ହେଡଲାଇନସ୍:

କୋଶଲ ଯୁବ ସମନ୍ବୟ ସମିତିର ସାଧାରଣ ବୈଠକ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଆଗଲପୁର  ( ସୁଶିଲ କୁମାର ବିଶ୍ବାଲ ) :- ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଳକ ଅନ୍ତର୍ଗତ ନଅଗାଁ  (କ) ର ମାନସ ବିହାର  (ରୁଗୁଡିଖାଲ) ସ୍ଥିତ ରାମ ମନ୍ଦିର ପରିସରରେ କୋଶଲ ଯୁବ ସମନ୍ବୟ ସମିତିର ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି ।ଆଗଲପୁର ବ୍ଳକ କୋଶଲ ଯୁବ ସମନ୍ବୟ ସମିତିର ସଭାପତି ହିତାଂଶୁ ସାହୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ କୋଶଲ ରାଜ୍ଯ କେନ୍ଦ୍ରିୟ କ୍ରିୟାନୁଷ୍ଠାନ କମିଟିର ଅଧ୍ୟକ୍ଷ ପ୍ରମୋଦ ମିଶ୍ର ମୁଖ୍ୟ ଅତିଥି, ବଲାଙ୍ଗୀର ଜିଲ୍ଲା କୋଶଲ ସମନ୍ବୟ ସମିତିର ସଂଯୋଜକ ଶରତ ହୋତା ମୁଖ୍ୟ ବକ୍ତା, କୋଶଲ ଯୁବ ସମନ୍ବୟ ସମିତିର ସଂଯୋଜକ ଡୋଲାମଣି ପଧାନ, କୋଶଲ ବାଦି ବିଭୁଦତ୍ତ ପଣ୍ଡା ଓ ପ୍ରାଣବନ୍ଧୁ କର ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ ।ଉକ୍ତ ବୈଠକରେ ମୁଖ୍ୟ ଅତିଥି ଶ୍ରୀ ମିଶ୍ର, ଘରକୁ ଭିକ୍ଷା ମୁଠିଏ ଓ ସଭ୍ଯ ଗୋଟିଏ ସଂଗ୍ରହ ଉପରେ ଆଲୋକପାତ କରିଥିଲେ ।ଆସନ୍ତା ଜାନୁଆରୀମାସରେ ହେବାକୁ ଥିବା କୋଟସମଲାଇ ସ୍ଥିତ ପାତାଳି ଶ୍ରୀ କ୍ଷେତ୍ର ରୁ ନୃସିଂହନାଥ କୁ ପଦଯାତ୍ରା କୁ ସାଫଲ୍ଯ ମଣ୍ଡିତ କରିବାକୁ ଉପସ୍ଥିତ ସମସ୍ତ କୋଶଲ ସଂଗ୍ରାମୀ ମାନେ ଆଲୋଚନା କରିଥିଲେ । ଏହି ବୈଠକରେ ଆଗଲପୁର ବ୍ଳକ କୋଶଲ ଯୁବ ସମନ୍ବୟ ସମିତିର ସମସ୍ତ ସଭ୍ଯ ଉପସ୍ଥିତ ଥିବା ବେଳେ , ଶ୍ଯାମ ବିଶ୍ବାଲ ବୈଠକ ର ଆୟୋଜନ କରିଥିଲେ ।

0
0
0
s2sdefault