶା ପାଣିରେ ମିଳେଇ ଯାଇଛି I କ୍ଷତି ଗ୍ରସ୍ତ ଚାଷି ହତାଶ ହୋଇପଡିଛନ୍ତି I ଋଣ ସୁଝିବା ନେଇ ଚିନ୍ତିତ ହୋଇପଡିଛନ୍ତି ଚାଷୀ I ଚାଷୀ ବିଦେଶୀ ପ୍ରଧାନ , ବୈଷ୍ଠବ ପ୍ରଧାନ , ମହେନ୍ଦ୍ର ପ୍ରଧାନ , କପିଳ ମୁଣ୍ଡା, କାର୍ତ୍ତିକ ମୁଣ୍ଡା , ସନ୍ତୋଷ ମୁଣ୍ଡା , ଅଗସ୍ତି ପ୍ରଧାନ , ଦିବାକାର ପ୍ରଧାନ , ପ୍ରଶାନ୍ତ ପ୍ରଧାନ , ବିଘ୍ନ ମହାଖୁଡ ସମେତ ଏହି ଅଞ୍ଚଳ ର ବହୁସଂଖ୍ୟକ ଚାଷୀ ଙ୍କ ଏକର ଏକର ଧାନ ଫସଲ ନଷ୍ଟ ହୋଇଥିବା ଚାଷୀ ମାନେ ବନ ବିଭାଗ ନିକଟରେ ଅଭିଯୋଗ କରିଛନ୍ତି I ଅନ୍ୟପକ୍ଷରେ ଗ୍ରାମ ବାସୀ ଓ ବନ ବିଭାଗ ପକ୍ଷରୁ ନିୟମିତ ହାତୀ ଘଉଡାଇବା ପାଇଁ ଉଦ୍ୟମ ହେଉ ଥିଲେ ହେଁ ଲାଭ କିଛି ମିଳୁ ନାହିଁ I ଗୋଟିଏ ଗାଁ ରୁ ହାତୀ ପଲ କୁ ଘଉଡାଇଲେ ଏହି ହାତୀ ପଲ ଅନ୍ୟ ଏକ ଗ୍ରାମରେ ଫସଲ ଉଜାଡୁ ଥିବା ଦେଖାଦେଇଛି I ଏହି ଅଞ୍ଚଳରେ ପ୍ରାୟ ୨୦ରୁ ଅଧିକ ହାତୀ ପଲ ଅଛନ୍ତି I
ରାଜ୍ୟ
କଦଳୀଗଡ,କୁକୁଡାବାହାଳି ଅଞ୍ଚଳରେ ହାତୀ ଅତଙ୍କ
- Hits: 2499
