ହେଡଲାଇନସ୍:

୨୧ ଡିସେମ୍ବରରେ ଓଡ଼ିଶା ଶିଶୁ ଓ ଯୁବ ପରିବେଶ କଂଗ୍ରେସ ୨୦୨୫ ଅନୁଷ୍ଠିତ ହେବ ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

'ପରିବେଶ ଏବଂ ମହିଳା' ଶୀର୍ଷକ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ଆହ୍ୱାନ ।

 image.png

ଭୁବନେଶ୍ୱର ୧୪/୧୨ ଚଳିତ ବର୍ଷ ୨୦-୨୨ ଡିସେମ୍ବର ୨୦୨୫ ତିନି ଦିନ ବ୍ୟାପୀ ୧୬ତମ ଓଡ଼ିଶା ପରିବେଶ କଂଗ୍ରେସ ରମାଦେବୀ ମହିଳା ବିଶ୍ଵବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହେବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ ‘ଓଡ଼ିଶା ଶିଶୁ ଓ ଯୁବ ପରିବେଶ କଂଗ୍ରେସ’ ଡିସେମ୍ବର ୨୧, ୨୦୨୫ରେ ଭୁବନେଶ୍ୱର ଆଚାର୍ଯ୍ୟ ବିହାର ସ୍ଥିତ ରିଜିଓନାଲ ମ୍ୟୁଜିୟମରେ ଅଫ ନ୍ୟାଚୁରାଲ ହିଷ୍ଟ୍ରି (RMNH Campus, Acharya Vihar, Bhubaneswar) ପରିସରରେ ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମ ବହୁ ବିଶିଷ୍ଠ ବ୍ୟକ୍ତି ଯୋଗଦେବେ ଏବଂ ଏହା ୯ଘଟିକା ରୁ ପଞ୍ଜିକରଣ ଆରମ୍ଭ, ୧୦ ଘଟିକା ସମୟରେ ଉଦଘାଟନ ଉତ୍ସବ, ୧୧ ଘଟିକା ସମୟରୁ ପ୍ରତିଯୋଗିତା ଆରମ୍ଭ ହେବ, ୨.୩୦ ମିନିଟ୍ ରେ Citizen Jury ଅନୁଷ୍ଠିତ ହେବ ଏବଂ ଅପରାହ୍ନ ୪ ଘଟିକା ସମୟରେ ଉଦଯାପନୀ ଉତ୍ସବ ସହିତ କୃତି ଛାତ୍ର ଛାତ୍ରୀ ମାନଙ୍କୁ ଟ୍ରଫି ଓ ସାର୍ଟିଫିକେଟ ପ୍ରଦାନ କରାଯିବ । ଏହି ଅବସରରେ "ପରିବେଶ ଏବଂ ମହିଳା" ଶୀର୍ଷକ ବିଷୟବସ୍ତୁ ଯଥା- ମହିଳାମାନେ ପରିବେଶ ରକ୍ଷକ, ମହିଳା ଅଧିକାର ଓ ପରିବେଶ, ଜଳବାୟୁ ପରିବର୍ତ୍ତନ ଏବଂ ଲିଙ୍ଗ ଆଧାରିତ ସମସ୍ୟା, ମହିଳା ଅଧିକାର ଏବଂ ପରିବେଶ ନ୍ୟାୟ, ଜୈବବିଧତା, ପ୍ରାକୃତିକ ସମ୍ବଳ ପରିଚାଳନା, ଗ୍ରୀନ ଜବ ଓ ମହିଳା ଅଂଶଗ୍ରହଣ, ଆଦିବାସୀ ମହିଳା ଏବଂ ପରିବେଶ, ପରିବେଶ ନୀତି ଏବଂ ମହିଳା ଅଂଶଗ୍ରହଣ ସଂପର୍କିତ ବିଭିନ୍ନ (ପ୍ରବନ୍ଧ, ଚିତ୍ରାଙ୍କନ ଓ ବକ୍ତୃତା) ଇତ୍ୟାଦିରେ ପ୍ରତିଯୋଗିତା ଅନୁଷ୍ଠିତ ହେବ । ସରକାରୀ ତଥା ବେସରକାରୀ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ର ଛାତ୍ରୀମାନଙ୍କୁ ଏଥିରେ ଅଂଶଗ୍ରହଣ କରିବାକୁ ଅନୁରୋଧ କରାଯାଇଛି। ଏଥିରେ ଭାଗ ନେବାକୁ ହେଲେ ଏଠାରେ ପ୍ରଦତ୍ତ QR code ରେ ପଞ୍ଜିକରଣ କରିବାକୁ ନିବେଦନ। ତତ୍କାଳ ନାମ ପଞ୍ଜିକରଣ ସୁବିଧା ରହିଛି, ସେମାନେ ଆବଶ୍ୟକ ପଡିଲେ ଶ୍ରୀ ନିରଦ ବରଣ ଖୁଣ୍ଟିଆ – 8093109093 ଓ ସଚିକାନ୍ତ ପ୍ରଧାନ – 9337603785 ଯୋଗାଯୋଗ କରିପାରିବେ।

0
0
0
s2sdefault