କେନ୍ଦୁଝର,ତା୧୪/୧୨- ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ୭୮ତମ ମହୋତ୍ସବ ଅବସରରେ ଘଟଗାଁ ମା' ତାରିଣୀ ନୃତ୍ୟ ଶିକ୍ଷା ଅନୁଷ୍ଠାନର ନୃତ୍ୟ ଶିଳ୍ପୀ ମାନଙ୍କୁ ନିମନ୍ତ୍ରିତ କରାଯାଇଛି l ତେଣୁ ଆଜି ସମଗ୍ର କେନ୍ଦୁଝର ଜିଲ୍ଲାରେ ଖୁସିର ଲହରୀ ଖେଳିଯାଇଛି l ବରଗଡ଼ ଧନୁଯାତ୍ରାରେ କଂସ ଓ କୃଷ୍ଣଙ୍କ ଦରବାରରେ ମା' ତାରିଣୀ ନୃତ୍ୟ ଶିକ୍ଷା ଅନୁଷ୍ଠାନର କଳାକାର ନୃତ୍ୟ ପରିବେଷଣ କରିବେ l ଉକ୍ତ ନୃତ୍ୟଶିକ୍ଷା କେନ୍ଦ୍ରର ଗୁରୁ ସଞ୍ଜୟ କୁମାର ଦାସଙ୍କ ନିର୍ଦ୍ଦେଶନାରେ ନୃତ୍ୟଶିଳ୍ପୀ ମାନେ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି l ନୃତ୍ୟଶିଳ୍ପୀ ମାନଙ୍କ ଭିତରେ ଖୁସି ଓ ଉନ୍ମାଦନା ଦେଖିବାକୁ ମିଳିଛି l ସବୁ ବର୍ଗର ଲୋକମାନଙ୍କ ଠାରୁ ଶୁଭେଚ୍ଛା ଓ ଅଭିନନ୍ଦନ ମିଳୁଛି । ତେବେ ଏଠାରେ ସୂଚନାଯୋଗ୍ୟ ଯେ ମା' ତାରିଣୀ ପୀଠ ଘଟଗାଁରୁ ଜନ୍ମ ନେଇଥିବା ମା' ତାରିଣୀ ନୃତ୍ୟଶିକ୍ଷା ଅନୁଷ୍ଠାନର କଳାକାର ମାନେ ସେମାନଙ୍କର ଅନନ୍ୟ ପ୍ରତିଭା ଓ ଚିତାକର୍ଷକ କାର୍ଯ୍ୟକ୍ରମ ପାଇଁ ଆଜି ସାରା ରାଜ୍ୟରେ ସହର ଠାରୁ ପୁରପଲ୍ଲୀ ପର୍ଯ୍ୟନ୍ତ ସୁନାମ ଅର୍ଜନ କରୁଛନ୍ତି l ଗୁରୁ ବିକ୍ରମ ସାମଲ ମଧ୍ଯ ସଭିଙ୍କର ସଫଳତା ପାଇଁ ଆଶୀର୍ବାଦ କରିଛନ୍ତି l
ରାଜ୍ୟ
ବରଗଡ଼ ଧନୁଯାତ୍ରାକୁ ମା' ତାରିଣୀ ନୃତ୍ୟଶିଳ୍ପୀ ମାନଙ୍କୁ ନିମନ୍ତ୍ରଣ
- Hits: 21











