ହେଡଲାଇନସ୍:

ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅସାମାଜିକ ବ୍ୟକ୍ତିଙ୍କ ଅନଧିକାର ପ୍ରବେଶ ଉପରେ ରୋକ ଲାଗିଲା l

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କେନ୍ଦୁଝର,ତା୧୪/୧୨- କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ଅନ୍ତର୍ଗତ ଢେଙ୍କିକୋଟ ହେଉଛି ଏକ ବ୍ୟବସାୟିକ ପେଣ୍ଠସ୍ଥଳୀ ଓ ବ୍ୟସ୍ତ ବହୁଳ ଜନସମାଗମ ମାର୍କେଟ l ଏହି ଢେଙ୍କିକୋଟ ଠାରେ ଅଛି ଲୋକମାନଙ୍କ ସେବାପାଇଁ ଏକ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର l ବର୍ତ୍ତମାନ ସାରା ରାଜ୍ୟରେ ଡାକ୍ତର ମାନଙ୍କର ଘୋର ଅଭାବ ଦେଖାଦେଇଛି ଅନେକ ଡାକ୍ତରଖାନାରେ ଡାକ୍ତର ନାହାନ୍ତି l କିନ୍ତୁ ଖୁସିରକଥା ରାଜ୍ୟ ସରକାରଙ୍କ ଶୁଭ ଦୃଷ୍ଟିରୁ ଢେଙ୍କିକୋଟ ଠାରେ ଜଣେ ବରିଷ୍ଠ ଡାକ୍ତର ପୂର୍ଣ୍ଣଚନ୍ଦ୍ର ବଳଙ୍କୁ ନିଯୁକ୍ତି ଦିଆଯାଇଛି l ଡାକ୍ତର ଶ୍ରୀ ବଳ ଆଗରୁ ରାଜ୍ୟର କୋଣ ଅନୁକୋଣରେ ସେବା ଯୋଗାଇ ଆସିବା ସହିତ ରାଜଧାନୀ ଭୁବନେଶ୍ଵର କ୍ୟାପିଟାଲ ହସ୍ପିଟାଲରେ ବି ସେବା ପ୍ରଦାନ କରିଛନ୍ତି l ବର୍ତ୍ତମାନ ଢେଙ୍କିକୋଟ ଡାକ୍ତରଖାନା ସବୁ ଦୃଷ୍ଟିରୁ ଠିକଠାକ୍ ଚାଲିଛି l କିଛିଦିନ ତଳେ କାୟାକଳ୍ପ ବିଭାଗ ନିରୀକ୍ଷଣରେ ଆସି ଖୁସି ପ୍ରକଟ କରିଛନ୍ତି l ତେବେ କିଛିଦିନ ହେଲା କିଛି ଅସାଧୁ ବ୍ୟକ୍ତି ଉକ୍ତ ଡାକ୍ତରଖାନା ଭିତରେ ପଶି ନିଜର ଅରାଜକତା ସୃଷ୍ଟି କରୁଛନ୍ତି l ଡାକ୍ତରଖାନା ପରିସରରେ ବିଭିନ୍ନ ଅନାବଶ୍ୟକ ଫଟୋ ଉଠାଇ ଡାକ୍ତର ଶ୍ରୀ ବଳଙ୍କୁ ମାନସିକ ଭାବେ ହଇରାଣ କରୁଛନ୍ତି l ଏପରିକି ଫୋନ ମାଧ୍ୟମରେ ଅସାଧୁ ବ୍ୟକ୍ତି ପଇସା ମାଗୁଛନ୍ତି ବୋଲି ଡାକ୍ତର ଶ୍ରୀ ବଳ ଢେଙ୍କିକୋଟ ପ୍ରେସ କ୍ଲବକୁ ଜଣାଇଛନ୍ତି l ଆବଶ୍ୟକ ହେଲେ ସେ ଥାନାର ଦ୍ଵାରସ୍ଥ ହେବେ ବୋଲି କହିଛନ୍ତି l ଏସବୁ ମାନସିକ ଚାପପାଇଁ ଡାକ୍ତର ଶ୍ରୀ ବଳଙ୍କୁ ରୋଗୀ ଦେଖିବାରେ ବାଧାପ୍ରାପ୍ତ ହେଉଛି l କିଛିଦିନ ତଳେ ଉକ୍ତ ଡାକ୍ତରଖାନାର ନୂତନ ଗୃହପ୍ରବେଶ କାର୍ଯ୍ୟକ୍ରମରେ କିଛି ଅସାଧୁବ୍ୟକ୍ତି ଡାକ୍ତର ଶ୍ରୀ ବଳଙ୍କୁ ପାଟିତୁଣ୍ଡ କରୁଥିଲେ । ଯାହାକି ସର୍ବସାଧାରଣରେ ଲୋକମାନେ ଜାଣିଛନ୍ତି l ଏ ସବୁକୁ ଆଖିଆଗରେ ରଖି ଡାକ୍ତର ଶ୍ରୀ ବଳ ଅସାଧୁ ତଥା ଚାନ୍ଦାପାଇଁ ଆସୁଥିବା ବ୍ୟକ୍ତି ମାନଙ୍କପାଇଁ ରୋକ ଲଗାଇଛନ୍ତି l ଡାକ୍ତରଖାନା ପରିସରରେ ପୋଷ୍ଟର ଲଗାଯାଇଛି ଯେ କେହି ଅସାଧୁ ବ୍ୟକ୍ତି ବିନା ଅନୁମତିରେ ପରିସର ମଧ୍ୟରେ ଫଟୋ ଉଠାଇବା ଓ ଅସାମାଜିକ କାର୍ଯ୍ୟ କରିବା ନିଷେଧ ଅଟେ l ତେବେ ସବୁଠାରୁ ପରିତାପର ବିଷୟ ସେହି ଅସାଧୁ ବ୍ୟକ୍ତି ମାନେ ଢେଙ୍କିକୋଟ ଡାକ୍ତରଖାନାର ଗର୍ବ ଗୌରବକୁ ସହ୍ୟ କରିନପାରି ବଣିକସଂଘ ଓ ବିକାଶମଞ୍ଚ କିଛି କାର୍ଯ୍ୟକର୍ତ୍ତାର ସାହାରା ନେଇଛନ୍ତି l ତେବେ ଏଠାରେ ସୂଚନାଯୋଗ୍ୟ ଯେ ଆଜକୁ ଦଶବର୍ଷରୁ ଅଧିକହେବ ଢେଙ୍କିକୋଟ ବଣିକସଂଘର ପୁରାତନ କମିଟି ଭାଙ୍ଗି ନୂତନ କମିଟି ହୋଇନାହିଁ କି କୌଣସି ବୈଠକ ମଧ୍ଯ ବସିନାହିଁ l ପଦପଦବୀ ଲୋଭରେ ପୁରୁଣା କମିଟିକୁ ଭାଙ୍ଗୁ ନଥିବା ଦୋକାନୀ ମାନେ ଅଭିଯୋଗ କରୁଛନ୍ତି । ଠିକ୍ ସେହିପରି ବିକାଶ ମଞ୍ଚ କାଗଜ କଲମରେ ସୀମିତ ବିକାଶର ଅକ୍ଷର ବି ନାହିଁ l ତେଣୁ ଉକ୍ତ ଦୁଇ ଅନୁଷ୍ଠାନର କିଛିବ୍ୟକ୍ତିଙ୍କୁ ଉକ୍ତ ଅସାଧୁ ବ୍ୟକ୍ତି ମାନେ ହାତବାରିସି କରିଛନ୍ତି l ତେଣୁ ଏ ସବୁ ହୀନ ଚକ୍ରାନ୍ତ ପାଇଁ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି l

0
0
0
s2sdefault